ମୋଦୀଙ୍କ ପରେ ଯୋଗୀ ଆଦିତ୍ୟନାଥ ଭୋଟ୍‌ ପାଇଁ ଓଡ଼ିଶା ଆସୁଛନ୍ତି

ଭୁବନେଶ୍ୱର: ପାଖେଇ ଆସିଲାଣି ସାଧାରଣ ନିର୍ବାଚନ। ଏ ନେଇ ବିଭିନ୍ନ ମାହଲରେ ଦେଖିବାକୁ ମିଳିଛି ନିର୍ବାଚନ ଚର୍ଚ୍ଚା। ସବୁ ଦଳଙ୍କର ଲକ୍ଷ୍ୟ ସଂଖ୍ୟା ଗରିଷ୍ଠତା ହାସଲ। ଓଡ଼ିଶାରେ ମିଶନ ୧୨୦ପ୍ଲସ ଲକ୍ଷ୍ୟରେ ରହିଛି ବିଜେପି। ଏଥିପାଇଁ ଓଡ଼ିଶାରେ ପ୍ରଥମ ପ୍ରଚାର ଅଭିଯାନ ଜୟପୁର ର୍ନିବାଚନ ମଣ୍ଡଳୀରୁ ଆରମ୍ଭ ହୋଇଥିଲାଯ। ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୨୬ତାରିଖ ଦିନ ଓଡ଼ିଶା ଆସି ଅଭିଭକ୍ତ କୋରାପୁଟ ଜିଲ୍ଲାର ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ।

ମୋଦୀଙ୍କ ପରେ ଏବେ ଯୋଗୀଙ୍କ ପାଳି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆସନ୍ତା ୬ ତାରିଖ ଦିନ ଜୟପୁର ର୍ନିବାଚନ ମଣ୍ଡଳୀ ପ୍ରଚାର ନିମନ୍ତେ ଆସୁଥିବା ଦଳୀୟ ସୂତ୍ରରୁ ସୂଚନା ମିଳିଛି।

ଜୟପୁରରେ ରୋଡ ସୋ’ କରି ଯୋଗୀଙ୍କର ବୋରିଗୁମ୍ମା ଯିବାର କାର୍ଯ୍ୟକ୍ରମ ରହିଛି। ବୋରିଗୁମ୍ମାରେ ଏକ ସାଧାରଣ ସଭାରେ ଯୋଗ ଦେଇ ସେ ଫେରିବେ ବୋଲି ସୂଚନା ମିଳିଛି। ଏନେଇ ଏବେ ପର୍ଯ୍ୟନ୍ତ ପୁଲିସ ପ୍ରଶାସନ ନିକଟକୁ କେଣସି ସୂଚନା ଆସିନହିଁ। ସୂଚନା ମିଳିବା ପରେ ପ୍ରସ୍ତୁତି ଆରମ୍ଭ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର