ପାପ ଧୋଇବାକୁ କୁମ୍ଭ ଆସିଥିଲା ଏହି ହତ୍ୟାକାରୀ, ପୁଲିସ ହାତରେ ଧରାପଡିଗଲା

ପ୍ରୟାଗରାଜ : ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ଏବେ ଚାଲିଛି ବିଶ୍ୱର ସର୍ବବୃହତ ଧାର୍ମିକ ମେଳା କୁମ୍ଭ ମେଳା । ଏହି ମେଳାକୁ ଦେଶବିଦେଶରୁ ଲକ୍ଷ ଲକ୍ଷ ହିନ୍ଦୁ ସନ୍ୟାସୀ ଓ ଶ୍ରଦ୍ଧାଳୁ ଧାଇଁ ଆସି ଆସିଛନ୍ତି ପବିତ୍ର ସଂଗମରେ ବୁଡ ପକାଇ ପାପ ଧୋଇବାକୁ ଓ ପୂଣ୍ୟ ଅର୍ଜନ କରିବାକୁ । ବହୁ ଅପରାଧୀ ମଧ୍ୟ ଆସିଛନ୍ତି ପାପ ଧୋଇବାକୁ ।

ଏପରି ଏକ ସିରିଆଲ ହତ୍ୟାକାରୀ ନିଜର ପାପ ଧୋଇବାକୁ ପ୍ରୟାଗ ଆସିଥିବାବେଳେ ପୁଲିସ ହାତରେ ଧରାପଡିଛି । ଏହି ଅପରାଧୀ ନାଁ ହେଉଛି କଲ୍ଲୁ ପଟେଲ ଓରଫ ସାଇବାବା । ସେ ଗତ ବର୍ଷକ ମଧ୍ୟରେ ପ୍ରାୟ ୧୦ଟି ମର୍ଡର କରିଥିବା ପୁଲିସ ଆଗରେ ସ୍ୱୀକାର କରିଛି । ସାଇବାବାକୁ ଗତ କିଛି ମାସ ହେଲା ଉତ୍ତରପ୍ରଦେଶ ପୁଲିସ ଖୋଜୁଥିଲା । ତାକୁ ଧରିବାକୁ ଅପରେସନ ସିରିଆଲ କିଲର ନାମକ ଏକ ଅପରେସନ ପୁଲିସ ଚଳାଇଥିଲା । ସେ ମୁଖ୍ୟତଃ ଶ୍ରମିକ ଓ ଦିନ ମଜୁରିଆମାନଙ୍କୁ ମାରୁଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର