ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣ ପୂରାଦିନ ନୂଆ ଊର୍ଜା ଭରା ରହିବେ। ପିତାଙ୍କ ସହଯୋଗରେ ନୂଆ କାମ ଆରମ୍ଭ କରିବେ। ବ୍ୟବସାୟୀଙ୍କୁ ବଡ଼ ସଫଳତା ମିଳିପାରେ। ରାଜନୈତିକ ମହତ୍ତ୍ବାକା˚କ୍ଷା ପୂରା ହେବ। ସ˚ପର୍କୀୟଙ୍କ ଠାରୁ ଶୁଭ ଖବର ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ପାଟଣେଶ୍ବରୀ।

ବୃଷ: ବ୍ୟବସାୟ ଓ ଚାକିରିରେ ଅଧୁରା ସ୍ବପ୍ନ ପୂରା ହୋଇପାରେ। ଆପଣଙ୍କ କୌତୁକିଆ ସ୍ବଭାବ ସମସ୍ତଙ୍କୁ ଭଲ ଲାଗିବ। ପ୍ରିୟ ବନ୍ଧୁଙ୍କ ସହିତ ଭ୍ରମଣରେ ଯାଇପାରନ୍ତି। ଜୀବନସାଥୀଙ୍କ ଠାରୁ ସୁନ୍ଦର ଉପହାର ପାଇବେ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ କୀଚକେଶ୍ବରୀ।


ମିଥୁନ: ଯୋଜନାକୁ ଆଗକୁ ବଢ଼ାଇବା ଲାଗି ଚିନ୍ତା କରିବେ। ଆପଣଙ୍କ ଠାରୁ ବଡ଼ଙ୍କ ଆଶୀର୍ବାଦ ନିଅନ୍ତୁ; ଦିନଟି ଭଲରେ କଟିବ। ଚାକିରିରେ ଦାୟିତ୍ବ ବଢ଼ିବ। ଅଚାନକ ଧନଲାଭ ହେବ। ସ୍ବାସ୍ଥ୍ୟରେ ଅବନତି ଦେଖାଦେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।


କର୍କଟ: ଆତ୍ମବିଶ୍ବାସର ସହିତ କାମ କରନ୍ତୁ; ସଫଳତା ନିଶ୍ଚୟ ମିଳିବ। ଆର୍ଥିକ ସ୍ଥିତି ମଜଭୁତ ହେବ। ଡାକ୍ତରଙ୍କ ଖ୍ୟାତି ସୁଦୂରପ୍ରସାରୀ ହେବ। ଜୀବନସାଥୀଙ୍କ ସହିତ ପାହାଡ଼ିଆ ଅଞ୍ଚଳକୁ ବୁଲି ଯିବାର ଯୋଜନା କରିପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ବରୀ।

ସି˚ହ: ପୂଜାପାଠ କାର୍ଯ୍ୟକ୍ରମରେ ରୁଚି ବଢ଼ିବ। ଆପଣଙ୍କ ମନରେ ସକାରାତ୍ମକ ବିଚାର ଆସିବ। ପ୍ରତିଦ୍ବନ୍ଦ୍ବୀଙ୍କୁ ପଛରେ ପକାଇବାରେ ସଫଳ ହେବେ। ବ୍ୟବସାୟରେ ବଡ଼ ଡିଲ୍‌ ହୋଇପାରେ। ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ। ଶୁଭରଙ୍ଗ: ଧୂସର। ଆରାଧନା: ହର ପାର୍ବତୀ।


କନ୍ୟା: ଧୢାନ ଓ ଯୋଗ ମାଧୢମରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବାର ଶିକ୍ଷା ଲାଭ କରିବେ। ଆପଣଙ୍କ ସ୍ଥଗିତ ଥିବା କାମରେ କେହି ସାହାଯ୍ୟ କରିବେ। ଅଫିସ୍‌ର କୌଣସି କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ଅମ୍ବିକା।

ତୁଳା: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ଭଲ ଲୋକଙ୍କ ସହାୟତାରେ ଧନଲାଭ ଯୋଗ ରହିଛି। ସରକାରୀ କାମରେ ଲାଗି ରହିଥିବା ବାଧା ଦୂର ହେବ। ସାମାଜିକ କାର୍ଯ୍ୟରେ ରୁଚି ରଖିପାରନ୍ତି। କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

ବିଛା: କାରବାର ବିସ୍ତାର ଲାଗି ଯୋଜନା ପ୍ରସ୍ତୁତ କରିବେ। ମିତ୍ରଙ୍କ ସହଯୋଗ ଓ ସାହାଯ୍ୟ ପାଇବେ। ଅଫିସ୍‌ରେ କୌଣସି କାମ ପାଇଁ ଆପଣଙ୍କୁ ସମ୍ମାନିତ କରାଯିବ। ଦାମ୍ପତ୍ୟ ସମ୍ବନ୍ଧକୁ ବଢ଼ିଆ କରିବା ଲାଗି ଚେଷ୍ଟା କରିବେ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ଭୈରବୀ।


ଧନୁ: କ୍ୟାରିୟର‌େର ସୁଧାର ପାଇଁ ଭଲ ଦିନଟିଏ। ଉତ୍ସାହର ସହିତ ସବୁ କାମ କରିବେ। ଆର୍ଥିକ ମାମଲାକୁ ନେଇ ଯାତ୍ରା ସଫଳ ହେବ। ନୂଆ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ। କଳା କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସମ୍ମାନ ମିଳିବ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ଦୁର୍ଗା।

ମକର: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। କ୍ୟାରିୟର ମାମଲାରେ ସଠିକ୍‌ ବିଚାର କରିପାରନ୍ତି। ଶତ୍ରୁଙ୍କ ଉପରେ ବିଜୟ ହାସଲ କରିବେ। ବ୍ୟବସାୟ‌େର ଶୀଘ୍ର ଫଇସଲାରୁ ଲାଭ ମିଳିବ। ଜୀବନସାଥୀଙ୍କ ସହିତ ତାଳମେଳ ବଜାୟ ରହିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ଦୁର୍ଗା।

କୁମ୍ଭ: ଦିନଟି ବ୍ୟସ୍ତତାରେ କଟିବ। କୌଣସି ମାମଲାରେ ଫଇସଲା ନେବା‌େର ଅସୁବିଧା ହୋଇପାରେ। ଅଫିସ୍‌ରେ ଉଚ୍ଚଅଧିକାରୀଙ୍କ ସହଯୋଗ ପାଇବେ। ବୈବାହିକ ଜୀବନ ପାଇଁ ଦିନଟି ଭଲ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କଟକଚଣ୍ତୀ।

ମୀନ: ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ। ଜରୁରୀ କାମ ମିତ୍ରଙ୍କ ସହାୟତାରେ ପୂରା ହୋଇଯିବ। ଅଫିସ୍‌ରେ ଆପଣଙ୍କ କାମକୁ ପ୍ରଶ˚ସା ମିଳିବ। ଅଚାନକ ଧନଲାଭ ହେବ। ଅବିବାହିତଙ୍କ ଲାଗି ବଢ଼ିଆ ବିବାହ ପ୍ରସ୍ତାବ ଆସିବ। ଶୁଭରଙ୍ଗ: ଲାଲ। ଆରାଧନା: ଶ୍ରୀକୃଷ୍ଣ।

ସମ୍ବନ୍ଧିତ ଖବର