ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ମନୋବଳ ଦୃଢ଼ ରହିବ। କୌଣସି କାମରେ ବାଧା ଆସିବ ନାହିଁ। ଆର୍ଥିକ ସ୍ଥିତି ମଜଭୁତ ରହିବ। ପରିବାର ସହ ଉତ୍ତମ ବୁଝାମଣା ରହିବ।

ବୃଷ: ନିଜ ଉପରେ ଭରସା ରଖନ୍ତୁ, ସଫଳ ହେବେ। ଜରୁରୀ କାମରେ ଭାଇ ଭଉଣୀଙ୍କ ସହଯୋଗ ମିଳିବ। ବ୍ୟବସାୟରେ ଭଲ ଚୁକ୍ତି କରିବେ।

ମିଥୁନ: ବ୍ୟବସାୟରେ ପ୍ରତିଯୋଗୀ ମନୋଭାବ ପରିତ୍ୟାଗ କରନ୍ତୁ। ପିଲା ଦିନର ସାଙ୍ଗ ସହ ସାକ୍ଷାତ୍‌ ହେବ। ବୈବାହିକ ଜୀବନ ସୁଖଦ ରହିବ।

କର୍କଟ: ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବେ। କ୍ୟାରିୟରରେ ଭଲ ସୁଯୋଗ ପାଇବେ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ।

ସି˚ହ: ପ୍ରଭୁଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ଉନ୍ନତିର ଭଲ ସୁଯୋଗ ମିଳିବ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ସନ୍ତାନଙ୍କ ପକ୍ଷରୁ କୌଣସି ଖୁସି ଖବର ପାଇବେ।

କନ୍ୟା: ଧୢାନ ଓ ଯୋଗ ମାଧୢମରେ ଭାବନା ଉପରେ ନିୟନ୍ତ୍ରଣ ରଖିବେ। ଆପଣଙ୍କର କୌଣସି ଜରୁରୀ କାମ ସମାପ୍ତ ହେବ। ନୂଆ ବନ୍ଧୁତ୍ବ ସ୍ଥାପନର ସୁଯୋଗ ମିଳିବ।

ତୁଳା: ସକରାତ୍ମକ ମନୋଭାବ ଦ୍ବାରା କଠିନ କାର୍ଯ୍ୟ ପୂରା ହେବ। ବ୍ୟବସାୟରେ ନୂତନ ସଂପର୍କ ସ୍ଥାପନ କରିବେ। ସାମାଜିକ କାର୍ଯ୍ୟରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ।

ବିଛା: କାର୍ଯ୍ୟକ୍ଷେତ୍ରରେ ସହଯୋଗ ପାଇବେ। ଗଣମାଧୢମରେ କାମ କରୁଥିବା ବ୍ୟକ୍ତିମାନଙ୍କର ପ୍ରଗତି ହେବ। ପରିବାର ସହିତ ସୁଖଦ ସମୟ ବିତେଇବେ।

ଧନୁ: ଆର୍ଥିକ ଲାଭ ମିଳିପାରେ। ନୂଆ ପରିଯୋଜନାରେ କାମ କରିବେ। ଆପଣଙ୍କ କାମକୁ ସମସ୍ତେ ପ୍ରଶଂସା କରିବେ। ଛାତ୍ରଛାତ୍ରୀଙ୍କର ମନ ଅସ୍ଥିର ରହିବ।

ମକର: ବ୍ୟବସାୟୀଙ୍କୁ ପ୍ରଚୁର ଲାଭ ମିଳିବ। ଖେଳାଳୀମାନେ ସୁନାମ ଅର୍ଜନ କରିବେ। ସନ୍ତାନ ଆପଣଙ୍କୁ କୌଣସି ଭଲ ଖବର ଶୁଣାଇବେ।

କୁମ୍ଭ: ଅନୁଭବୀ ବ୍ୟକ୍ତିଙ୍କର ମତ ନେଇ କାର୍ଯ୍ୟ କରନ୍ତୁ। ବ୍ୟବସାୟରେ ନୂଆ ଚୁକ୍ତିପତ୍ର ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ।

ମୀନ: କାମ ପ୍ରତି ଆପଣଙ୍କ ଉତ୍ସାହ ବୃଦ୍ଧି ହେବ। ଅର୍ଥ ଚିନ୍ତା ଦୂର ହେବ। କଳାକାରଙ୍କୁ ଫିଲ୍ମରେ ସୁଯୋଗ ମିଳିବ। ଅଫିସରେ ସହକର୍ମୀ ଆପଣଙ୍କୁ ସାହାଯ୍ୟ ମାଗିବେ।

ସମ୍ବନ୍ଧିତ ଖବର