ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି ସବୁ ଦୃଷ୍ଟିରୁ ଭଲ ରହିବ। ଛାତ୍ରଛାତ୍ରୀ ପରିଶ୍ରମର ସୁଫଳ ପାଇବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ଭଦ୍ରକାଳୀ।

ବୃଷ: ଖୁସିଭରା ବାତାବରଣରେ ସାରା ଦିନ ବିତିବ। ଜୀବନସାଥୀଙ୍କ ସହ ନିବିଡ଼ ପ୍ରେମରେ ବାନ୍ଧିହେବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସୁରେଶ୍ବରୀ।

ମିଥୁନ: ଯେକୌଣସି ବିବାଦଠାରୁ ଦୂରରେ ରହନ୍ତୁ। ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ବଗଳାମୁଖୀ।

କର୍କଟ: ଆପଣଙ୍କ ସକାରାତ୍ମକ ବିଚାର ଦ୍ବାରା ଅନ୍ୟମା‌େନ ପ୍ରଭାବିତ ହେବେ। ସାମାଜିକ କାର୍ଯ୍ୟ ଲାଗି ସମ୍ମାନିତ ହୋଇପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

ସି˚ହ: ବ୍ୟବସାୟୀଙ୍କ ପାଇଁ ଦିନଟି ଭଲ। ଅଫିସରେ ଆପଣଙ୍କ କାମକୁ ନେଇ କର୍ତ୍ତୃପକ୍ଷ ପ୍ରଶ˚ସା କରିପାରନ୍ତି। ଶୁଭରଙ୍ଗ: କଫି। ଆରାଧନା: ମାଆ ଦୁର୍ଗା।

କନ୍ୟା: ଶୁଭ ଖବର ମିଳିବ। ଅନ୍ୟମାନଙ୍କ ସହିତ ମିଳିମିଶି କାମ କରିବାକୁ ଉତ୍ସାହିତ ହେବେ। ଶୁଭରଙ୍ଗ: ଧଳା। ଆରାଧନା: ହର-ପାର୍ବତୀ।

ତୁଳା: ପୁରୁଣା କଥା ବିଚଳିତ କରିପାରେ। ମିତ୍ରଙ୍କ ଠାରୁ ସାହାଯ୍ୟ ମିଳିପାରେ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଭୈରବୀ।

ବିଛା: ସାରା ଦିନ ଆତ୍ମବିଶ୍ବାସଭରା ରହିବ। କାମରେ ସଫଳତା ମିଳିବା ଆଶା। ପାରିବାରିକ ସଂପର୍କ ସୁନ୍ଦର ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିମଳା।

ଧନୁ: ନିକଟ ସଂପର୍କୀୟ କିଂବା ମିତ୍ରଙ୍କ ସହ ଭେଟ ହୋଇପାରେ। ଅଫିସରେ ବରିଷ୍ଠଙ୍କ ସହଯୋଗ ମିଳିବ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ବିରଜା।

ମକର: ଉଚ୍ଚ ଅଧିକାରୀ ଆପଣଙ୍କ କାମକୁ ପ୍ରଶ˚ସା କରିବେ। ବ୍ୟବସାୟ କାମରେ ସହଯୋଗୀଙ୍କ ସହଯୋଗ ମିଳିବ। ଶୁଭରଙ୍ଗ: ଇଷତ୍ ଘିଅ। ଆରାଧନା: ଶ୍ରୀଗଣେଶ।

କୁମ୍ଭ: ଆତ୍ମବିଶ୍ବାସ ଭରିରହିବ। ବନ୍ଧୁଙ୍କ ମାଧୢମରେ ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ସ˚ପୂର୍ଣ୍ଣ ହେବ। ଶୁଭରଙ୍ଗ: ଧୂସର। ଆରାଧନା: ମହାଲକ୍ଷ୍ମୀ।

ମୀନ: ପ୍ରତିଭା ଅନୁସାରେ ସଫଳତା ମିଳିବ। ବୟସ୍କମାନେ ନିଜ ପିଲା ଦିନ ସାଙ୍ଗଙ୍କୁ ଭେଟିପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ମାଆ କାଳୀଜାଈ।

ସମ୍ବନ୍ଧିତ ଖବର