ନୂଆଦିଲ୍ଲୀ: ଯୁବ ଅଲିମ୍ପିକ୍ରେ ସ୍ୱର୍ଣ୍ଣ ପଦକ ବିଜେତା ଭାରତର ଭାରୋତ୍ତୋଳକ ଜେରେମି ଲାଲିନ୍ନୁଙ୍ଗାଙ୍କ ନଜର ଏବେ ଅଲିମ୍ପିକ ଉପରେ। ମିଜୋରାମର ଏହି ଯୁବ ପ୍ରତିଭା ଭାରତୀୟ ଭାରୋତ୍ତୋଳନର ଅନ୍ୟତମ ଷ୍ଟାର ମନେ କରାଯାଉଛି। କାରଣ ସେ ସୋମବାର ୬୨ କିଲୋଗ୍ରାମ ବିଭାଗରେ ବ୍ୟକ୍ତିଗତ ଭାବରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ବ୍ୟୁନସ ଆୟର୍ସରେ ଯୁବ ଅଲିମ୍ପିକ ଖେଳରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଲାଲିନ୍ନୁଙ୍ଗା ନିଜର ପ୍ରଦର୍ଶନକୁ ନେଇ ଖୁସିରେ ଅଛନ୍ତି କିନ୍ତୁ ତାଙ୍କ ନିକଟରେ ଏତେ ସମୟ ନାହିଁ ଯେ, ଆଗାମୀ ଦିନ ପାଇଁ ଏହି ପ୍ରଦର୍ଶନକୁ ଆହୁରି ଉନ୍ନତ କରିପାରିବେ। ଲାଲିନ୍ନୁଙ୍ଗା ଆର୍ଜେଣ୍ଟିନାର ରାଜଧାନୀରେ ଗଣମାଧ୍ୟମକୁ କହିଛନ୍ତି, ମୁଁ ସ୍ୱର୍ଣ୍ଣ ପଦକ ଜିତି ବାସ୍ତବରେ ଖୁସି ଅଛି। ସେ କହିଛନ୍ତି, ଅକ୍ଟୋବର ୧୨ରେ ପଟିଆଲା ଫେରିବି। ଏବେ ମୋତେ ୨୦୨୦ ଟୋକିଓ ଅଲିମ୍ପିକ ପାଇଁ ବହୁ ପରିଶ୍ରମ କରିବାକୁ ହେବ। ଅଲିମ୍ପିକ ପାଇଁ ନିଜର ଓଜନ ବର୍ଗ ପରିବର୍ତ୍ତନ କରି ୬୭ କରିବାକୁ ହେବ। ଏଥିପାଇଁ ଆହୁରି ପରିଶ୍ରମ କରିବାକୁ ପଡ଼ିବ।
ଭାରୋତ୍ତୋଳକ ଲାଲିନ୍ନୁଙ୍ଗା ନିଜର ପିତା ମୁଷ୍ଟିଯୋଦ୍ଧା ଙ୍କୁ ଅନୁସରଣ କରି ବାଟ ଚାଲିବାକୁ ଚାହୁଁଥିଲେ କିନ୍ତୁ ସେ ଦିନେ ଭାରୋତ୍ତୋଳକ ବିଭାଗରେ କ୍ୟାରିୟର କରିବାକୁ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନେଇଥିଲେ। ତାଙ୍କ ପିତା ଥିଲେ ଜଣେ ଜାତୀୟ ସ୍ତରର ପଦକ ବିଜେତା।