ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଇଷ୍ଟଦେବ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି। ସକାରାତ୍ମକ ମିଠା ମିଠା କଥା କହି ଆପଣଙ୍କ କାମ କରାଇନେବେ। ବ୍ୟବସାୟରେ ଲାଗି ରହିଥିବା ପଇସାର ଯଥେଷ୍ଟ ଲାଭ ହେବ। ଶୁଭରଙ୍ଗ: ଲାଲ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ବୃଷ: ଆଜି ଆପଣଙ୍କୁ ଉଚିତ ସମୟର ଜ୍ଞାନ ରଖିବାକୁ ହେବ। ନୂଆ ଆହ୍ବାନର ସାମନା କରିବେ। ପାରିବାରିକ ବିବାଦରୁ ଦୂରେଇ ରହନ୍ତୁ। କୌଣସି ସ˚ପର୍କିୟ ଆପଣଙ୍କୁ ଉଧାର ମାଗି ପାରନ୍ତି। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ପାଟଣେଶ୍ବରୀ।

ମିଥୁନ: ଚାକିରିଆଙ୍କ ପାଇଁ ଦିନଟି ଅନୁକୂଳ ରହିବ। ନୂଆ ଦାୟିତ୍ବ ଆପଣଙ୍କୁ ଜଲଦି ମିଳିପାରେ। ସନ୍ଧ୍ୟାରେ କୌଣସି ଶୁଭ ସମାଚାର ମିଳିପାରେ। ଦାଂପତ୍ୟ ଜୀବନ ପ୍ରେମପୂର୍ବକ ବିତିବ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

କର୍କଟ: ଦିନଟି ଭଲ ହୋଇପାରିବ ଯଦିଓ ଅଧିକ ପରିଶ୍ରମ କରିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷ ବିଦେଶ ଯିବାର ଯୋଗ ରହିଛି। ମନୋର˚ଜନଧର୍ମୀ କାର୍ଯ୍ୟରେ ପଇସା ଖର୍ଚ୍ଚ ହୋଇପାରେ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଚର୍ଚ୍ଚିକା।

ସି˚ହ: ଚେଷ୍ଟାରେ ସଫଳତା ପାଇବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ଅଫିସରେ ପ୍ରସନ୍ନତା ଭରା ଦିନଟି ରହିବ। ବ୍ୟବସାୟରେ ନୂଆ ଅନୁବନ୍ଧ ହେବ। ବୈବାହିକ ଜୀବନ ଖୁସି ଭରା ରହିବ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

କନ୍ୟା: କାର୍ଯ୍ୟକ୍ଷେତ୍ରରେ ଲାଗି ରହିଥିବା ଅଶାନ୍ତି ସମାପ୍ତ ହେବ। ବୈଦେଶିକ ବେପାର ବଣିଜ ଲାଗି ସୁଯୋଗ ଆସିବ। ପ୍ରିୟ ବନ୍ଧୁଙ୍କ ସହିତ ମିଶିବା ପାଇଁ ଉତ୍ସୁକ ହେବେ। କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ମାଆ ଅମ୍ବିକା।

ତୁଳା: ଦିନଟି ଆପଣଙ୍କ ଭଲ ପରିଣାମ ନେଇ ଆସିବ। ସ୍ଥଗିତ ଥିବା ସବୁ କାମ ପୂରା ହେବ। ବିରୋଧୀମାନେ ଆପଣଙ୍କ ସମ୍ମୁଖରେ ନତମସ୍ତକ ହେବେ। ଆର୍ଥିକ ରୂପେ ସବୁ କିଛି ଭଲ ରହିବ। ଶୁଭରଙ୍ଗ: ଧୂସର। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

 

ବିଛା: ଆଗକୁ ବଢ଼ିବାର ଦିନଟିଏ। ନୂଆ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ। ଆପଣଙ୍କ ବ୍ୟବସାୟରେ ଭଲ ଗତି ହେବ। ମନ ପ୍ରସନ୍ନ ରହିବ। ଅଚାନକ ଧନପ୍ରାପ୍ତି ହେବ। ଶୁଭରଙ୍ଗ: ଧଳା। ଆରାଧନା: ବାବା କପିଳାସ।

ଧନୁ: ଆପଣଙ୍କ ଉନ୍ନତିରେ ଆସୁଥିବା ବାଧା ଦୂର ହେବ। ସନ୍ତାନଙ୍କ ଉନ୍ନତିରେ ଗୌରବାନ୍ବିତ ଅନୁଭବ କରିବେ। ରାଜନୀତିରେ ଯୋଗାଯୋଗ ଭଲ ରହିବ। ପ୍ରେମ ପ୍ରସଙ୍ଗରେ ସଫଳତା ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଚର୍ଚ୍ଚିକା।

ମକର: ଭାଗ୍ୟ ଉପରେ ସ˚ପୂର୍ଣ୍ଣ ଭରସା କରନ୍ତୁ ନାହିଁ। ଆପଣ କୌଣସି କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ। ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ବଗଳାମୁଖୀ।

କୁମ୍ଭ: ଆଜି ଆପଣ ଖୋଦ୍‌କୁ ଊର୍ଜାବାନ ଅନୁଭବ କରିବେ। ଚାକିରି ପାଇଁ ଭଲ ପେକେଜ୍‌ ମିଳିବ। ଜମି ଦଲାଲଙ୍କୁ ପୁରୁଣା ସ˚ପତ୍ତିରୁ ଲାଭ ହେବ। ବୈବାହିକ ଜୀବନରେ ମନର ଆବେଗ ସମାପ୍ତ ହେବ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

ମୀନ: ବ୍ୟବସାୟ ଯୋଜନା କରିବାରେ ବ୍ୟସ୍ତ ରହିବେ। ସରକାରୀ ଚାକିରିଆଙ୍କୁ ଭଲ ଖବର ମିଳିବ। ଆପଣଙ୍କ ଜୀବନରେ ନୂଆ ପ୍ରେମ ଆରମ୍ଭ ହୋଇପାରେ। ପ୍ରତିଯୋଗିତାରେ ସଫଳତା ହାସଲ କରିବେ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ଦୁର୍ଗା।

ସମ୍ବନ୍ଧିତ ଖବର