ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଲୋକମାନଙ୍କର ବିଶ୍ବାସ ଆପଣଙ୍କ ଉପରେ କାଏମ ରହିବ। ରାଜନୀତିରେ ମନକାମନା ପୂରା ହେବ। ନୂଆ ସ୍ରୋତରୁ ଧନଲାଭ ହେତୁ ଆର୍ଥିକ ସ୍ଥିତି ମଜଭୁତ ହେବ। ପ୍ରେମରେ ସଫଳତା ମିଳିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ବାବା ଗୁପ୍ତେଶ୍ବର।

ବୃଷ: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ଦୀର୍ଘଦିନରୁ ସ୍ଥଗିତ ଥିବା କାମ ପୂରା ହେବ। ଉଚ୍ଚ ଅଧିକାରୀ ବର୍ଗ ଆପଣଙ୍କ ଉପରେ ଖୁସି ରହିବେ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ଶାରଳା।

ମିଥୁନ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ମିତ୍ରଙ୍କ ପରାମର୍ଶ କାମରେ ଆସିବ। କାର୍ଯ୍ୟଶୈଳୀରେ କର୍ତ୍ତୃପକ୍ଷ ପ୍ରଭାବିତ ହେବେ। ଭାଗୀଦାରି କାରବାରରୁ ଭଲ ଫଳାଫଳ ମିଳିବ। ଦାମ୍ପତ୍ୟ ସମ୍ବନ୍ଧ ମଧୁର ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କଟକଚଣ୍ତୀ।

କର୍କଟ: ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ସାଧୁସନ୍ଥଙ୍କ ସହିତ ସ˚ପର୍କ ବଢ଼ିବ। ଆପଣଙ୍କ ଇଚ୍ଛା ପୂରା କରିବା ଲାଗି ଅଧିକ ପରିଶ୍ରମ କରିବାକୁ ପଡ଼ିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଶୁଭରଙ୍ଗ: ନୀଳ। ଆରାଧନା: ସୂର୍ଯ୍ୟଦେବ।

ସି˚ହ: ଆପଣଙ୍କ ପାଖଆଖରେ ମଧୁର ବାତାବରଣ ରହିବ। କୌଣସି ଜରୁରୀ କାମ ଜୀବନସାଥୀଙ୍କ ସହିତ ପରାମର୍ଶ କରି କରନ୍ତୁ; ଭଲ ହେବ। ଶରୀର ସୁସ୍ଥ ରଖିବା ଲାଗି ପ୍ରତିଦିନ ପ୍ରାତଃ ଭ୍ରମଣ କରନ୍ତୁ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ଦୁର୍ଗା।

କନ୍ୟା: ପାରିବାରିକ କାର୍ଯ୍ୟରେ ପରିବାରର ସବୁ ସଦସ୍ୟଙ୍କ ସହଯୋଗ ପାଇବେ। ଆପଣଙ୍କ କାମରେ କର୍ତ୍ତୃପକ୍ଷ ଖୁସି ରହିବେ। ମହତ୍ତ୍ବପୂର୍ଣ୍ଣ ମାମଲାରେ ବନ୍ଧୁଙ୍କ ସହିତ କଥାବାର୍ତ୍ତା ହେବେ। ଶତ୍ରୁଙ୍କୁ ପରାସ୍ତ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିରଜା।

ତୁଳା: ଆଜି ଊର୍ଜାରେ ପରିପୂର୍ଣ୍ଣ ରହିବେ। ଆପଣ ନିଜର କାମକୁ ଠିକ୍‌ ଭାବେ ନିର୍ବାହ କରିବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପାରିବାରିକ ଅଶାନ୍ତିର ସମାଧାନ ହୋଇଯିବ। ବନ୍ଧୁଙ୍କ ସହିତ ବାହାରକୁ ବୁଲି ଯିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

 

 

ବିଛା: ଦିନଟି ଆପଣଙ୍କ ଲାଗି ଭଲ ମୁହୂର୍ତ୍ତ ନେଇ ଆସିବ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ହେବ। ସ˚ପର୍କୀୟଙ୍କ ସହିତ ମିଳନ ଯୋଗ ରହିଛି। ସନ୍ତାନଙ୍କ କ୍ୟାରିୟର ସମ୍ବନ୍ଧରେ ମହତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ଚର୍ଚ୍ଚିକା।

ଧନୁ: ଆଜି ଆପଣ ନିଜ ଉପରେ ଗର୍ବ ଅନୁଭବ କରିବେ। ଚାକିରିଆଙ୍କୁ ବିଶେଷ ସଫଳତା ହାସଲ ହେବ। ପଇସା ରୋଜଗାର ପାଇଁ ଦିମାକରେ ନୂଆ ବିଚାର ଆସିବ। ପାରିବାରିକ ସ୍ଥିତି ଠିକ୍‌ ରହିବ। ଶୁଭରଙ୍ଗ: ମେରୁନ। ଆରାଧନା: ମହାଲକ୍ଷ୍ମୀ।

ମକର: ଆଜିର ଦିନଟି ପୂର୍ବ ଦିନ ଅପେକ୍ଷା ଭଲ ରହିବ। ଚାକିରିରେ ବଡ଼ ସୁଯୋଗ ମିଳିବା ହେତୁ ଧନଲାଭ ହେବ। ଆପଣଙ୍କ ମନର କଥା ବନ୍ଧୁଙ୍କ ସହିତ ବାଣ୍ଟିବେ। ବିଦ୍ୟାର୍ଥୀଙ୍କୁ କ୍ୟାରିୟର ସମ୍ବନ୍ଧରେ ଭଲ ଖବର ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

କୁମ୍ଭ: ଆପଣଙ୍କ ମନୋଭାବ ଭଲ ରହିବ। ଜୀବନସାଥୀଙ୍କୁ ମନର କଥା କହିବେ। ବେପାରର ଶୁଭାରମ୍ଭ କରିବା ଲାଗି ଦିନଟି ଉତ୍ତମ। ଚାକିରିରେ ସମର୍ପିତ ଦାୟିତ୍ବ ସୁରୁଖୁରୁରେ ତୁଲାଇବେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ମାଣିକେଶ୍ବରୀ।

ମୀନ: କାମ ଧନ୍ଦା କ୍ଷେତ୍ରରେ ଚ୍ୟାଲେଞ୍ଜ ଆସିବ। ଅନ୍ୟମାନଙ୍କ ସହିତ ଗୁରୁତ୍ବପୂର୍ଣ୍ଣ କଥା ଆଲୋଚନା କରନ୍ତୁ ନାହିଁ। ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ଛାତ୍ରଛାତ୍ରୀମାନେ ମନ ଲଗାଇ ପଢ଼ନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ମଙ୍ଗଳା।

ସମ୍ବନ୍ଧିତ ଖବର