ଇଂଲଣ୍ଡ ଗସ୍ତ ପୂର୍ବରୁ ଫିଟ୍‌ ହେବାକୁ ବିରାଟ କୋହଲିଙ୍କ ଲକ୍ଷ୍ୟ

ଭିଡିଓ ପୋଷ୍ଟରେ କୋହଲି କହିିଲେ, ଆରେ ଦୋସ୍ତ, ବହୁତ ପରିଶ୍ରମ ହେଉଛି

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କୁ ଇଂଲଣ୍ଡ ଗସ୍ତ ପୂର୍ବରୁ ଝଟକା ଲାଗିଛି। କାରଣ ସେ ଆଇପିଏଲ ମ୍ୟାଚ ସମୟରେ ବେକରେ ଆଘାତ ପାଇଥିବାରୁ ଇଂଲିଶ କାଉଟି ସର୍କିଟରେ ଖେଳିପାରିବେ ନାହିଁ। କୋହଲିଙ୍କୁ ଆଗାମୀ ଜୁନ ୧୫ରେ ଫିଟନେସ ପରୀକ୍ଷା ଦେବାକୁ ପଡ଼ିବ। ଏହା ପରେ ବ୍ରିଟେନ ଗସ୍ତରେ ସୀମିତ ଓଭରର ପ୍ରାଥମିକ ପର୍ଯ୍ୟାୟରେ ତାଙ୍କର ଉପଲବ୍ଧତା ସମ୍ପର୍କରେ କୁହାଯାଇ ପାରିବ। ଏହି ଗସ୍ତର ଆରମ୍ଭ ଜୁନ ଶେଷ ସପ୍ତାହରେ ଆୟାରଲାଣ୍ଡ ବିପକ୍ଷରେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ସହିତ ହେବ।

ସୂଚନାଯୋଗ୍ୟ ଫିଟନେସ ଟେଷ୍ଟ ପାଇଁ କୋହଲି ପ୍ରସ୍ତୁତ ଅଛନ୍ତି ଓ ସେଥିପାଇଁ ସେ କଡ଼ା ପରିଶ୍ରମ କରୁଛନ୍ତି। ବର୍ଷ ୨୦୧୪ରେ ବିରାଟ କୋହଲିଙ୍କ ଇଂଲଣ୍ଡ ଗସ୍ତ ଖରାପ ଥିଲା କିନ୍ତୁ ଏଥର ସେ ଏହି ରେକର୍ଡକୁ ସଂଶୋଧନ କରିବାରେ ଲାଗି ପଡ଼ିଛନ୍ତି। ଅଗଷ୍ଟ ୧ରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ଟି ଟେଷ୍ଟ ମ୍ୟାଚ୍‌ ଖେଳାଯିବା ପୂର୍ବରୁ ଆୟାରଲାଣ୍ଡ ସହିତ ୨ଟି ଟି-୨୦ ମ୍ୟାଚ୍‌, ଇଂଲଣ୍ଡ ବିପକ୍ଷରେ ୩ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ ଖେଳାଯିବ।

କୋହଲି ମଙ୍ଗଳବାର ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏଥିରେ ସେ କହିଛନ୍ତି ଫିଟନେସ ହାସଲ କରିବା ପାଇଁ କଡ଼ା ପରିଶ୍ରମ କରୁଛନ୍ତି। ନିଜର ଏହି ପୋଷ୍ଟରେ କୋହଲି ଲେଖିଛନ୍ତି, ଆରେ ଦୋସ୍ତ, ବହୁତ ପରିଶ୍ରମ ହେଉଛି।

ସମ୍ବନ୍ଧିତ ଖବର