ଜାଣନ୍ତୁ ଆଜିର ରାଶିଫଳ

ମେଷ: ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ। କାରବାର ବୃଦ୍ଧି ପାଇଁ ଉପାୟ ଫଳପ୍ରଦ ହେବ। ଉଚ୍ଚ ଅଧିକାରୀଙ୍କ ସହିତ ସଂପର୍କ ଘନିଷ୍ଠ ହେବ। ଆର୍ଥିକ ସ୍ଥିତିରେ ସୁଧାର ହେବ। କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କାଳୀଜାଈ।

ବୃଷ: ସମୟ ଅନୁକୂଳ। ଆପଣଙ୍କୁ କୌଣସି ବଡ଼ ସଫଳତା ମିଳିପାରେ। ଅଫିସରେ ଆପଣଙ୍କର ପ୍ରଦର୍ଶନ ବଢ଼ିଆ ରହିବ। ଅଚାନକ ଧନପ୍ରାପ୍ତି ହେବ। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ବିମଳା।


ମିଥୁନ: ଆଜି ଆପଣଙ୍କ ପାଇଁ ସଫଳତାର ରାସ୍ତା ଉନ୍ମୁକ୍ତ ରହିଛି। ରାଜନୀତିରେ ମହତ୍ତ୍ବାକାଂକ୍ଷା ପୂରା ହେବ। ବ୍ୟବସାୟରୁ ମନୋନୁକୂଳ ସଫଳତା ପାଇବେ। ସ୍ବାସ୍ଥ୍ୟରେ ସକାରାତ୍ମକ ପରିବର୍ତ୍ତନ ଆସିବ। ପ୍ରେମ ସ˚ପର୍କ ନିବିଡ଼ ହେବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଲିଙ୍ଗରାଜ।

କର୍କଟ: ଖୁସ୍ ମିଜାଜରେ ରହିବେ। ଅନ୍ୟମାନଙ୍କ ସହିତ ଥଟ୍ଟାମଜା କରିବେ। ବୈ‌େଦଶିକ ବେପାର ସମ୍ବନ୍ଧିତ ଭଲ ଖବର ପାଇବେ। ଶତ୍ରୁଙ୍କ ଗତିବିଧି ଉପରେ ଦୃଷ୍ଟି ଦିଅନ୍ତୁ। ଜୀବନସାଥୀଙ୍କ ଠାରୁ ସୁନ୍ଦର ଉପହାର ପାଇବେ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ବଗଳାମୁଖୀ।

ସି˚ହ: ଜୀବନରେ କ’ଣ ପାଇଛନ୍ତି ଓ କ’ଣ ହରାଇଛନ୍ତି; ସେହି ଚିନ୍ତାରେ ଅଧିକ ସମୟ କଟିବ। ବନ୍ଧୁଙ୍କ ସହିତ ବସି ବ୍ୟବସାୟ ସମ୍ବନ୍ଧରେ କଥାବାର୍ତ୍ତା କରିବେ। ଘରକୁ ଅତିଥି ଆସିପାରନ୍ତି। ଖୁସି ହୋଇ ଆପଣ ଅଧିକ ଖର୍ଚ୍ଚ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଅମ୍ବିକା।

କନ୍ୟା: ଆପଣଙ୍କ ପାଇଁ ଦିନଟି ଅନୁକୂଳ। କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ। ଆପଣଙ୍କୁ କେହି ଅଚାନକ ଉପହାର ଦେବେ। ବେକାରଙ୍କୁ ରୋଜଗାରର ସୁଯୋଗ ମିଳିବ। ଘରୋଇ ଜୀବନରେ ପ୍ରେମପୂର୍ଣ୍ଣ ବାତାବରଣ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ଲକ୍ଷ୍ମୀ ନାରାୟଣ।

ତୁଳା: ପୂଜାପାଠ କାର୍ଯ୍ୟକ୍ରମରେ ରୁଚି ବଢ଼ିବ। ଯିବାକୁ ଥିବା ଯାତ୍ରା ଲାଭକାରୀ ହେବ। ଆପଣ କିଛି ନୂଆ କରି ଦେଖାଇବା ପାଇଁ ଯୋଜନା କରିପାରନ୍ତି। ମହିଳାମାନେ ଜୀବନସାଥୀଙ୍କୁ କିଛି ଉପହାର ଦେଇପାରନ୍ତି। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ କାଳୀଜାଈ।

ବିଛା: ସକାରାତ୍ମକ ଭାବନାରେ ରହନ୍ତୁ, କଷ୍ଟ ମନେ ହେଉଥିବା କାମ ସହଜରେ କରିପାରିବେ। ବନ୍ଧୁଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟରେ ନୂଆ ପ୍ରସ୍ତାବ ମିଳିବ। ସାମାଜିକ କାର୍ଯ୍ୟରେ ସହଭାଗିତା କରିବେ। ଶୁଭରଙ୍ଗ: ଧୂସର। ଆରାଧନା: ବାବା ଚନ୍ଦନେଶ୍ବର।

ଧନୁ: ସମୟର ସଦୁପଯୋଗ କରନ୍ତୁ, ସମୟ ବହୁତ ମୂଲ୍ୟବାନ। ଭ୍ରମଣ ଉପରେ ଆଧାରିତ କାର୍ଯ୍ୟରେ ଲାଭ ହେବ। ଅଫିସରେ ସହକର୍ମୀଙ୍କ ଉପରେ ନାରାଜ ହୁଅନ୍ତୁ ନାହିଁ। ଜୀବନସାଥୀଙ୍କ ସହିତ ବାହାରକୁ ବୁଲି ଯାଇପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସୁରେଶ୍ବରୀ।

ମକର: ଅଫିସକୁ ସୁନ୍ଦର ଭାବେ ସଜାଇପାରନ୍ତି। ଆପଣଙ୍କ ବ୍ୟବହାରରେ ଲୋକଙ୍କ ମନ ଜିଣିବେ। ଆର୍ଥିକ ଲାଭ ଓ ଉନ୍ନତିର ଯୋଗ ପ୍ରବଳ ରହିଛି। କାନୁନ ବିବାଦ ଆଜି ସମାପ୍ତ ହୋଇପାରେ। ପ୍ରିୟ ବନ୍ଧୁଙ୍କ ସହିତ ନାଟକ ଦେଖିବାକୁ ଯିବେ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ଦୁର୍ଗା।

କୁମ୍ଭ: ମାଆବାପାଙ୍କ ଆଶୀର୍ବାଦ ନିଅନ୍ତୁ, ଆପଣଙ୍କ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ସହଜ ହେବ। ବ୍ୟବସାୟ ପାଇଁ ନୂଆ ସୁଯୋଗ ମିଳିବ। ମହିଳାଙ୍କର ସାମାଜିକ ଗତିବିଧିରେ ସମ୍ମାନ ବୃଦ୍ଧି ହେବ। ପ୍ରେମରେ ସତେଜତା ଅନୁଭବ କରିବେ। ଶୁଭରଙ୍ଗ: ଗୋଲାପି। ଆରାଧନା: ମାଆ ପାଟଣେଶ୍ବରୀ।

ମୀନ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ବ୍ୟବସାୟରେ ନୂଆ ପ୍ରସ୍ତାବ ଲାଭଦାୟକ ହେବ। ରାଜନୀତିରେ ଉଚ୍ଚପଦ ପ୍ରାପ୍ତ ହୋଇପାରେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଛାତ୍ରଙ୍କୁ ଶୁଭ ଖବର ମିଳିପାରେ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ସମଲେଶ୍ବରୀ।

ସମ୍ବନ୍ଧିତ ଖବର