ରାଗ ଉପରୁ ନିୟନ୍ତ୍ରଣ ହରାଇ କିସାନ ୟୁନିୟନ ନେତା ଅରୁଣ ରାଣାଙ୍କୁ ଜୋତାରେ ପିଟିଲେ ବିଜେପି ନେତା, ଭିଡିଓ ଭାଇରାଲ୍‌

ଶାହାରନପୁର: ସାଧାରଣ ନିର୍ବାଚନ ପାଖେଇ ଆସିବାକୁ ଏପଟେ ଭାରତୀୟ ଜନତା ପାର୍ଟି(ବିଜେପି) ପାଇଁ ଏକ ସଙ୍କଟ ଉପୁଜିଛି। ଉତ୍ତରପ୍ରଦେଶସ୍ଥିତ ଶାହାରନପୁର ଜିଲ୍ଲାରେ ବିଜେପିର ଜିଲ୍ଲା ସଭାପତି ବିଜୟେନ୍ଦ୍ର କଶ୍ୟପ ଭାରତୀୟ କିସାନ ୟୁନିୟନ ନେତା ଅରୁଣ ରାଣାଙ୍କୁ ଜୋତାରେ ପିଟୁଥିବା ବେଳର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଏହି ଦୃଶ୍ୟଟି ଏବେ ଚାରିଆଡ଼େ ଚାଞ୍ଚଲ୍ୟ ସୃଷ୍ଟି କରିଛି। ନିର୍ବାଚନ ପୂର୍ବରୁ ବିଜେପି ନେତାଙ୍କ ଏପରି କାଣ୍ଡ ଦଳ ଉପରେ ଏକ ନକାରାତ୍ମକ ପ୍ରଭାବ ପକାଇପାରେ ବୋଲି ଚର୍ଚ୍ଚା ହେଉଛି।

ଭାରତୀୟ କିସାନ ୟୁନିୟନର ନେତା ଅରୁଣ ରାଣା ଉତ୍ତରପ୍ରଦେଶ ସରକାରଙ୍କୁ ସମାଲୋଚନା କରିବା ପରେ କଶ୍ୟପ ନିଜ ରାଗ ଉପରୁ ନିୟନ୍ତ୍ରଣ ହରାଇ ବସି ଏପରି କାଣ୍ଡ କରିଥିବା ଜାଣିବାକୁ ମିଳିଛି। ପରେ ସେଠାରେ ଲୋକମାନେ ଘେରି ଯାଇ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା କରିଥିଲେ। ଏକ ଟିଭି ବିତର୍କ ସୋ’ରେ ବିଜେପି ନେତା ଜଣକ ଏପରି ଅମାନୁଷିକ କାର୍ଯ୍ୟ କରିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର