ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦୀର୍ଘ ଦିନରୁ ଲାଗିରହିଥିବା ସମସ୍ୟାର ସମାଧାନ ହୋଇଯିବ। ସିନିୟର ଆପଣଙ୍କ କାମରେ ଖୁସି ରହିବେ। ସେୟାର ବଜାରରେ ଅର୍ଥ ନିବେଶ ସମୟ ବହୁତ ଭଲ। ଛାତ୍ରମାନେ ନିଜର ପରିଯୋଜନାରେ ଅଧିକ ପରିଶ୍ରମ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀ ଗଣେଶ।

ବୃଷ: ଭାଗ୍ୟର ସହଯୋଗ ପାଇବେ। ନିଜ କାମ ଠିକ୍‌ ଭାବରେ ନିର୍ବାହ କରିବେ। ରାଜନୀତିରେ ପ୍ରାଧାନ୍ୟ ବଢ଼ିବ। ବ୍ୟବସାୟରେ ସଫଳତା ନିଶ୍ଚିତ ପାଇବେ। ଜୀବନସାଥୀଙ୍କ ଠାରୁ ଅପର୍ଯ୍ୟାପ୍ତ ପ୍ରେମ ମିଳିବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ପାଟଣେଶ୍ବରୀ।


ମିଥୁନ: ଧାର୍ମିକ ତଥା ଆଧୢାତ୍ମିକ କାର୍ଯ୍ୟରେ ସମୟ କଟିବ। ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହେବ। ଉନ୍ନତି ପାଇଁ ବିଭିନ୍ନ ରାସ୍ତା ସାମନାକୁ ଆସିବ। ଲୁହା ଓ ଷ୍ଟିଲ ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ପାରିବାରିକ ଜୀବନରେ ସୁଖୀ ରହିବେ। ଶୁଭରଙ୍ଗ: ଲାଲ। ଆରାଧନା: ବାବା ଚନ୍ଦନେଶ୍ବର।

କର୍କଟ: ନିଜ ଉପରେ ବିଶ୍ବାସ ରଖନ୍ତୁ। କେବଳ ନିଜ କାମରେ ମନଯୋଗ ଦିଅନ୍ତୁ। ଅଫିସ ତରଫରୁ ବାହାରକୁ ଯିବାର ସୁଯୋଗ ମିଳିବ। ବ୍ୟବସାୟରେ ନୂଆ ପ୍ରସ୍ତାବ ପାଇବେ। ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ଶୁଭରଙ୍ଗ: ଗୋଲାପି। ଆରାଧନା: ମାଆ ଦୁର୍ଗା।

ସି˚ହ: ଆପଣଙ୍କ ଆଖପାଖରେ ସୁଖଦ ଓ ମଧୁର ବାତାବରଣ ରହିବ। ବାକ ସ˚ଯମ ରଖନ୍ତୁ। କାହାରିକୁ ଅପଶଦ୍ଦ କହନ୍ତୁ ନାହିଁ। ବ୍ୟବସାୟ କ୍ଷେତ୍ରରେ ସଫଳତା ମିଳିବା ଯୋଗ ରହିଛି। ବୈବାହିକ ଜୀବନରେ ମଧୁରତା ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଅମ୍ବିକା।

କନ୍ୟା: ଦିନଟି ଆପଣଙ୍କ ଲାଗି ଅନୁକୂଳ। ପ୍ରତିଷ୍ଠିତ ଲୋକଙ୍କ ସହିତ ମିଶିବାର ଅବସର ପାଇବେ। ବ୍ୟବସାୟ ପାଇଁ ନୂଆ ସୁଯୋଗ ମିଳିବ। ନେତାମାନଙ୍କ ଲାଗି ଦିନଟି ଶୁଭ। ବିଜ୍ଞାନ ଛାତ୍ର କିଛି ନୂଆ ଶିକ୍ଷା ଲାଭ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ଲକ୍ଷ୍ମୀ ନାରାୟଣ।

ତୁଳା: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ନୂଆ କାମ ହାତକୁ ନେଇ ପାରନ୍ତି। ଉଧାର ଦେଇଥିବା ପଇସା ଅଚାନକ ଫେରସ୍ତ ପାଇବେ। ଆଜି ଆପଣ ଦରକାରୀ ସାମଗ୍ରୀ କିଣିବା ପାଇଁ ବଜାରକୁ ଯିବେ। ପ୍ରେମ ପ୍ରସଙ୍ଗରେ ପ୍ରଗାଢ଼ତା ଆସିବ। ଶୁଭରଙ୍ଗ: ମାଜେଣ୍ଡା। ଆରାଧନା: ସୂର୍ଯ୍ୟଦେବ।

ବିଛା: ଦିନଟି ଆପଣଙ୍କ ପାଇଁ ସହଜ ହେବ। କ୍ୟାରିୟରରେ ଆଗକୁ ବଢ଼ିବା ଲାଗି ନୂଆ ପରିବର୍ତ୍ତନ କରିବେ। ଆର୍ଥିକ ସ୍ଥିତିରେ ସୁଧାର ନିଶ୍ଚୟ ହେବ। ବ୍ୟବସାୟରେ ନୂଆ ଚୁକ୍ତି ହେବ। ଘରକୁ ଅତିଥି ଆସିବେ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ପାଟଣେଶ୍ବରୀ।

ଧନୁ: ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ। ବ୍ୟବସାୟରେ ଉନ୍ନତି ପାଇଁ ଯଥେଷ୍ଟ ଧୢାନ ଦେବେ। ପ୍ରିୟ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। କୌଣସି ଗୁରୁତ୍ବପୂର୍ଣ୍ଣ କାଗଜପତ୍ରକୁ ନେଇ କାମ ଅଧାରେ ଅଟକିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କୀଚକେଶ୍ବରୀ।

ମକର: ଆଜି ଆପଣଙ୍କୁ ମାନସିକ ଶାନ୍ତି ମିଳିବ। ମିଷ୍ଟ ବ୍ୟବହାରରେ ସବୁ କାମ ପୂରା କରିନେବେ। କୌଣସି ନୂଆ ଲୋକଙ୍କ ସହିତ ବନ୍ଧୁତା କରିବେ। ପ୍ରେମ ସମ୍ବନ୍ଧରେ ସଫଳତା ପାଇବେ। ଛାତ୍ରଙ୍କ ପାଇଁ ଦିନଟି ଭଲ ରହିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ବଗଳାମୁଖୀ।

କୁମ୍ଭ: ନିଜର ମନୋଭାବକୁ ନିୟନ୍ତ୍ରଣ ରଖନ୍ତୁ। ଆଜି କିଛି ନୂଆ ଶିକ୍ଷା ଲାଭ କରିବେ। ଧନୀ ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ। ନୂଆ ବ୍ୟବସାୟ ପାଇଁ ଯୋଜନା କରିବେ। ଅଫିସରେ ଆପଣଙ୍କର ସ୍ଥିତି ମଜଭୁତ ହେବ। ପରିବାରରେ କୌଣସି ବଡ଼ ଖୁସି ଆସିପାରେ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ବିରଜା।

ମୀନ: ଅନ୍ୟମାନଙ୍କ ସାହାଯ୍ୟ ସହଯୋଗ ପାଇବେ। ଦିମାକରେ ଲାଗିରହିଥିବା ଓଲଟପାଲଟ ଚିନ୍ତାଧାରା ସମାପ୍ତ ହୋଇଯିବ। ଯୋଜନାକୁ ଆଗକୁ ବଢ଼ାଇବା ପାଇଁ ଚିନ୍ତା କରିବେ। ପ୍ରିୟତମଙ୍କ ସହିତ ବୁଝାମଣା ଠିକ୍‌ ରହିବ। ଶୁଭରଙ୍ଗ: ଗୋଲାପି। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ସମ୍ବନ୍ଧିତ ଖବର