କଂଗ୍ରେସର ନିର୍ବାଚନୀ ସଭାରେ ବିରିୟାନୀକୁ ନେଇ ହିଂସାକାଣ୍ଡ, ୯ ଗିରଫ

ମୁଜାଫରନଗର : ଦେଶରେ ଏବେ ନିର୍ବାଚନୀ ଋତୁ ଚାଲିଛି । ଭୋଟରମାନଙ୍କୁ ଆକୃଷ୍ଟ କରିବାକୁ ନେତାମାନେ ବିଭିନ୍ନ ପ୍ରକାରର କୌଶଳ ଗ୍ରହଣ କରୁଛନ୍ତି । କିଏ ଲୋକଙ୍କୁ ବିଭିନ୍ନ ଲୋଭନୀୟ ଅଫର ଦେଲାଣି ତ କିଏ, ଲୋକଙ୍କୁ ସୁମିଷ୍ଠ ଆହାର ଦେଲାଣି । ନିଜ ନିଜର କର୍ମୀମାନଙ୍କୁ ମଧ୍ୟ ଖୁସି କରିବା ପାଇଁ ନେତାମାନେ କୌଣସି ଅବହେଳା କରୁନାହାନ୍ତି ।

ନିକଟରେ ଉତ୍ତରପ୍ରଦେଶର ଏକ ଅଜବ ଘଟଣା ଘଟିଛି । ବିଜନୌରର କଂଗ୍ରେସ ପ୍ରାର୍ଥୀ ନସିମୁଦ୍ଦିନ ସିଦ୍ଦିକୀ ନିଜ କର୍ମାମାନଙ୍କୁ ନେଇ ଏକ ନିର୍ବାଚନୀ ସଭା ଆୟୋଜନ କରିଥିଲେ । ଏହି ସଭାରେ ବିରିୟାନୀ ଭୋଜନର ବ୍ୟବସ୍ଥା ଥିଲା । ସଭା ପରେ ବିରିୟାନୀ ପରସା ଆରମ୍ଭ ହେବା ପରେ ତାହାକୁ ଆଗ ପାଇବା ପାଇଁ କର୍ମୀମାନଙ୍କ ମଧ୍ୟ ପ୍ରବଳ ପ୍ରତିଯୋଗିତା ଦେଖାଦେଲା ଓ ପରେ ଏହା ଗଣ୍ଡଗୋଳର ରୂପ ନେଲା । ପରିସ୍ଥିତି ଏପରି ହେଲା ଯେ ପୁଲିସକୁ ଲାଠିଚାର୍ଜ କରିବାକୁ ପଡିଲା । ବିନା ଅନୁମତିରେ ଏହି ସଭା କରାଯାଉଥିବାରୁ ନିର୍ବାଚନ ଆୟୋଗ ସଂପୃକ୍ତ ପ୍ରାର୍ଥୀଙ୍କୁ ନୋଟିସ ଜାରି କରିଛି । ଏହି ଘଟଣାରେ ୯ କଂଗ୍ରେସ କର୍ମୀଙ୍କୁ ଜେଲ ଯିବାକୁ ପଡିଛି । ମୋଟ ୩୪ ଜଣଙ୍କ ବିରୋଧରେ ମାମଲା ଦାଏର କରାଯାଇଛି ।

ସମ୍ବନ୍ଧିତ ଖବର