ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କ ପରିଶ୍ରମରୁ ଭଲ ଫଳାଫଳ ମିଳିପାରେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ। ଘରୋଇ ଜୀବନରେ ସୁଖ ଶାନ୍ତି ବୃଦ୍ଧି ହେବ। ଗଣିତ ଛାତ୍ରଙ୍କ ମନ ଅଧ୍ୟୟନରେ ଅଧିକ ଲାଗିବ। ଶୁଭରଙ୍ଗ: ଧୂସର। ଆରାଧନା: ବାବା ଚନ୍ଦନେଶ୍ୱର।

 

ବୃଷ: ଦିନଟି ଆପଣଙ୍କ ଲାଗି ଖୁସି ଭରା ରହିବ। ନୂଆ ଅନୁବନ୍ଧ ମିଳିବା ହେତୁ ଆର୍ଥିକ ଚିନ୍ତା ଦୂର ହେବ। ଅଫିସରେ କର୍ମଜୀବୀ ମହିଳାଙ୍କୁ ପଦୋନ୍ନତି ମିଳିବ। ସମାଜରେ ଆପଣ ମାନ-ସମ୍ମାନ ପାଇବେ। ପ୍ରେମରେ ଆପଣଙ୍କୁ ସଫଳତା ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।

 

ମିଥୁନ: ଅଫିସରେ ପରିସ୍ଥିତି ଅନୁକୂଳ ରହିବ। ସହକର୍ମୀଙ୍କ ମାଧ୍ୟମରେ ଲାଭ ପାଇବେ। ବ୍ୟବସାୟରେ ଫାଇଦା ହେବ। ଅବିବାହିତଙ୍କ ଲାଗି ଦିନଟି ଭଲ। ବିବାହ ପ୍ରସ୍ତାବ ଆସିବ। ସାକ୍ଷାତକାରରେ ସଫଳତା ହାସଲ କରିବେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ଗାୟତ୍ରୀ।

 

କର୍କଟ: ଆପଣଙ୍କ ଏକାଗ୍ରତା ବୃଦ୍ଧି ହେବ। ଆମଦାନି ପାଇଁ ନୂଆ ରଣନୀତି ପ୍ରସ୍ତୁତ କରିବେ। ଆପଣଙ୍କ ବିନମ୍ର ବ୍ୟବହାର ଲୋକମାନଙ୍କୁ ଆକର୍ଷିତ କରିବ। ବିଦ୍ୟାର୍ଥୀମାନେ ଲେଖାପଢ଼ାରେ ଯୋଜନା ପରିବର୍ତ୍ତନ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ମାଣିକେଶ୍ୱରୀ।

 

ସିଂହ: ପ୍ରତିଟି କ୍ଷେତ୍ରରେ ଭାଗ୍ୟ ଆପଣଙ୍କୁ ସାଥ୍‌ ଦେବ। କାମ ପ୍ରତି ଆପଣଙ୍କର ଉତ୍ସାହ ବୃଦ୍ଧି ହେବ। ସାମାଜିକ ଉତ୍ସବରେ ସହଯୋଗ କରିବେ। ରାଜନୀତିରେ ପରିଧି ବଢ଼ିବ। ଛାତ୍ରଙ୍କୁ ସିନିୟରଙ୍କ ସହଯୋଗ ମିଳିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଅମ୍ବିକା।

 

କନ୍ୟା: ଦିନଟି ଆପଣଙ୍କ ଲାଗି ଆନନ୍ଦମୟ ରହିବ। କାର୍ଯ୍ୟକ୍ଷେତ୍ରରେ କିଛି ନୂଆ କରିବାକୁ ଚେଷ୍ଟା କରନ୍ତୁ। ଆର୍ଥିକ ସ୍ଥିତି ମଜଭୁତ ହେବ। ଛାତ୍ରଙ୍କୁ ପରିଶ୍ରମ ଅଧିକ କରିବାକୁ ହେବ; ତେବେ ଯାଇ ସଫଳତା ପାଇବେ। ଶୁଭରଙ୍ଗ: ସବୁଜ। ଆରାଧନା: ସନ୍ତୋଷୀ ମାତା।

 


ତୁଳା: ଏକାଗ୍ରତାର ସହିତ କାମ କରନ୍ତୁ, ସଫଳତାର ପାହାଚ ଚଢ଼ିବେ। ଆର୍ଥିକ ସମସ୍ୟାର ସମାଧାନ ହେବ। କୌଣସି ନୂଆ ବ୍ୟକ୍ତିଙ୍କ ସହିତ ମିଶି ପାରନ୍ତି। କଳାକାରଙ୍କୁ ଫିଲ୍ମର ପ୍ରସ୍ତାବ ମିଳିବ। ପାରିବାରିକ କ୍ଳେଶ ଦୂର ହେବ। ଶୁଭରଙ୍ଗ: ନୀଳ। ଆରାଧନା: ହର ପାର୍ବତୀ।

 

ବିଛା: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ଭାବିଥିବା କାମ ସହଜରେ ପୂରା ହୋଇଯିବ। ଘରକୁ ନୂଆ ଅତିଥି ଆସିପାରନ୍ତି। ବ୍ୟବସାୟୀଙ୍କୁ ଆଜି ବିଶେଷ ଫାଇଦା ହେବ। ଆପଣଙ୍କ ମନ ବହି ପଢ଼ିବାକୁ କହିବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀ ଗଣେଶ।

 

ଧନୁ: ଧ୍ୟାନ ଯୋଗ ଦ୍ୱାରା ମନରେ ସକାରାତ୍ମକ ଶକ୍ତି ସଂଚାର ହେବ। ଆପଣଙ୍କ ଜୀବନରେ ପରିବର୍ତ୍ତନ ହେବ। ଚାକିରିରେ କର୍ତ୍ତୃପକ୍ଷଙ୍କ ଠାରୁ ପ୍ରଶଂସା ମିଳିପାରେ। ପ୍ରିୟବନ୍ଧୁଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମହାଲକ୍ଷ୍ମୀ।

 

ମକର: ଆଜି ଆପଣ ଅଧିକ ଭାବପ୍ରବଣ ହୋଇପାରନ୍ତି। ଇଷ୍ଟଦେବଙ୍କର ପୂଜାର୍ଚ୍ଚନା କରନ୍ତୁ, ସହଜରେ ମନୋକାମନା ପୂରା ହେବ। ବ୍ୟବସାୟର ସଉଦା ଲାଗି ରାଜ୍ୟ ବାହାରକୁ ଯିବେ। ବିଜ୍ଞାନ ଛାତ୍ର ଆଜି କିଛି ନୂଆ ଶିକ୍ଷା ଲାଭ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀ ଗଣେଶ।

 

କୁମ୍ଭ: କୌଣସି ନୂଆ କାମର ଶୁଭାରମ୍ଭ କରିବେ। ଲାଗିରହିଥିବା ବିବାଦର ସମାଧାନ ହୋଇପାରେ। ଆପଣଙ୍କ ବ୍ୟବହାର ଦେଖି ଶତ୍ରୁ ବି ମିତ୍ର ହୋଇଯିବେ। ପରିବାର ପାଇଁ ଦିନଟି ଭଲ ରହିବ। ବିଜ୍ଞାନ ଛାତ୍ରଙ୍କୁ ଅଧ୍ୟାପନା ପାଇଁ ସୁଯୋଗ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।

 

ମୀନ: ପୂଜାପାଠରେ ମନ ଅଧିକ ଲାଗି ରହିବ। ଧର୍ମ ଚର୍ଚ୍ଚାରେ ଅଂଶ ଗ୍ରହଣ କରିବେ। ଖୋଦ୍‌କୁ ଲୋକଙ୍କ ନଜରରେ ବଢ଼ିଆ ପ୍ରମାଣିତ କରିବେ। କାରବାର ବୃଦ୍ଧି ହେବ। ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇପାରେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭୈରବୀ।

ସମ୍ବନ୍ଧିତ ଖବର