ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଯାହା ବି କାମ କରିବେ ବାଧାର ସମ୍ମୁଖୀନ ହେବେନାହିଁ। କୌଣସି ବନ୍ଧୁଙ୍କ ଠାରୁ ଆର୍ଥିକ ସହାୟତା ପାଇବେ। ବ୍ୟବସାୟରେ ସଫଳତା ନିଶ୍ଚିତ ମିଳିବ। ବୈବାହିକ ଜୀବନରେ ମନର ଆବେଗ ସମାପ୍ତ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

ବୃଷ: ବାପାଙ୍କ ଠାରୁ ପ୍ରେମ ଓ ଆଶୀର୍ବାଦ ପାଇବା ହେତୁ ମନକୁ ଶାନ୍ତି ମିଳିବ। ଅନ୍ୟମାନଙ୍କୁ ସହାୟତା କରିବେ। ବ୍ୟବସାୟର ସାମାନ୍ୟ ପରିବର୍ତ୍ତନ ଆଣି ଯଥେଷ୍ଟ ଲାଭ ପାଇବେ। ଚାକିରିରେ ଦାୟିତ୍ବ ବଢ଼ିବ। ଶୁଭରଙ୍ଗ: ଘିଅରଙ୍ଗ। ଆରାଧନା: ମାଆ ବିରଜା।

ମିଥୁନ: ଆଜି କେବଳ ନିଜ କାମରେ ମନୋଯୋଗ ଦିଅନ୍ତୁ। ଅନ୍ୟମାନଙ୍କ ଗଣ୍ତଗୋଳରେ ପଶନ୍ତୁ ନାହିଁ। ଅଫିସରେ ମହତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ମଝିଘରିଆଣୀ।

କର୍କଟ: ଆପଣଙ୍କର ମନୋଭାବ ହାସ୍ୟୋଦ୍ଦୀପକ ରହିବ। ଜୀବନସାଥୀଙ୍କ ସହଯୋଗ ପାଇବେ। ବଡ଼ ବ୍ୟବସାୟର ସଉଦା ହାତରେ ଲାଗିପାରେ। ରାଜନୀତିରେ ବଡ଼ ଓ ପ୍ରତିଷ୍ଠିତ ଲୋକଙ୍କ ସହିତ ମିଳାମିଶାଳ ହେବ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ତାରିଣୀ।

ସି˚ହ: ସୁଖ ଓ ସୌଭାଗ୍ୟ ବୃଦ୍ଧି ହେବ। ବିଭିନ୍ନ ପ୍ରକାର ସ୍ଥିତିର ମୁକାବିଲା କରିବାରେ ସକ୍ଷମ ହେବେ। ଚାକିରି ବୃତ୍ତିରେ ଆଶାଜନକ ପରିଣାମ ପାଇବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ପ୍ରିୟବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

କନ୍ୟା: ନେତୃତ୍ବ କରିବାର କ୍ଷମତା ରଙ୍ଗ ଆଣିବ। ନୂଆ ମାନଦଣ୍ତ ସ୍ଥାପିତ କରିବେ। ମହିଳା ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ପରିବାରରେ ଖୁସିର ବାତାବରଣ ରହିବ। ପ୍ରିୟ ବନ୍ଧୁଙ୍କ ସହିତ ମିଶିବା ପାଇଁ ସମୟ ଭଲ। ଶୁଭରଙ୍ଗ: ବାଦାମୀ। ଆରାଧନା: ସୂର୍ଯ୍ୟଦେବ।

ତୁଳା: ମହିଳାମାନେ ପ୍ରେମ ପାଇବାର ଦିନଟିଏ। ଘରୋଇ ଚିନ୍ତା ଧୀରେଧୀରେ ସମାପ୍ତ ହେବ। ଆପଣ କିଛି ନୂଆ ଲୋକ ଓ ବିଦେଶୀଙ୍କ ସହିତ ମିଶିବେ। ବ୍ୟବସାୟ ଓ ସାମାଜିକ କ୍ଷେତ୍ରରେ ଭଲ ପରିଣାମ ପାଇବେ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଅମ୍ବିକା।

 

 

 

 

ବିଛା: ଭାଗ୍ୟ ବଦଳାଇବା ପାଇଁ ଶୁଭ ସମୟ। ବ୍ୟବସାୟ ସମ୍ବନ୍ଧିତ କୌଣସି ମହତ୍ବପୂର୍ଣ୍ଣ ବୈଠକ ହେବ। ଚାକିରିରେ କୌଣସି ବିଶେଷ ଦାୟିତ୍ବ ଗ୍ରହଣ କରିବେ। ବୈବାହିକ ଜୀବନରେ ସୁଖ ଓ ଶାନ୍ତି ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କାଳୀଯାଈ।

ଧନୁ: ମନ ପ୍ରସନ୍ନ ରହିବ। କାର୍ଯ୍ୟ ବ୍ୟସ୍ତତାରେ ରହିବା ସତ୍ତ୍ବେ ଅୟସ ପାଇଁ ସମୟ ବାହାର କରିନେବେ। କୌଣସି ନୂଆ ଲୋକଙ୍କ ସହିତ ବନ୍ଧୁତା ହେବ। ମହିଳାମାନେ ଗହଣା କିଣିବା ଲାଗି ସହରକୁ ଯିବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ଶାରଳା।

ମକର: ଆପଣଙ୍କ ପାଖଆଖରେ ବହୁତ ସୁଖଦ ଓ ମଧୁର ବତାବାରଣ ରହିବ। ଆପଣ ଯାହା ବି କାମ କରିବେ ଲାଭ ପାଇବେ। ବିରୋଧୀପକ୍ଷ ଗୁପ୍ତରୂପେ ଆପଣଙ୍କର ଗୁଣଗାନ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ବାବା କପିଳାସ।

କୁମ୍ଭ: ଭାଗ୍ୟ ଆପଣଙ୍କର ପରୀକ୍ଷା ନେଇପାରେ। ଚାକିରିରେ ନିଜର ସୁରକ୍ଷା ଓ ପ୍ରତିପତ୍ତି ବଜାୟ ରହିବା ପାଇଁ ଆପଣଙ୍କୁ ମାର୍ଗ ତିଆରି କରିବାକୁ ହେବ। ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ଚର୍ଚ୍ଚିକା।

ମୀନ: ଜୀବନରେ କିଛି ନୂଆ କରିବା ପାଇଁ ମନରେ ବିଚାର ଆସିବ। ଚାକିରିରେ ଥିବା ବ୍ୟକ୍ତି ଓ ଚାକିରି ଖୋଜୁଥିବା ବ୍ୟକ୍ତି ବିଶେଷଙ୍କ ଲାଗି ଦିନଟି ଶୁଭକାରି ରହିବ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସରସ୍ବତୀ।

ସମ୍ବନ୍ଧିତ ଖବର