ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ମାତାପିତାଙ୍କ ସହିତ କୌଣସି ଧାର୍ମିକ ଆୟୋଜନକୁ ଯାଇପାରନ୍ତି। ବ୍ୟବସାୟରେ ଆଗକୁ ବଢ଼ିବା ପାଇଁ ଭାବିବେ। ଶତ୍ରୁ ଆପଣଙ୍କର କ୍ଷତି କରି ପାରିବେ ନାହିଁ। ଛାତ୍ରଙ୍କର ଲେଖାପଢ଼ା ପ୍ରତି ଆଗ୍ରହ ବଢ଼ିବ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ରାମଚଣ୍ତୀ।

ବୃଷ: ପଇସା ଅର୍ଜିବାର ବିଚାର ଦେବା ଲୋକ ଆପଣଙ୍କୁ ମିଳିବେ। ରାଜନୀତି କରୁଥିବା ବ୍ୟକ୍ତିଙ୍କ ଲାଗି ଦିନଟି ଭଲ ରହିବ। ଆପଣଙ୍କର ପୂରା ହେବାକୁ ଯାଉଥିବା କୌଣସି କାମରେ ବାଧା ଉତ୍ପନ୍ନ ହୋଇପାରେ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଲିଙ୍ଗରାଜ।

ମିଥୁନ: ଆଗକୁ ବଢ଼ିବାର ଦିନଟିଏ। କର୍ମକ୍ଷେତ୍ରରେ ଅଧିକ ଦାୟିତ୍ବ ଗ୍ରହଣ କରିବେ। ସହକର୍ମୀଙ୍କ ସହିତ ବୁଝାମଣା ଭଲ ରହିବ। ବେପାରୀବର୍ଗଙ୍କୁ ଧନଲାଭ ହେବ। ରାଜନୀତିରେ ସଫଳତା ପାଇବେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମହାଲକ୍ଷ୍ମୀ।

କର୍କଟ: ଆଜି ଯାହା ବି କାମ ଆରମ୍ଭ କରିବେ, ସଫଳତା ପାଇବେ। ଆର୍ଥିକ ସ୍ଥିତି ଠିକ୍‌ ରହିବ। ଜୀବନସାଥୀଙ୍କ ସହିତ ପ୍ରେମ ବଢ଼ିବ। ଛାତ୍ରଙ୍କୁ ଶୁଭ ଖବର ମିଳିବ। ଖାଦ୍ୟପାନୀୟ ପ୍ରତି ବିଶେଷ ଧୢାନ ଦିଅନ୍ତୁ। ଶୁଭରଙ୍ଗ: ବାଦାମୀ। ଆରାଧନା: ହର ପାର୍ବତୀ।

ସି˚ହ: ନିଜ ଉପରେ ବିଶ୍ବାସ ରଖି ଧୈର୍ଯ୍ୟର ସହ କାମ କରନ୍ତୁ; ସଫଳତା ମିଳିବ। ଅଫିସରେ ଲାଗି ରହିଥିବା ବିଶୃଙ୍ଖଳାର ସମାଧାନ କରିବେ। ନୂଆ ବନ୍ଧୁ ଭାବେ କାହାରିକୁ ଗ୍ରହଣ କରିପାରନ୍ତି। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମାଆ ବିରଜା।

କନ୍ୟା: ସମୟ ଆପଣଙ୍କ ପାଇଁ ଅନୁକୂଳ। ଆଗକୁ ବଢ଼ି ଚାଲନ୍ତୁ, ପରିସ୍ଥିତି ଆପଣଙ୍କ ପକ୍ଷରେ ହେବ। ନୂଆ ପୁରୁଣା ବନ୍ଧୁଙ୍କର ସହଯୋଗ ଓ ସଦିଚ୍ଛା ପାଇବେ। କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିରଜା।

ତୁଳା: ଦିନଟି ଠିକ୍‌ଠାକ୍‌ ରହିବ। ଭାବିଥିବା କାମ ବିନା ବାଧାବିଘ୍ନରେ ସ˚ପନ୍ନ ହେବ। ସାମାଜିକ କାର୍ଯ୍ୟରେ ସମୟ ଦେବେ। କାରବାର ବିସ୍ତାର ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ। ଆପଣ ଘରୋଇ ସାମଗ୍ରୀ କିଣିବେ। ଶୁଭରଙ୍ଗ: ଧଳା। ଆରାଧନା: ବାବା ସାଇରାମ।

 

ବିଛା: ଆପଣଙ୍କ ଭିତରେ ନୂଆ ଊର୍ଜା ସ˚ଚାର ହେବ। ପୂର୍ବରୁ ଆରମ୍ଭ କରିଥିବା କାମ ଆଜି ପୂରା ହୋଇଯିବ। ପରିବାରରେ ହସଖୁସିର ବାତାବରଣ ରହିବ। ଦାମ୍ପତ୍ୟ ସମ୍ବନ୍ଧରେ ପ୍ରସନ୍ନତା ଆସିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ଭୈରବୀ।

ଧନୁ: ଦିନଟି ସବୁ ଦୃଷ୍ଟିରୁ ଭଲ ରହିବ। ଜରୁରୀ କାମ ପୂରା କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ। ବ୍ୟବସାୟ ପାଇଁ ନୂଆ ଚୁକ୍ତିନାମା କରିବେ। ଜୀବନସାଥୀଙ୍କ ଠାରୁ ଭଲ ଉପହାର ପାଇବେ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଅମ୍ବିକା।

ମକର: ମନରେ ନୂଆ ବିଚାର ଉତ୍ପନ୍ନ ହେବ। ସମୟ ସୀମାକୁ ଧୢାନରେ ରଖି କାମ କରନ୍ତୁ। ବ୍ୟବସାୟ ସମ୍ବନ୍ଧରେ ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ସାକ୍ଷାତ ଆଲୋଚନା କରିବେ। ସ୍ବାସ୍ଥ୍ୟ ଭଲ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଗାୟତ୍ରୀ।

କୁମ୍ଭ: ବାପାଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ। କଥାରେ ସମସ୍ତଙ୍କୁ ପ୍ରଭାବିତ କରି ପାରନ୍ତି। ଅଧୁରା ଥିବା କାମ ଯଥା ସମୟରେ ପୂରା କରିନେବେ। ଅଚାନକ ଧନଲାଭ ହେବ। ଶୁଭରଙ୍ଗ: ଆକାଶୀ ନୀଳ। ଆରାଧନା: ମାଆ ପାଟଣେଶ୍ବରୀ।

ମୀନ: ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଦିନଟି ଭଲ। ଆପଣଙ୍କୁ କୌଣସି ଭଲ ଖବର ମିଳିପାରେ। ରାଜନୀତିରେ ସୀମା ବଢ଼ିବ। ଚାକିରିରେ ଉନ୍ନତି ଯୋଗ ରହିଛି। ବ୍ୟବସାୟୀଙ୍କୁ ଧନଲାଭ ହୋଇପାରେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।

ସମ୍ବନ୍ଧିତ ଖବର