ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କାର୍ଯ୍ୟକ୍ଷେତ୍ରରେ ଲାଗି ରହିଥିବା ବିଶୃଙ୍ଖଳାର ସମାଧାନ କରିବାରେ ସଫଳ ହୋଇପାରନ୍ତି। ଧନଲାଭର ଯୋଗ ରହିଛି। ଆପଣଙ୍କୁ କୌଣସି ଭଲ ଖବର ମିଳିବ। ରାଜନୀତିକ କାର୍ଯ୍ୟରେ ରୁଚି ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

ବୃଷ: ଖୋଦକୁ ଊର୍ଜାବାନ ଅନୁଭବ କରିବେ। କୌଣସି ନିକଟ ସ˚ପର୍କୀୟ ଦ୍ବାରା ଫାଇଦା ହେବ। ଅଫିସରେ ନିଜ କାମକୁ ମନୋଯୋଗରେ କରିବେ। ଜୀବନସାଥୀଙ୍କ ସହିତ ଆପଣଙ୍କ ସମ୍ବନ୍ଧ ମଧୁର ହେବ। ଶୁଭରଙ୍ଗ: ସବୁଜ। ଆରାଧନା: ବାବା ଆଖଣ୍ତଳମଣି।

ମିଥୁନ: ଦିନଟି ଆପଣଙ୍କ ଲାଗି ଭଲ ରହିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସମ୍ମାନ ମିଳିପାରେ। ଆପଣଙ୍କୁ ନୂଆ ସ୍ରୋତରୁ ଧନଲାଭ ହୋଇପାରେ। ବୈବାହିକ ଜୀବନ ଖୁସି ଭରା ରହିବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

କର୍କଟ: ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ, ଆପଣଙ୍କୁ ସଫଳତା ମିଳିବ। ବିଦେଶରେ ବ୍ୟବସାୟ କରୁଥିବା ବ୍ୟକ୍ତିମାନେ ବଡ଼ ଡ଼ିଲ୍‌ କରିବେ। ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ଭଲ ରହିବ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ତାରିଣୀ।

ସି˚ହ: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ପରିଶ୍ରମର ଫଳ ଦ୍ବିଗୁଣା ପାଇବେ। ସମାଜରେ ମାନ ସମ୍ମାନ ପାଇବେ। ବ୍ୟବସାୟର ବୃଦ୍ଧି ଲାଗି ନୂଆ ଉପାୟ ଗ୍ରହଣ କରିବେ। ବନ୍ଧୁଙ୍କ ସହିତ ଭ୍ରମଣରେ ଯାଇପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ବାବା ସାଇରାମ।

କନ୍ୟା: ଭବିଷ୍ୟକୁ ସୁଧାରିବା ଲାଗି ନୂଆ ପଦକ୍ଷେପ ନେବେ। କ˚ପାନିରେ ଚାକିରି କରୁଥିବା ବ୍ୟକ୍ତିଙ୍କର ଦରମା ବୃଦ୍ଧି ହୋଇପାରେ। ଦାଂପତ୍ୟ ଜୀବନରେ ପ୍ରେମ ବଜାୟ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଅମ୍ବିକା।

ତୁଳା: ଦିନଟି ଆପଣଙ୍କ ଲାଗି ଅନୁକୂଳ। ଉନ୍ନତିରେ ଆସୁଥିବା ବାଧା ଦୂର ହେବ। ରାଜନୀତିରେ ଆଧିପତ୍ୟ ବଢ଼ିବ। ସନ୍ଧ୍ୟାରେ କୌଣସି ଶୁଭ ଖବର ମିଳିବା ହେତୁ ପରିବାରରେ ଖୁସିର ମାହୋଲ ରହିବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ଶାରଳା।

 

ବିଛା: କୌଣସି ପୁରୁଣା କଥାକୁ ନେଇ ମାନସିକ ଅଶାନ୍ତିରେ ରହିପାରନ୍ତି। କୌଣସି ଜରୁରୀ କାମ ବାବଦରେ ଜୀବନସାଥୀଙ୍କ ସହିତ ପରାମର୍ଶ କରନ୍ତୁ, ଭଲ ହେବ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମହାଦେବ।

ଧନୁ:ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଦିନଟି ଭଲ। ବିରୋଧୀ ଆପଣଙ୍କ ସମ୍ମୁଖରେ ନତମସ୍ତକ ରହିବେ। କାରବାର ଓ ଆୟରେ ବୃଦ୍ଧି ହେବ। ଛାତ୍ରମାନେ କ୍ୟାରିଅରରେ ବଡ଼ ସଫଳତା ପାଇବେ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ କଟକଚଣ୍ତୀ।

ମକର: ଦିନଟି ଫଳପ୍ରଦ। ଆମଦାନିର ନୂଆ ସ୍ରୋତ ସାମନାକୁ ଆସିବ। ପରିବାରରେ କୌଣସି ସଦସ୍ୟଙ୍କ ସହିତ ଲାଗି ରହିଥିବା ମତଭେଦ ଦୂର ହେବ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ ରହନ୍ତୁ। ଶୁଭରଙ୍ଗ: କଫି। ଆରାଧନା: ବାବା ଧବଳେଶ୍ବର।

କୁମ୍ଭ: ପୂର୍ବରୁ କରିଥିବା କିଛି କାମରେ ଆଜି ଫାଇଦା ହେବ। ବାହନ କିଣିବା ଲାଗି ମନରେ ଆଗ୍ରହ ସୃଷ୍ଟି ହେବ। ଅଫିସରେ ଆପଣଙ୍କର ଆତ୍ମବିଶ୍ବାସ ଉଚ୍ଚା ରହିବ। ପ୍ରିୟ ବନ୍ଧୁଙ୍କ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ କିଚକେଶ୍ବରୀ।

ମୀନ: ଆଜି ପୂର୍ବ ଦିନ ଅପେକ୍ଷା ସାମାନ୍ୟ ଭଲ ହେବ। କୌଣସି ଖାସ୍‌ ବିଷୟରେ ସିନିଅରଙ୍କ ସହିତ କଥାବର୍ତ୍ତା କରିବେ। ବେପାରିଙ୍କୁ ଆୟର ନୂଆ ସ୍ରୋତ ମିଳିବ। କୌଣସି ସ˚ପର୍କୀୟ ଆପଣଙ୍କୁ ଉଧାର ମାଗି ପାରନ୍ତି। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଦୁର୍ଗା।

ସମ୍ବନ୍ଧିତ ଖବର