କାଲିଫର୍ଣ୍ଣିଆ ଅଗ୍ନିକାଣ୍ଡ: ୧୦୦୦ରୁ ଅଧିକ ନିଖୋଜ, ଟ୍ରମ୍ପ କରିବେ ଗସ୍ତ

ଚିକୋ: ଆମେରିକାର ଉତ୍ତର କାଲିଫର୍ଣ୍ଣିଆରେ ହୋଇଥିବା ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୧୦୦୦ରୁ ଅଧିକ ଲୋକ ନିଖୋଜ ଥିବା ବେଳେ ପୁଣି ୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଏଥି ସହିତ ମୃତକଙ୍କ ସଂଖ୍ୟା ୭୧ରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର କାଲିଫର୍ଣ୍ଣିଆ ଗସ୍ତ କରୁଛନ୍ତି। ସେଠାରେ ଟ୍ରମ୍ପ ପରିସ୍ଥିତି ସଂପର୍କରେ ଅବଗତ ହେବେ। ନିଜର ଗସ୍ତ ପୂର୍ବରୁ ଟ୍ରମ୍ପ ଗଣମାଧ୍ୟମକୁ ସାକ୍ଷାତକାରରେ କହିଛନ୍ତି, ବନ ପରିଚାଳନା ନିହାତି ଆବଶ୍ୟକ।

ଗସ୍ତ ପୂର୍ବରୁ ଟ୍ରମ୍ପ ଟୁଇଟ୍‌ରେ କହିଛନ୍ତି, ଆମେ ଆପଣମାନଙ୍କ ସହିତ ଅଛୁ। ନିଖୋଜ ସଂଖ୍ୟା ଗୁରୁବାର ପର୍ଯ୍ୟନ୍ତ ୬୩୧ ଥିବା ବେଳେ ଶୁକ୍ରବାର ବଢ଼ି ୧୦୧୧ ହୋଇଛି। ନଭେମ୍ବର ୮ରେ ଏହି ଅଗ୍ନିକାଣ୍ଡ ହୋଇଥିଲା। ଜଙ୍ଗଲରେ ଭୟଙ୍କର ନିଅାଁ ଲାଗିବା ପରେ ୨୦୦ ଉଡାଣକୁ ବାତିଲ କରାଯାଇଥିଲା। ଏଠାରେ ସମସ୍ତ ସରକାରୀ ସ୍କୁଲକୁ ବନ୍ଦ ରଖାଯାଇଥିଲା।

ସମ୍ବନ୍ଧିତ ଖବର