ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆଜି ନୂଆ କାମ କରିବା ଲାଗି ଉତ୍ସୁକ ରହିବେ। ଘରକୁ ବନ୍ଧୁ ଆସିବା ଯିବା ଲାଗି ରହିବ। ସରକାରୀ ଚାକିରିଆଙ୍କର ଆର୍ଥିକ ପକ୍ଷ ମଜଭୁତ ହେବ। ପ୍ରେମ ବ୍ୟାପାରରେ ସଫଳତା ପାଇବେ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ମାଆ ଭଦ୍ରକାଳୀ।

ବୃଷ: କାର୍ଯ୍ୟ କ୍ଷେତ୍ରରେ ପ୍ରସ୍ତୁତ କରିଥିବା ଯୋଜନା ଗୁପ୍ତ ରଖନ୍ତୁ। ଅନ୍ୟଥା ଅନ୍ୟମାନେ ତା’ର ଫାଇଦା ନେବେ। ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ବାବା କପିଳାସ।

ମିଥୁନ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ମନରେ ନୂଆ ବିଚାର ଉତ୍ପନ୍ନ ହେବ। ଆପଣଙ୍କ ଯୋଗ୍ୟତା ଅନୁସାରେ ଆପଣଙ୍କୁ ଯଥେଷ୍ଟ କାମ ମିଳିବ। ନୂଆ ଘର କିଣିବା ଲାଗି ଦିନଟି ଭଲ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କାଳୀଯାଈ।

କର୍କଟ: ଦିନଟି ଆପଣଙ୍କୁ ସୁଖ ଓ ସୌଭାଗ୍ୟ ପ୍ରଦାନ କରିବ। ପରିବାରର ପୂରା ସହଯୋଗ ପାଇବେ। ଆପଣଙ୍କୁ ବଢ଼ିଆ ଚାକିରିର ପ୍ରସ୍ତାବ ମିଳିପାରେ। ମହିଳାମାନେ ଜୀବନ ଯାତ୍ରାରେ ଆଗକୁ ବଢ଼ିବେ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ତାରିଣୀ।

ସି˚ହ: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ପରିବାର ଲୋକଙ୍କ ସହିତ ତାଳମେଳ ବଜାୟ ରହିବ। ଉନ୍ନତି ପାଇଁ ନୂଆ ସୁଯୋଗ ମିଳିବ। ହୋଟେଲ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ଶୁଭରଙ୍ଗ: ଲାଲ। ଆରାଧନା: ମହାଲକ୍ଷ୍ମୀ।

କନ୍ୟା: ମନରେ ନକାରାତ୍ମକ ଭାବନା ଆସିପାରେ। ପୂରା ହେବାକୁ ଯାଉଥିବା କୌଣସି କାମରେ ବାଧା ଉତ୍ପନ୍ନ ହେବ। ନୂଆ ଜମି କିଣିବା ପୂର୍ବରୁ ଦଲିଲକୁ ଭଲଭାବେ ଯାଞ୍ଚ କରନ୍ତୁ। ଖର୍ଚ୍ଚ ବଢ଼ିପାରେ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ସମଲେଶ୍ବରୀ।

ତୁଳା: ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟରେ ସଫଳତା ମିଳିବା ହେତୁ ମନ ଖୁସି ରହିବ। ଘରୋଇ ବିବାଦ ସମାପ୍ତ ହେବ। ଅପ୍ରତ୍ୟାଶିତ ଧନ ପ୍ରାପ୍ତି ହେବ। ପ୍ରିୟଜନଙ୍କ ସହଯୋଗ ମିଳିବ। ନୂଆ ଚୁକ୍ତିପତ୍ର ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭୈରବୀ।

 

 

ବିଛା: ଭାଗ୍ୟ ଆପଣଙ୍କୁ ସାଥ ଦେବ। ସବୁ କାମ ସହଜରେ ହୋଇଯିବ। ଚାକିରିରେ କତୃପକ୍ଷଙ୍କ ଠାରୁ ପ୍ରଶ˚ସା ଶୁଣିବାକୁ ମିଳିପାରେ। ବ୍ୟବସାୟରେ ଭଲ ଗତି ହେବ। ପାରିବାରିକ ଜୀବନ ସୁଖମୟ ହେବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ଧନୁ: ସାରା ଦିନ ଊର୍ଜା ଭରା ରହିବେ। ନୂଆ କାମରେ ରୁଚି ବଢ଼ିବ। ଆପଣଙ୍କ କ˚ପାନିକୁ ବଡ଼ ସୁଯୋଗ ମିଳିବ, ଯାହା କି ଭବିଷ୍ୟତରେ ଲାଭପ୍ରଦ ହେବ। ଚାକିରି ଖୋଜୁଥିବା ବ୍ୟକ୍ତି ବିଶେଷଙ୍କୁ ଶୁଭ ଖବର ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

ମକର: ସଫଳତା ପାଇଁ ଭାବିଚିନ୍ତି କାମ କରନ୍ତୁ। ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ମହିଳାବନ୍ଧୁଙ୍କ ସହଯୋଗରେ ବ୍ୟବସାୟରେ ଲାଭ ମିଳିବ। ଉଧାର ନେବା ଓ ଦେବାରୁ ନିବୃତ୍ତ ରହନ୍ତୁ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ଶ୍ରୀକୃଷ୍ଣ।

କୁମ୍ଭ: ଦିନଟି ଆପଣଙ୍କ ପାଇଁ ବିଶେଷ ଫଳଦାୟୀ। ଲାଗିରହିଥିବା ସମସ୍ୟାର ସମାଧନ ହେବ। ଆପଣଙ୍କ ବିନମ୍ର ସ୍ବଭାବ ଆପଣଙ୍କର ସାହାଯ୍ୟ କରିବ। କ୍ୟାରିୟର ଲାଗି ଆପଣଙ୍କୁ ସୁବର୍ଣ୍ଣ ସୁଯୋଗ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

ମୀନ: ସୌଭାଗ୍ୟ ଲକ୍ଷ୍ୟସ୍ଥଳରେ ପହଞ୍ଚିବାର କୌଣସି ଅସୁବିଧା ହେବନାହିଁ। ଚାକିରିରେ କର୍ତ୍ତୃତ୍ବ ରହିବ। ବ୍ୟବସାୟ ପାଇଁ ଭଲ ସୁଯୋଗ ମିଳିବ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ସମ୍ବନ୍ଧିତ ଖବର