ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆଜି ଆପଣ ନିଜକୁ ଊର୍ଜାବାନ ଅନୁଭବ କରିବେ। ଉନ୍ନତିର ନୂଆ ରାସ୍ତା ମିଳିବ। କର୍ମକ୍ଷେତ୍ରରେ କାହାରିଙ୍କୁ ବନ୍ଧୁଭାବେ ଗ୍ରହଣ କରିବେ। ଜୀବନସାଥୀଙ୍କ ସହିତ ଆପଣଙ୍କ ସମ୍ବନ୍ଧ ମଧୁର ହେବ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ସୁରେଶ୍ବରୀ।

ବୃଷ: ଆଜି ପରିବାର ସହିତ ଅଧିକ ସମୟ ଅତିବାହିତ କରିବେ। କାର୍ଯ୍ୟକ୍ଷେତ୍ରରେ ନୂଆ ସମ୍ଭାବନା ତଲାସ କରିବେ। ଅନ୍ୟମାନଙ୍କ ସହିତ ଗୁରୁତ୍ବପୂର୍ଣ୍ଣ କଥା ଆଲୋଚନା କରନ୍ତୁ ନାହିଁ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିମଳା।

ମିଥୁନ: ଆତ୍ମସମୀକ୍ଷାରେ ସମୟ ବିତିବ। ଶତ୍ରୁଙ୍କ ଗତିବିଧି ଉପରେ ନଜର ରଖନ୍ତୁ। ନୂଆ ସ୍ରୋତରୁ ଧନଲାଭ ହେତୁ ଆର୍ଥିକ ସ୍ଥିତି ମଜଭୁତ ହେବ। ପରିବାର ସହିତ ବାହାରକୁ ବୁଲି ଯାଇପାରନ୍ତି। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମହାଲକ୍ଷ୍ମୀ।

କର୍କଟ: ମାତାପିତାଙ୍କ ଆଶୀର୍ବାଦରେ ମନୋବଳ ଦୃଢ଼ ରହିବ। ଦୀର୍ଘ ଦିନରୁ ସ୍ଥଗିତ ଥିବା କାର୍ଯ୍ୟ ପୂରା ହେବ। ବ୍ୟବସାୟୀଙ୍କୁ ଧନଲାଭ ହେବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ନାରାୟଣୀ।

ସି˚ହ: ଆପଣଙ୍କ କାର୍ଯ୍ୟଶୈଳୀରେ କର୍ତ୍ତୃପକ୍ଷ ପ୍ରଭାବିତ ହେବେ। ଆର୍ଥିକ ପକ୍ଷରେ ଯଥେଷ୍ଟ ସୁଧାର ଆସିବ। କାରବାରରେ ପୁଞ୍ଜି ନିବେଶ ପାଇଁ ଭାବି ପାରନ୍ତି। ପ୍ରେମ ପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।

କନ୍ୟା: ପ୍ରଭୁଙ୍କ ସ୍ମରଣରେ ମନ‌େର ସକାରାତ୍ମକ ଶକ୍ତି ସ˚ଚାର ହେବ। କୌଣସି କାମ କରିବା ଲାଗି ବଡ଼ ଲୋକଙ୍କ ସାହାଯ୍ୟ ପାଇପାରନ୍ତି। ବାହାର ଖାଦ୍ୟ ପରିହାର କରନ୍ତୁ। ପାରିବାରିକ ଜୀବନ ଶାନ୍ତିମୟ ହେବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ତୁଳା: ଆଜି ଆପଣ ମନର ଇଚ୍ଛା ପୂରା କରିବା ପାଇଁ ଧୢାନ ଦିଅନ୍ତୁ। ଘରକୁ ପୁରୁଣା ବନ୍ଧୁ ଆସିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ସାମାଜିକ କାର୍ଯ୍ୟ କରିବାରେ ଅଧିକ ସମୟ ଦେବେ। ଶୁଭରଙ୍ଗ: ଆକାଶୀ ନୀଳ। ଆରାଧନା: ମାଆ ମଝିଘରିଆଣୀ।

ବିଛା: ଆପଣଙ୍କ ପାଇଁ ସଫଳତାର ରାସ୍ତା ଉନ୍ମୁକ୍ତ ରହିଛି। କୌଣସି ନୂଆ ଦାୟିତ୍ବ ମିଳିପାରେ। ସମାଜରେ ଆପଣଙ୍କ ମାନସମ୍ମାନ ବଢ଼ିବ। ଜୀବନସାଥୀଙ୍କ ସହିତ ରୋମାଣ୍ଟିକ ସନ୍ଧ୍ୟା ବଜାୟ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭୈରବୀ।

ଧନୁ: ଆପଣଙ୍କ ଭିତରେ ନୂଆ ଊର୍ଜା ସ˚ଚାର ହେବ। ନିଜ କାମ ମନଯୋଗ ସହକାରେ କରିବେ। ଶତ୍ରୁଙ୍କୁ ପରାସ୍ତ କରିବେ। ଆୟର ନୂଆ ସ୍ରୋତ ମିଳିବ। ଜୀବନସାଥୀଙ୍କ ସହିତ ସମୟ ଭଲରେ କଟିବ। ଶୁଭରଙ୍ଗ: ଗୋଲାପି। ଆରାଧନା: ମାଆ ଗାୟତ୍ରୀ।

ମକର: ଗୁରୁଙ୍କ ଆଶୀର୍ବାଦ ନିଅନ୍ତୁ; ଦିନଟି ଭଲରେ କଟିବ। ସାକ୍ଷାତକାରରେ ସଫଳତା ହାସଲ କରିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିବିଶେଷଙ୍କୁ ନୂଆ ଦାୟିତ୍ବ ମିଳିପାରେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ଶ୍ରୀ ଗଣେଶ।

କୁମ୍ଭ: ଆଜିର ଗ୍ରହ ଚଳନ ହେତୁ ସଫଳତା ଆପଣଙ୍କ ସମ୍ମୁଖରେ ଦଣ୍ତାୟମାନ। ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କଲେ ବି କିଛି କରିପାରିବେ ନାହିଁ। କାର୍ଯ୍ୟ କ୍ଷେତ୍ରରେ ପରିସର ବୃଦ୍ଧି ଲାଗି ନୂଆ ସୁଯୋଗ ମିଳିବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ଅମ୍ବିକା।

ମୀନ: ଆର୍ଥିକ ମାମଲା ପାଇଁ ଦିନଟି ଭଲ ରହିବ। ପ୍ରତ୍ୟେକ କାମ ବିନା ବିଘ୍ନରେ ସ˚ପନ୍ନ ହେବ। ଚାକିରିରେ ବଡ଼ ସୁଯୋଗ ମିଳିବା ହେତୁ ଧନଲାଭ ହେବ। ପ୍ରିୟ ବନ୍ଧୁଙ୍କ ସହିତ ସମୟ ଭଲରେ କଟିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ବରୀ।

ସମ୍ବନ୍ଧିତ ଖବର