ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦେବୀମାତାଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରନ୍ତୁ, ସମ୍ଭାବ୍ୟ ସ˚କଟ ଦୂର ହେବ। ଲୁହା ବେପାରୀଙ୍କ କାମ ଭଲ ରହିବ। ଆର୍ଥିକ ସ୍ଥିତି ବୃଦ୍ଧି ହେବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିବିଶେଷଙ୍କୁ ନୂଆ ଦାୟିତ୍ବ ମିଳିପାରେ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ଭଦ୍ରକାଳୀ।

ବୃଷ: ବ୍ୟବହାରରେ ସକାରାତ୍ମକ ବଜାୟ ରଖନ୍ତୁ; ଲାଭ ହେବ। କ˚ପାନି ତରଫରୁ ବିଦେଶ ଯାଇପାରନ୍ତି। କାରବାର ସମ୍ବନ୍ଧରେ ବଡ଼ଙ୍କ ସହିତ ସାକ୍ଷାତ ଆଲୋଚନା କରିବେ। ବାହନ ସାବଧାନତାର ସହ ଚଳାନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ରାମଚଣ୍ତୀ।

ମିଥୁନ: ଜୀବନ ସତ୍‌ସଙ୍ଗରେ ଭଲ‌େର କଟିବ। ଆପଣଙ୍କର ଆତ୍ମବିଶ୍ବାସ ଓ ସଚ୍ଚୋଟତା ପାଇଁ ଆଗକୁ ବଢ଼ିବା ସହଜ ହେବ। ଅଫିସ କାମ ନିର୍ଦ୍ଦିଷ୍ଟ ସମୟରେ ପୂରା କରିବା‌େର ସକ୍ଷମ ହେବେ। ଶୁଭରଙ୍ଗ: ସବୁଜ। ଆରାଧନା: ମହାଲକ୍ଷ୍ମୀ।

କର୍କଟ: ଦିନଟି ଆପଣଙ୍କ ଲାଗି ଖାସ୍‌ ରହିବ। କୌଣସି ସ˚ପର୍କୀୟଙ୍କ ସହିତ ଆଲୋଚନା ଦ୍ବାରା କାମ ମିଳିପାରେ। ବ୍ୟବସାୟରେ ଲାଗିଥିବା ଅର୍ଥରୁ ଲାଭ ହୋଇପାରେ। ଛାତ୍ରଙ୍କର ମନ ପଢ଼ାଲେଖାରେ ଲାଗି ରହିବ। ଶୁଭରଙ୍ଗ: ଲାଲ। ଆରାଧନା: ସୂର୍ଯ୍ୟଦେବ।

ସି˚ହ: ଦିନଟି ଠିକ୍‌ଠାକ୍‌ ରହିବ। କୌଣସି ବିଷୟ ଉପରେ ବରିଷ୍ଠଙ୍କ ସହିତ କଥାବାର୍ତ୍ତା କରିବେ। ବଜାରରେ ଅଟକିଥିବା ପଇସା ମିଳିପାରେ। ରାଜନୀତିରେ ସଫଳତା ପାଇବେ। ପରିବାରର ସ୍ଥିତି ଠିକ୍‌ ରହିବ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ବିରଜା।

କନ୍ୟା: ଆପଣଙ୍କ ଜୀବନ ଲାଗି ଭଲ ଦିନଟିଏ। କୌଣସି ବି କାମ କରନ୍ତୁ ସମୟ ପୂର୍ବରୁ ପୂରା ହୋଇଯିବ। ଆର୍ଥିକ ପକ୍ଷ ମଜଭୁତ ହେବ। ଘରକୁ ଅତିଥି ଆସିପାରନ୍ତି। ନୂଆ ବାହନ କିଣିବା ଲାଗି ମନ ବଳିବ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

ତୁଳା: ଆପଣଙ୍କ ମନୋଭାବ ଭଲ ରହିବ। ନୂଆ ବ୍ୟବସାୟରେ ଅର୍ଥ ନିବେଶ କରନ୍ତୁ, ଭବିଷ୍ୟତରେ ଲାଭ ମିଳିବ। ଆପଣଙ୍କର କୌଣସି ଦୂର ସ˚ପର୍କୀୟଙ୍କ ସହିତ ସାକ୍ଷାତ ଆଲୋଚନା ହେବାରୁ ମନ ଖୁସି ହୋଇଯିବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ଭଦ୍ରକାଳୀ।

ବିଛା: ଖୁସ୍‌ ମିଜାଜରେ ରହିବେ। କୌଣସି ଅଶାନ୍ତି ଆପଣଙ୍କ ପାଖକୁ ଆସିବ ନାହିଁ। ଜୀବନରେ ଆଗକୁ ବଢ଼ିବା ପାଇଁ ନୂଆ ସୁଯୋଗ ମିଳିବ। ପରିବାର ସହିତ ତାଳମେଳ ବଜାୟ ରହିବ। ଶୁଭରଙ୍ଗ: ଧୂସର। ଆରାଧନା: ବାବା ଆଖଣ୍ତଳମଣି।

ଧନୁ: ଧାର୍ମିକ କାର୍ଯ୍ୟରେ ସହଯୋଗ କରନ୍ତୁ, ଚାକିରି ଓ ବ୍ୟବସାୟରୁ ଲାଭ ମିଳିବ। ପୁରୁଣା ମିତ୍ରଙ୍କୁ ଭେଟିବା ପାଇଁ ତାଙ୍କ ଘରକୁ ଯିବେ। ଅଚାନକ ଖୁସି ଖବର ପାଇବେ। ଛାତ୍ରଙ୍କର ଲେଖାପଢ଼ା ପ୍ରତି ଆଗ୍ରହ ବଢ଼ିବ। ଶୁଭରଙ୍ଗ: ଲାଲ। ଆରାଧନା: ଶ୍ରୀକୃଷ୍ଣ।

ମକର: ଅଫିସରେ କୌଣସି ଭଲ ଖବର ମିଳିବ। ଆଗକୁ ବଢ଼ିବା ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ହେବ। ପରିବାର ସହିତ ବାହାରକୁ ବୁଲି ଯାଇପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଗାୟତ୍ରୀ।

କୁମ୍ଭ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଭବିଷ୍ୟତକୁ ସୁଧାରିବା ଲାଗି ନୂଆ ପଦକ୍ଷେପ ନେବେ। ବେପାରୀବର୍ଗଙ୍କୁ ଧନଲାଭ ହେବ। ଆପଣଙ୍କ ଜୀବନରେ କୌଣସି ପ୍ରେମ ସମ୍ବନ୍ଧ ଆରମ୍ଭ ହୋଇପାରେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କୀଚକେଶ୍ବରୀ।

ମୀନ: ପୂଜାପାଠରେ ସମୟ ବିତିବ। ଦୀର୍ଘ ଦିନର ଚିନ୍ତା ଦୂର ହେବ। ଆପଣଙ୍କର ଆଗ୍ରହ ନୂଆ କାମ ଆଡ଼କୁ ରହିବ। କାରବାରରେ ସଫଳତା ମିଳିବ। ପାରିବାରିକ ଜୀବନ ଶାନ୍ତିମୟ ହେବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମାଆ ତାରିଣୀ।

ସମ୍ବନ୍ଧିତ ଖବର