ମେଷ: ଜୀବନସାଥୀଙ୍କ ସହଯୋଗରେ ଆପଣଙ୍କର ସବୁ କାମ ପୂରା ହେବ। ଚାକିରି ସମ୍ବନ୍ଧରେ ଭଲ ଖବର ପାଇବେ। ଶିକ୍ଷାରେ ଛାତ୍ରଙ୍କ ମନ ଲାଗିବ। ସ୍ବାସ୍ଥ୍ୟ ଭଲ ରହିବ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: ପୁରୁଣା ଚିନ୍ତା ଭୁଲି ଆଗକୁ ବଢ଼ନ୍ତୁ। କାହାରିକୁ କୌଣସି କଥା ବୁଝାଇବାରେ ଭୁଲ୍ ହୋଇପାରେ। କାରବାରରେ ନୂଆ ଚୁକ୍ତି କରିବେ।
ମିଥୁନ: ଆପଣଙ୍କ ଧୢାନ ଆଧୢାତ୍ମିକ ଦିଗରେ ଲାଗି ରହିବ। ପୁରୁଣା ବନ୍ଧୁଙ୍କ ସହିତ ଆଲୋଚନା ଲାଭପ୍ରଦ ହୋଇପାରେ। ଛାତ୍ରମାନେ ପାଠପଢ଼ା ନେଇ ଗମ୍ଭୀର ହେବେ।
କର୍କଟ: ସଫଳତା ହାସଲ କରିବା ଲାଗି ତତ୍ପର ରହିବେ। ବ୍ୟବସାୟ ଲାଭଦାୟକ ରହିବ। ଗବେଷଣାରେ ନୂଆ ସଫଳତା ମିଳିବ। ଜୀବନସାଥୀଙ୍କ ପାଖରୁ ଉପହାର ପାଇବେ।
ସି˚ହ: ପୂଜାପାଠରେ ଅଧିକ ସମୟ ବିତିବ। ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ହୋଇପାରେ। ସାର୍ବଜନିକ ଜୀବନରେ ପ୍ରତିଷ୍ଠା ପାଇବେ।
କନ୍ୟା: ପୁରୁଣା କଥାକୁ ନେଇ ଚିନ୍ତିତ ରହିବେ। ଛୋଟ କଥାରେ କ୍ରୋଧ କରିବା ହେତୁ ଲୋକେ ଆପଣଙ୍କୁ ବିରୋଧ କରିପାରନ୍ତି। ନୂଆ ଯୋଜନା ପ୍ରସ୍ତୁତ କରିବେ।
ତୁଳା: ଆପଣଙ୍କ ଜୀବନଶୈଳୀ ଲାଗି ଦିନଟି ଭଲ ରହିବ। କାମ କରିବା ଲାଗି ନୂଆ ଉପାୟ ବାହାର କରିପାରନ୍ତି। ସୁଖାଦ୍ୟ ଭୋଜନ କରିବେ।
ବିଛା: ଆର୍ଥିକ ଲାଭ ହେବ। ଆପଣଙ୍କର ଦାୟିତ୍ବ ବୃଦ୍ଧି ହୋଇପାରେ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ। ଛାତ୍ରଙ୍କୁ ଶିକ୍ଷକଙ୍କ ସାହାଯ୍ୟ ମିଳିବ।
ଧନୁ: ପରିବାର ଲୋକଙ୍କ ସହ ଦିନଟିକୁ ଉପଭୋଗ କରିବେ। କୌଣସି ବ୍ୟକ୍ତିଙ୍କ ସହିତ ଆଲୋଚନା ଦ୍ବାରା କଷ୍ଟ ଦୂର ହେବ। ଅର୍ଥ ଉପାର୍ଜନର ନୂଆ ଉତ୍ସ ମିଳିପାରେ।
ମକର: କାର୍ୟ୍ୟରେ ନିୟୋଜିତ ରହିବେ। କିଛି ଲୋକଙ୍କୁ ଆପଣ ସାହାଯ୍ୟ କରିବେ। ଛୋଟ ପିଲାଙ୍କ ପଢ଼ାରେ ରୁଚି ବଢ଼ିବ।
କୁମ୍ଭ: ନିଜ କାର୍ୟ୍ୟରେ ସନ୍ତୁଷ୍ଟ ରହିବେ। ବରିଷ୍ଠ ଆପଣଙ୍କୁ ନୂଆ ଦାୟିତ୍ବ ଦେବେ। ଆପଣଙ୍କର ଉନ୍ନତି ଯୋଗୁ ପରିବାରରେ ଖୁସିର ବାତାବରଣ ରହିବ।
ମୀନ: କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। ଅଫିସରେ ସମସ୍ତଙ୍କ ସହ ଉତ୍ତମ ତାଳମେଳ ରହିବ। ଅଚାନକ ଧନପ୍ରାପ୍ତି ହେବ।