ହାମିଲଟନ୍‌ରେ ମିତାଲି ଜିତିପାରିଲେନି ନିଜର ୨୦୦ତମ ଦିନିକିଆ, ନ୍ୟୁଜିଲାଣ୍ଡ ଠାରୁ ୮ ଓ୍ଵିକେଟ୍‌ରେ ହାରିଲା ଭାରତ

ହାମିଲଟନ୍‌: ନ୍ୟୁଜିଲାଣ୍ଡରେ ଭାରତୀୟ ପୁରୁଷ କ୍ରିକେଟ୍‌ ଟିମ୍‌ ଗୁରୁବାର ୮ ଓ୍ଵିକେଟ୍‌ରେ ପରାସ୍ତ ହୋଇଥିବା ମହିଳା ଟିମ୍‌ ମଧ୍ୟ ଶୁକ୍ରବାର ୮ ଓ୍ଵିକେଟ୍‌ରେ ହାରିଛନ୍ତି। ଟିମ୍‌ ଇଣ୍ଡିଆର ଅସ୍ଥାୟୀ ଅଧିନାୟକ ରୋହିତ ଶର୍ମା ତାଙ୍କର କ୍ୟାରିୟରର ୨୦୦ତମ ଦିନିକିଆରେ ଭାରତକୁ ଜିତାଇ ପାରି ନଥିବା ବେଳେ ମହିଳା ଟିମ୍‌ର ନେତୃତ୍ୱ ନେଇଥିବା ମିତାଲି ରାଜଙ୍କ ୨୦୦ତମ ଦିନିକିଆରେ ଭାରତ ହାରିଛି।

ପ୍ରଥମ ୨ଟି ଦିନିକିଆରେ ଭାରତ ଜିତି ଥିବା ବେଳେ ତୃତୀୟ ତଥା ଶେଷ ଦିନିକିଆରେ ନ୍ୟୁଜିଲାଣ୍ଡ ବିଜୟୀ ହୋଇଛି। ନ୍ୟୁଜିଲାଣ୍ଡ ୧୪୯ ରନରେ ଭାରତୀୟ ଖେଳାଳିମାନଙ୍କୁ ଆଉଟ କରି ୧୫୦ ରନ ବିଜୟ ଲକ୍ଷ୍ୟକୁ ୨ ଓ୍ଵିକେଟ ହରାଇ ସଂଗ୍ରହ କରିଥିଲା। ଅଧିନାୟିକା ମିତାଲି ରାଜ ମାତ୍ର ୯ ରନ କରି ପାଭଲିଅନ ଫେରିଥିଲେ।

ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଟିମ ଭାରତକୁ ୪୪ ଓଭରରେ କେବଳ ୧୪୯ ରନ ଆଉଟ୍‌ କରିଥିଲା। ଏନା ପେଟରସନ ଏବଂ ଲି ତାହୁୁହୁ ଭଲ ବୋଲିଂ କରିଛନ୍ତି। ପେଟରସନ ୪ ଓ୍ଵିକେଟ ନେଇଥିବା ବେଳେ ତାହୁହୁ ୩ ଓ୍ଵିକେଟ ନେଇଥିଲେ।

ନ୍ୟୁଜିଲାଣ୍ଡ ଟସ୍‌ ଜିଣି ବୋଲିଂ ନିଷ୍ପତ୍ତି ନେବା ପରେ ଭାରତ ୩ ଓ୍ଵିକେଟରେ ୩୯ ରନ କରିଥିଲା। ସ୍ମୃତି ମନ୍ଧାନା (୧୦ ରନ୍‌), ଜେମ୍ମିହା ରୋଡ୍ରିଗେଜ (୧୨) ଏବଂ ଅଧିନାୟକ ମିତାଲି ରାଜ (୯ ରନ୍‌) କରିଥିଲେ। ଭାରତୀୟ ଟିମ ପକ୍ଷରୁ ଦୀପ୍ତି ଶର୍ମା (୫୨) ଓ ହରମନପ୍ରୀତ କୌର ୨୪ ରନ ସର୍ବାଧିକ ସ୍କୋର କରିଥିଲେ।

ସମ୍ବନ୍ଧିତ ଖବର