ଓଡ଼ିଶା ବଜାରରେ ଟିଭିଏସ୍‌ ଏକ୍ସଏଲ୍‌ ୧୦୦ ହେଭି ଡ୍ୟୁଟି ‘ଆଇ ଟଚ୍‌ ଷ୍ଟାର୍ଟ‘, ମୂଲ୍ୟ ୩୭ ହଜାର ଟଙ୍କା

ଭୁବନେଶ୍ୱର : ଟିଭିଏସ୍‌ ମୋଟର କଂପାନି ପକ୍ଷରୁ ଟିଭିଏସ୍‌ ଏକ୍ସଏଲ୍‌ ୧୦୦ ହେଭି ଡ୍ୟୁଟି ‘ଆଇ ଟଚ୍‌ ଷ୍ଟାର୍ଟ‘ ଓଡ଼ିଶାରେ ଉନ୍ମୋଚିତ ହୋଇଛି। ଏହି ଗାଡ଼ି ଅଭିନବ ଇଲେକ୍‌ଟ୍ରିକ୍‌ ଷ୍ଟାର୍ଟ ପ୍ରଯୁକ୍ତି ‘ଆଇ- ଟଚ୍‌ ଷ୍ଟାର୍ଟ‘ ଆସିଛି ଯାହା ଭାରତରେ ପ୍ରଥମ ଥର ପାଇଁ ଷ୍ଟାର୍ଟର ଜେନେରେଟର ସହିତ ସମନ୍ଵିତ ହୋଇଛି । ହାଇ ସ୍ପାର୍କ ଶକ୍ତି ଇଂଜିନ୍‌ ଥିବା ଟିଭିଏସ୍‌ ଏକ୍ସଏଲ୍‌ ୧୦୦ ହେଭି ଡ୍ୟୁଟି ଆଇ ଟଚ୍‌ ଷ୍ଟାର୍ଟ ଶ୍ରେଷ୍ଠ ପିକ୍‌ ଅପ୍‌ ଓ ସୁଦୃଢ଼ ପ୍ରଦର୍ଶନ ପ୍ରଦାନ କରୁଛି ।

ଏଥିରେ ରହିଛି ବିଏସ୍‌-୪ ନିୟମ ପାଳନ କରୁଥିବା ୯୯.୭ ସିସି ଫୋର୍‌ ଷ୍ଟ୍ରୋକ୍‌ ଇଂଜିନ୍‌ ଯାହା ସର୍ବାଧିକ ୬୦୦୦ ଆର୍‌ପିଏମ୍‌ରେ ୩.୨୦ କେଡବ୍‌ଲ୍ୟୁ ଶକ୍ତି ଓ ୩୫୦୦ ଆରପିଏମ୍‌ରେ ୬.୫ ଏନ୍‌ଏମ୍‌ ଟର୍କ ସୃଷ୍ଟି କରୁଛି। ଏହି ଗାଡ଼ିଟି ବିଭିନ୍ନ ରଙ୍ଗ-ସବୁଜ, ଲାଲ, ଟି. ଗ୍ରେ,କଳା, ନୀଳ ଓ କପର୍‌ ସାଇନ୍‌ରେ ଉପଲବ୍ଧ ହେଉଥିବା ବେଳେ ମିନେରାଲ୍‌ ପର୍ପଲ୍‌ ନାମକ ଏକ ନୂତନ ରଙ୍ଗ ମଧ୍ୟ ସାମିଲ କରାଯାଇଛି ।

ଟିଭିଏସ୍‌ ଏକ୍ସଏଲ୍‌ ୧୦୦ ହେଭି ଡ୍ୟୁଟି ଆଇ-ଟଚ୍‌ ଷ୍ଟାର୍ଟର ମୂଲ୍ୟ ଓଡ଼ିଶାରେ ୩୬,୯୧୩ ଟଙ୍କା (ଏକ୍ସ ସୋ’ରୁମ୍‌) ରହିଛି। ଟିଭିଏସ୍‌ ଏକ୍ସଏଲ୍‌ ୧୦୦ ହେଭି ଡ୍ୟୁଟି ଆଇ-ଟଚ୍‌ ଷ୍ଟାର୍ଟରେ ଏକ ୟୁଏସ୍‌ବି ମୋବାଇଲ୍‌ ଚାର୍ଜ ସୁବିଧା ରହିଥିବା ବେଳେ ଏହାର ପଛ ସିଟ୍‌କୁ ଖୋଲି ବାହାର କରିହେବ ଏବଂ ଏଥିରେ ହେଭି ଡ୍ୟୁଟି ଡ୍ୟୁରା ଗ୍ରିପ୍‌ ଟାୟାର ମଧ୍ୟ ରହିଛି ।

ସମ୍ବନ୍ଧିତ ଖବର