ଜାଣନ୍ତୁ ଆଜିର ରାଶିଫଳ

ମେଷ: ଇଚ୍ଛାଶକ୍ତି ଆପଣଙ୍କୁ କିଛି ମାତ୍ରାରେ ଅଶାନ୍ତି କରିପାରେ। ବିରୋଧୀଙ୍କ ପ୍ରତି ସାବଧାନ ରହନ୍ତୁ। ନୂଆ କାମରେ ଧନନିବେଶ କରନ୍ତୁ; ଲାଭ ହେବ। କ˚ପାନି ତରଫରୁ ବିଦେଶ ଯିବାକୁ ପଡ଼ିପାରେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ଶ୍ରୀ ଗଣେଶ।

ବୃଷ: ସମୟ ଆପଣଙ୍କୁ ସଫଳତା ଓ ପ୍ରଗତି ଆଣିଦେବ। ଜରୁରୀ କାମର ସମାଧାନ ଲାଗି ଯୋଜନା କରିବେ। ବ୍ୟବସାୟୀଙ୍କୁ ଧନଲାଭ ହେବ। ଫିଲ୍ମ କଳାକାରଙ୍କୁ ବଢ଼ିଆ ପ୍ରସ୍ତାବ ମିଳିବ। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।


ମିଥୁନ: ମାଆ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। କୌଣସି କାର୍ଯ୍ୟ ଅତି ଶୀଘ୍ର କରିଦେବେ। ବନ୍ଧୁବାନ୍ଧବଙ୍କ ସହିତ ଖୁସି ବାଣ୍ଟିବେ। ରାଜନୀତିକ ନେତାଙ୍କ ଲାଗି ଦିନଟି ଶୁଭ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମହାଲକ୍ଷ୍ମୀ।

କର୍କଟ: ଆପଣଙ୍କ ଭିତରେ ନୂଆ ଊର୍ଜା ସ˚ଚାର ହେବ। ନିଜର ମିଷ୍ଟ ବ୍ୟବହାରରେ ସବୁ କାମ କରିନେବେ। କର୍ତ୍ତୃପକ୍ଷ ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ଦେବେ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ମଜଭୁତ ରହିବ। ପ୍ରେମ ସମ୍ବନ୍ଧରେ ଗଭୀରତା ବୃଦ୍ଧି ହେବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ଭଦ୍ରକାଳୀ।

ସି˚ହ: ଦିନଟି ଆପଣଙ୍କ ଲାଗି ସହଜ ହେବ। ଆପଣଙ୍କୁ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ଭାବିଥିବା ସବୁ କାମ ପୂରା ହୋଇଯିବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଜୀବନସାଥୀଙ୍କ ସହିତ ରାଜ୍ୟ ବାହାରକୁ ଯିବାର ଯୋଜନା କରିପାରନ୍ତି। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ବିରଜା।


କନ୍ୟା: ସମୟ ଆପଣଙ୍କ ପାଇଁ ଖୁବ୍‌ ଭଲ। ବଢ଼ିଆ ପ୍ରଦର୍ଶନ ଲାଗି ନୂଆ କୌଶଳ ପ୍ରୟୋଗ କରିବେ। ଆପଣଙ୍କ ଅଶାନ୍ତିକୁ ନେଇ ପରିବାର ସଦସ୍ୟଙ୍କ ସହିତ ଆଲୋଚନା କରନ୍ତୁ; ମନ ହାଲୁକା ହେବ। ଚାକିରିଆଙ୍କୁ ପଦୋନ୍ନତି ମିଳିପାରେ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଗୁପ୍ତେଶ୍ବର।

ତୁଳା: ଉନ୍ନତି ପାଇଁ ନୂଆ ସୁଯୋଗ ମିଳିବ। ଆପଣଙ୍କ ମନ କାମଧନ୍ଦାରେ ଲାଗି ରହିବ। କଳାକାରଙ୍କ ପାଇଁ ଦିନଟି ଅନୁକୂଳ। ଫିଲ୍ମ ବା କାର୍ଯ୍ୟକ୍ରମରେ ଅନୁବନ୍ଧ ମିଳିବ। ଆପଣ ନିଜର ଜୀବନସାଥୀଙ୍କ ସହିତ ବାହାରକୁ ବୁଲି ଯାଇପାରନ୍ତି। ଶୁଭରଙ୍ଗ: ନୀଳ। ଆରାଧନା: ଶ୍ରୀକୃଷ୍ଣ।

ବିଛା: ପରିବାରରେ ଏକତା ଓ ପ୍ରେମ ବଢ଼ିବ। ଚାକିରିଆଙ୍କୁ ଉତ୍ତମ ଅବସର ମିଳିବା ଯୋଗ ରହିଛି। ବନ୍ଧୁଙ୍କ ସହିତ ବ୍ୟବସାୟ ସମ୍ବନ୍ଧରେ କଥାବାର୍ତ୍ତା କରିବେ। ବୈବାହିକ ଜୀବନ ଆନନ୍ଦମୟ ହେବ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଶାରଳା।


ଧନୁ: ନିର୍ଦ୍ଦିଷ୍ଟ ସମୟ ଭିତରେ କାମ ସ˚ପୂର୍ଣ୍ଣ ହେବା ଯୋଗୁଁ ମନ ଶାନ୍ତ ରହିବ। ସମାଜରେ ମାନସମ୍ମାନ ମିଳିବ। ବ୍ୟବସାୟରେ ଫାଇଦା ହେବା ଲାଗି ବ୍ୟକ୍ତି ମିଳିବେ। ବିଦ୍ୟାର୍ଥୀଙ୍କୁ ଆଜି ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ କଟକଚଣ୍ତୀ।

ମକର: ଆଧୢାତ୍ମିକ ଭାବନାରେ ଅଧିକ ସମୟ ବିତିବ। ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବାକୁ ପ୍ରୟାସ କରିବେ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଦିନଟି ଭଲ। ପୈତୃକ ସ˚ପତ୍ତିର ଭାଗବଣ୍ଟା ଆପଣଙ୍କ ପକ୍ଷରେ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

କୁମ୍ଭ: ଆପଣଙ୍କ ବିଚାର ଉପରେ ସ୍ଥିର ରହନ୍ତୁ। କ୍ୟାରିୟର ଗଢ଼ିବା ଲାଗି ଭଲ ଅବସର ମିଳିବ। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଦିନଟି ଭଲ। ପରିବାର ଲୋକଙ୍କ ଠାରୁ ଖୁସି ମିଳିପାରେ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ଦୁର୍ଗା।

ମୀନ: ପରିବାର ସହିତ ଧର୍ମାନୁଷ୍ଠାନକୁ ଯିବେ। ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ସୃଷ୍ଟି ହେବ। ଆପଣଙ୍କ ଯୋଜନାକୁ ନେଇ ସିନିୟରଙ୍କ ସହିତ ଆଲୋଚନା କରନ୍ତୁ; ଲାଭ ହେବ। ଖେଳାଳିଙ୍କ ପାଇଁ ଦିନଟି ଭଲ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ବାବା ଆଖଣ୍ତଳମଣି।

ସମ୍ବନ୍ଧିତ ଖବର