ଭାରତରେ ଚାଲୁଥିବା ପ୍ରସିଦ୍ଧ ରିୟଲିଟି ସୋ’ ‘କୌନ୍ ବନେଗା କରୋଡପତି’ ବିଷୟରେ ତ ଆପଣ ଜାଣିଥିବେ ନିଶ୍ଚୟ। ଯାହାକୁ ହୋଷ୍ଟ୍ କରନ୍ତି ମେଗାଷ୍ଟାର୍ ଅମିତାଭ ବଚ୍ଚନ। ଠିକ୍ ସେହିପରି ଆଉ ଏକ ରିୟଲିଟି ସୋ’ର ଏକ ଘଟଣା ବିଶ୍ୱସ୍ତରୀୟ ଚର୍ଚ୍ଚା ପାଲଟିଛି।
ତୁର୍କିରେ ଚାଲୁଥିବା ଏହି ରିୟଲିଟି ସୋ’ରେ ହଟ୍ ସିଟ୍ରେ ବସିଥିଲେ ଜଣେ ଯୁବତୀ। ଯୁବତୀ ଜଣକ ଇକୋନୋମିକ୍ସରେ ଗ୍ରାଜୁଏଟ୍। ୨୬ ବର୍ଷୀୟା ଏହି ଯୁବତୀ ଜଣକ ଯେଉଁ ପ୍ରଶ୍ନ ପାଇଁ ଦୁଇ ଥର ଲାଇଫ୍ଲାଇନ୍ ବ୍ୟବହାର କରିଥିଲେ ସେ ପ୍ରଶ୍ନଟି ହେଉଛି ‘ହେ୍ଵୟାର୍ ଇଜ୍ ଦ ଗ୍ରେଟ୍ ଓ୍ଵାଲ୍ ଅଫ୍ ଚାଇନା?’ ଅର୍ଥାତ, ଚାଇନାର ଗ୍ରେଟ୍ ଓ୍ଵାଲ୍ କେଉଁଠାରେ ଅବସ୍ଥିତ?
ଅପସ୍ନ୍ରେ ଥିଲା, ୧.ଚାଇନା, ୨.ଇଣ୍ଡିଆ, ୩.ସାଉଥ୍ କୋରିଆ, ୪.ଜାପାନ ।
ଏହି ପ୍ରଶ୍ନଟି ପଢ଼ିବା ପରେ ଆପଣ ବି ବୁଝି ସାରିବେଣି ଯେ ଏହା କାହିଁକି ବିଶ୍ୱସ୍ତରୀୟ ଚର୍ଚ୍ଚା ପାଲଟିଛି। ଉତ୍ତରଟି ପ୍ରଶ୍ନ ଭିତରେ ହିଁ ରହିଛି। ତା ସତ୍ୱେ ବି ମହିଳା ନ କହିପାରି ହେଲ୍ପଲାଇନ୍ ବ୍ୟବହାର କରୁଛନ୍ତି।
କୋଟିପତି ହେବା ଆଶାରେ ହଟ୍ ସିଟ୍ରେ ବସିଥିବା ଏହି ଯୁବତୀ ଜଣକ ଏବେ ତାଙ୍କର ସ୍ୱଳ୍ପ ଜ୍ଞାନ ପାଇଁ ହାସ୍ୟାସ୍ପଦ ପାଲଟିଛନ୍ତି।
ପ୍ରଥମେ ସେ ଦେଖଣାହାରୀଙ୍କ ସାହାଯ୍ୟ ନେଇଥିଲେ। ୫୧ ପ୍ରତିଶତ ଉତ୍ତର ଆସିଥିଲା ଚାଇନା। ତା’ପରେ ବି ସେ ନିଜର ଜଣେ ବନ୍ଧୁଙ୍କୁ ଫୋନ୍ରେ ସାହାଯ୍ୟ ମାଗିଥିଲେ।