ଜିତିଲେ ବରଗଡ ଜିଲ୍ଲାର ଦୁଇ ମନ୍ତ୍ରୀ ସ୍ନେହାଙ୍ଗିନୀ ଓ ସୁଶାନ୍ତ

ଭୁବନେଶ୍ୱର : ବର୍ତ୍ତମାନର ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ଥିବା ବରଗଡ଼ ଜିଲ୍ଲାର ଦୁଇ ମନ୍ତ୍ରୀବିଜୟୀ ହୋଇଛନ୍ତି । ସେମାନେ ହେଲେ ସ୍ନେହାଙ୍ଗିନୀ ଛୁରିଆ ଓ ସୁଶାନ୍ତ ସିଂ । ସ୍ନେହାଙ୍ଗିନୀ ଏଥର ବରଗଡ଼ ଜିଲ୍ଲା ଅନ୍ତର୍ଗତ ଅତାବିରା ବିଧାନସଭା ମଣ୍ଡଳୀରୁ ବିଜୟୀ ହୋଇଥିବାବେଳେ ସୁଶାନ୍ତ ଭଟଲିରୁ ବିଜୟୀ ହୋଇଛନ୍ତି । ଅତାବିରା ଆସନରେ ସ୍ନେହାଙ୍ଗିନୀ ଛୁରିଆ ନିଜର ନିକଟତମ ପ୍ରାର୍ଥୀ ବିଜେପିର ମିଲନ ସେଠଙ୍କୁ ୨୨ ହଜାର ୨୨୩ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି ।

ଅନ୍ୟପକ୍ଷରେ ଭଟଲୀରେ ସୁଶାନ୍ତ ସିଂ ନିଜର ନିକଟତମ ପ୍ରାର୍ଥୀ ବିଜେପିର ଇରାଶୀଷ ଆଚାର୍ଯ୍ୟଙ୍କୁ ୨୩ ୨୩୨ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ସ୍ନେହାଙ୍ଗିନୀ ଏବେ ରାଜ୍ୟ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ଥିବାବେଳେ ସୁଶାନ୍ତ ସିଂ ଶ୍ରମ ମନ୍ତ୍ରୀ ଅଛନ୍ତି । ତେବେ ନୂଆ ସରକାରରେ ଏହି ଦୁଇଜଣଙ୍କୁ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ମିଳୁଛି କି ନା ଅଥବା କେଉଁ ବିଭାଗ ମିଳିବ ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ ।

ସମ୍ବନ୍ଧିତ ଖବର