ମେ’୨୩ ନୁହେଁ, ୨୪ ରେ ଆସିପାରେ ଚୂଡାନ୍ତ ଭୋଟଗଣତି ଫଳାଫଳ, କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ : ଦେଶରେ ଏବେ ସାଧାରଣ ନିର୍ବାଚନ ଚାଲିଛି । ଏବେ ସୁଦ୍ଧା ମୋଟ ୫ଟି ପର୍ଯ୍ୟାୟ ଭୋଟଗ୍ରହଣ ଶେଷ ହୋଇଛି । ଏହି ୫ଟି ପର୍ଯ୍ୟାୟରେ ମୋଟ ୪୨୪ଟି ଲୋକସଭା ଆସନ ପାଇଁ ଭୋଟଗ୍ରହଣ ଶେଷ ହୋଇଛି । ଅବଶିଷ୍ଟ ୧୧୮ଟି ଆସନ ପାଇଁ ଆସନ୍ତା ୧୨ ଓ ୧୯ ତାରିଖରେ ଭୋଟ ଗ୍ରହଣ ହେବ । ଏହା ପରେ ଆସନ୍ତା ୨୩ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ ।

କିନ୍ତୁ ନିର୍ବାଚନ ଆୟୋଗ ସୁତ୍ରକୁ ଉଦ୍ଧାର କରି ଏକ ଗଣମାଧ୍ୟମ ରିପୋର୍ଟ କହିଛି ଯେ ୨୩ ତାରିଖରେ ଭୋଟ ଗଣତି ଆରମ୍ଭ ହେଲେ ମଧ୍ୟ ଚୂଡାନ୍ତ ଫଳାଫଳ ଘୋଷଣା ହେଉ ହେଉ ୨୪ ତାରିଖ ହୋଇଯିବ । କାରଣ ଏଥର ଅଧିକ ସଂଖ୍ୟକ ଭିଭିପ୍ୟାଟ ଗଣତି ହେଉଥିବାରୁ ଫଳାଫଳ ଆସିବା ବିଳମ୍ବ ହୋଇପାରେ । ଗତ ଏପ୍ରିଲ ୮ରେ ସୁପ୍ରିମ କୋର୍ଟ ରାୟ ଶୁଣାଇଥିଲେ ଯେ ପ୍ରତି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୧ରୁ ୫ଟି ପୋଲିଂ ବୁଥର ଭିଭିପ୍ୟାଟ ଯାଞ୍ଚ ହେବ । ଏଥିପାଇଁ ଗଣତି ପ୍ରାୟ ୫ରୁ ୬ ଘଣ୍ଟା ବିଳମ୍ବିତ ହୋଇପାରେ ।  ଏପରି ହେଲେ  ଚୂଡାନ୍ତ ଫଳାଫଳ ଆସୁ ଆସୁ ୨୪ ତାରିଖ ହୋଇପାରେ ।

ସମ୍ବନ୍ଧିତ ଖବର