ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦୀର୍ଘଦିନରୁ ଲାଗିରହଥିବା ସମସ୍ୟାର ସମାଧାନ ହେବ। ଆୟ ବୃଦ୍ଧି ହେବ। କର୍ତ୍ତୃପକ୍ଷ ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ଦେବେ। ପ୍ରିୟବ୍ୟକ୍ତିଙ୍କ ସହିତ ମିଶିବା ପାଇଁ ଭଲ ସମୟ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ବଗଳାମୁଖୀ।

ବୃଷ: ଆଜି ଆପଣଙ୍କ ସାମନାକୁ ନୂଆ ଅବସର ଆସିବ। ମିତ୍ର ଆପଣଙ୍କର ପ୍ରଶ˚ସା କଲେ ସାବଧାନ ରହନ୍ତୁ। ଭୂ-ସ˚ପତ୍ତିରେ ଭାବିଚିନ୍ତି ପଇସା ନିବେଶ କରନ୍ତୁ। ପ୍ରେମିକା ସହିତ ବାହାରକୁ ବୁଲି ଯାଇପାରନ୍ତି। ଶୁଭରଙ୍ଗ: ଘିଅରଙ୍ଗ। ଆରାଧନା: ମାଆ ଦୁର୍ଗା।

ମିଥୁନ: ଉନ୍ନତି ପାଇଁ ନୂଆ ସୁଯୋଗ ମିଳିବ। ଦେବୀମାତାଙ୍କ ପ୍ରତି ଆସ୍ଥା ବଢ଼ିବ। ମହିଳାଙ୍କ ଭାଗ୍ୟ ଉଜ୍ଜ୍ବଳ ହେବ। କାନୁନ ମାମଲାରେ ଆରାମ ମିଳିବ। ପରିବାରରେ ସୁଖ ଓ ଶାନ୍ତି ବଜାୟ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଗୁପ୍ତଶ୍ବର।

କର୍କଟ: ସୁନ୍ଦର କଳ୍ପନାରେ ବିଭୋର ରହିବେ। ଅନ୍ୟମାନଙ୍କ ସହିତ ଖୁସି ବାଣ୍ଟିବେ। ଅଫିସରେ ପଦୋନ୍ନତିର ସୁଯୋଗ ରହିଛି। ବେପାରରେ ଫାଇଦା ହେବ। ବୈବାହିକ ଜୀବନରେ ମଧୁରତା ଆସିବ। ଶୁଭରଙ୍ଗ: ଧୂସର। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ସି˚ହ: ସମୟ ଆପଣଙ୍କ ଲାଗି ଖୁବ୍‌ ଭଲ। କାମକୁ ପୂରା କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ ଏବ˚ ତହିଁରେ ଲାଭ ମିଳିବ। ଶତ୍ରୁ ଆପଣଙ୍କର କିଛି କ୍ଷତି କରି ପାରିବେ ନାହିଁ। ଦାଂପତ୍ୟ ଜୀବନ ପ୍ରେମପୂର୍ବକ ବିତିବ। ଶୁଭରଙ୍ଗ: ଧଳା। ଆରାଧନା: ସବୁଜ।

କନ୍ୟା: କାର୍ଯ୍ୟକ୍ଷେତ୍ରରେ ଅବରୋଧ ହେବ। ସବୁ ପ୍ରକାର ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହନ୍ତୁ। ଅଫିସରେ ଗୁରୁତ୍ବପୂର୍ଣ୍ଣ ଫଇସଲା ନେଇପାରନ୍ତି। ରହସ୍ୟ ବିଦ୍ୟା ପ୍ରତି ଆକୃଷ୍ଟ ହେବେ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ଚର୍ଚ୍ଚିକା।

ତୁଳା: ଦିନଟି ଆପଣଙ୍କ ଉଦାର ସ୍ବଭାବ ଲାଗି ପ୍ରସନ୍ନତା ନେଇ ଆସିଛି। କୌଣସି କାମରେ ଆପଣଙ୍କୁ ଆଶା ଠୁଁ ଅଧିକ ଲାଭ ହେବ। ରାଜନୀତିକ ନେତାଙ୍କ ଲାଗି ଦିନଟି ଭଲ ରହିବ। ବୈବାହିକ ଜୀବନରେ ମଧୁରତା ଆସିବ। ଶୁଭରଙ୍ଗ: ଘିଅରଙ୍ଗ। ଆରାଧନା: ମାଆ ବିରଜା।

 

 

 

ବିଛା: ଦିନଟି ଆପଣଙ୍କ କ୍ୟାରିୟର ଲାଗି ଅଧିକ ଶୁଭ ରହିବ। ଭବିଷ୍ୟତ ସମ୍ବନ୍ଧରେ ମହତ୍ତ୍ବପୂର୍ଣ୍ଣ ଫଇସଲା ନେବେ। ଅଫିସରେ ଆପଣଙ୍କ କାମରେ କର୍ତ୍ତୃପକ୍ଷ ଖୁସି ହୋଇ ଉପହାର ଦେବେ। ଶୁଭରଙ୍ଗ: ମ୍ୟାଜଣ୍ତା। ଆରାଧନା: ମାଆ କାଳୀଯାଈ।

ଧନୁ: ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ। ନେତା ଓ ଉଚ୍ଚପଦସ୍ଥ ଅଧିକାରୀଙ୍କ ସଙ୍ଗରେ ରହିବାର ସୁଯୋଗ ମିଳିବ। ଅଚାନକ ଧନପ୍ରାପ୍ତି ହେବ। ଦାଂପତ୍ୟ ଜୀବନରେ ମଧୁରତା ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ପାଟଣେଶ୍ବରୀ।

ମକର: ଆଜି ନୂଆ କାମ ନୂଆ କୌଶଳରେ କରିବାକୁ ଚେଷ୍ଟା କରିବେ। ଶତ୍ରୁଙ୍କ ଷଡ଼ଯନ୍ତ୍ର ପ୍ରକଟ ହୋଇଯିବ। ବୈଦଶିକ ବେପାର ସମ୍ବନ୍ଧିତ ଭଲ ଖବର ପାଇବେ। ପ୍ରେମ ସ˚ପର୍କରେ ମଧୁରତା ଆସିବ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ଶ୍ରୀକୃଷ୍ଣ।

କୁମ୍ଭ: ପରିବାରରେ ବଡ଼ଙ୍କ ଠାରୁ ଆଶୀର୍ବାଦ ନେଇ କାମରେ ଯାଆନ୍ତୁ ସଫଳତା ପାଇବେ। ସମାଜରେ ଆପଣଙ୍କ ପ୍ରତିଷ୍ଠା ବଢ଼ିବ। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

ମୀନ: ନୂଆ କାମ ଆରମ୍ଭ ଓ କୌଣସି ସମସ୍ୟାର ସମାଧାନ ଲାଗି ଦିନଟି ଭଲ। ରାଜନୀତିରେ ମହତ୍ବାକା˚କ୍ଷା ପୂରା ହେବ। ବିରୋଧୀଙ୍କ ଉପରେ ବିଜୟ ପାଇବେ। ଲେଖାପଢ଼ାରେ ସାଥୀଙ୍କ ସାହାଯ୍ୟ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।

ସମ୍ବନ୍ଧିତ ଖବର