ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଟପିଲା, ସମଗ୍ର ବିଶ୍ୱରେ ୨୮୭୯୧ ମୃତ

ନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରମଣ କ୍ଷେତ୍ରରେ ଆମେରିକା ସମସ୍ତଙ୍କୁ ପଛରେ ପକାଇଦେଇଛି । ଆମେରିକାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଟପିଯାଇଛି । ଏହା ସହିତ ମୃତ୍ୟୁସଂଖ୍ୟା ୧୭୨୨ରେ ପହଞ୍ଚିଛି । ଇଟାଲୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୬୪୯୬ରେ ଓ ମୃତ୍ୟୁସଂଖ୍ୟା ୯୧୩୪ରେ ପହଞ୍ଚିଛି । ସେହିପରି ସ୍ପେନରେ ସଂକ୍ରମିତଙ୍କ ସଂଖ୍ୟା ୭୨୨୪୮ ଓ ମୃତ୍ୟୁସଂଖ୍ୟା ୫୮୧୨ ରେ ପହଞ୍ଚିଛି ।
ସମଗ୍ର ବିଶ୍ୱରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୨୧ ହଜାର ଟପିଯାଇଥିବାବେଳେ ମୃତ୍ୟୁସଂଖ୍ୟା ୨୮,୭୯୧ ରେ ପହଞ୍ଚିଛି । ତେବେ ସୁଖର କଥା ହେଉଛି ବିଶ୍ୱରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧ ଲକ୍ଷ ୩୭ ହଜାରରେ ପହଞ୍ଚିଛି ।

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୦୦ ଟପିଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ତଥ୍ୟ ଅନୁସାରେ ଭାରତରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୦୯ ରେ ପହଞ୍ଚିଛି । ଏହି ରିପୋର୍ଟ ଅନୁସାରେ ଦେଶରେ ୮୦ ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଥିବାବେଳେ ୧୯ ଜଣ ମୃତ୍ୟୁବରଣ କରିଛନ୍ତି । ମହାରାଷ୍ଟ୍ରରେ ମୋଟ ସଂକ୍ରମିତ ସଂଖ୍ୟା ୧୭୭ରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୫ ରହିଛି । କେରଳରେ ମୋଟ ସଂକ୍ରମିତ ସଂଖ୍ୟା ୧୬୮ରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୧ ରହିଛି । ଓଡ଼ିଶାରେ ସଂକ୍ରମିତଙ୍କ ସଂଖ୍ୟା ୩ ରହିଛି ।

ସମ୍ବନ୍ଧିତ ଖବର