ମେଷ: ସରକାରୀ କାମରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ସାହାଯ୍ୟ ପାଇବେ। ରାଜନୀତିରେ ସକ୍ରିୟ ବ୍ୟକ୍ତି ଲାଭବାନ୍ ହେବେ। ଭଲ ଖବର ମିଳିବାର ସମ୍ଭାବନା।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: ବ୍ୟବସାୟ ପାଇଁ ଦିନଟି ଭଲ। ଭବିଷ୍ୟତକୁ ନେଇ ଯୋଜନା ପ୍ରସ୍ତୁତ କରିବେ। ଅଫିସରେ ଆପଣଙ୍କ କାମକୁ କର୍ତ୍ତୃପକ୍ଷ ପ୍ରଶ˚ସା କରିବେ। ଘରକୁ କୌଣସି ବନ୍ଧୁ ଆସିପାରନ୍ତି।
ମିଥୁନ: ପ୍ରତ୍ୟେକ କାମରେ ସାବଧାନ ରହନ୍ତୁ। ଦୁର୍ବଳ ଆର୍ଥିକ ପରିସ୍ଥିତି ପରିବାରରେ ଅଶାନ୍ତି ଆଣିପାରେ। ପ୍ରେମିକ-ପ୍ରେମିକାଙ୍କ ଲାଗି ଦିନଟି ଭଲ।
କର୍କଟ: ଲାଗିରହିଥିବା ସମସ୍ୟାର ସମାଧାନ ହେବ। ଅଫିସରେ ଭଲ ଢ଼ଙ୍ଗରେ କାମ କରିବେ। ବ୍ୟାବସାୟିକ ଯାତ୍ରା ଲାଭପ୍ରଦ ହେବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ।
ସି˚ହ: ଜରୁରୀ କାମ ପୂରା କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ। କିଛି ଲୋକଙ୍କଠାରୁ ଭରପୂର ସମର୍ଥନ ପାଇବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ଆପଣଙ୍କ ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଉତ୍ତମ ରହିବ।
କନ୍ୟା: ସାରା ଦିନ ଉତ୍ସାହିତ ରହିବେ। ବଡ଼ ବ୍ୟବସାୟରେ ଭାଗୀଦାରି ହୋଇପାରନ୍ତି। ଅଫିସ କାମରେ ସହର ବାହାରକୁ ଯାଇପାରନ୍ତି।
ତୁଳା: ବ୍ୟବସାୟ ସମ୍ବନ୍ଧରେ ବଡ଼ ଫଇସଲା ନେଇପାରନ୍ତି। ଅଫିସରେ ଅଧିକାରୀଙ୍କ ସହିତ କଥାବାର୍ତ୍ତାବେଳେ ସତର୍କ ରହନ୍ତୁ।
ବିଛା: ସ୍ଥଗିତ କାମ ସମାଧାନ ହେବ। ମାନସିକ ଶାନ୍ତି ଅନୁଭବ କରିବେ। ଭାଇ ଭଉଣୀଙ୍କ ସହ ବୁଝାମଣା ଠିକ୍ ରହିବ। ବ୍ୟବସାୟରେ ଲାଭ।
ଧନୁ: ପୂଜାପାଠରେ ଅଧିକ ସମୟ ବିତିବ। ଚିନ୍ତାଶୀଳ ବ୍ୟକ୍ତିଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ଉନ୍ନତି ଲାଗି ଅଲଗା ଅଲଗା ରାସ୍ତା ସାମନାକୁ ଆସିବ। ଛାତ୍ରଙ୍କୁ ମିତ୍ରଙ୍କ ସାହାଯ୍ୟ ମିଳିବ।
ମକର: ସମସ୍ୟାକୁ ଧୈର୍ଯ୍ୟର ସହ ମୁକାବିଲା କରିବେ। ଏକାଗ୍ରତାର ସହିତ କାମ କରନ୍ତୁ, ପରିଶ୍ରମର ଫଳ ପାଇବେ। କୋର୍ଟ କଚେରି ମାମଲାରେ ସମସ୍ୟା ରହିବ ନାହିଁ।
କୁମ୍ଭ: ଅନ୍ୟ ପ୍ରତି ମଧୁର ବ୍ୟବହାର କରନ୍ତୁ। ଆମଦାନି ଲାଗି ନୂଆ ମାଧୢମ ଦୃଷ୍ଟିଗୋଚର ହେବ। ଇ˚ଜିନିଅରଙ୍କ ଲାଗି ପଦୋନ୍ନତିର ସୁଯୋଗ।
ମୀନ: ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। ଜ୍ଞାନ ଓ ବୁଦ୍ଧିବଳ ପ୍ରୟୋଗ କରନ୍ତୁ, ସଫଳତା ପାଇବେ। କ୍ୟାରିଅର ପାଇଁ ନୂଆ ରାସ୍ତା ଖୋଲିବ।