ବିବାହ ପ୍ରଲୋଭନ ଦେଖାଇ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ, ଜିଲ୍ଲାପରିଷଦ ସଭ୍ୟ ଫେରାର

କଂଗ୍ରେସ ଜିଲ୍ଲାପରିଷଦ ସଭ୍ୟଙ୍କୁ ଗିରଫ ଦାବି କରିଲେ ପୀଡିତା

ନବରଙ୍ଗପୁର: ପାପଡାହାଣ୍ଡି ବ୍ଲକ ର ୨ ନଂ ଜିଲ୍ଲା ପରିଷଦ ସଭ୍ୟ ଧନପତି ହରିଜନ ନିକଟସ୍ଥ ଡଙ୍ଗରସାହି ଗାଁର ମାମା(ଛଦ୍ମନାମ)ଙ୍କ ସହ ବିବାହ ପ୍ରଲୋଭନ ଦେଖାଇ ଗତ ୩ ବର୍ଷ ହେଲା ଶାରିରୀକ ସମ୍ପର୍କ ରଖିଥିଲା। ପରେ ପୀଡିତା ୪ ମାସର ଗର୍ଭବତୀ ହେବା ଜାଣିବା ସେ ଗର୍ଭପାତ କରିଲା ପରେ ହିଁ ବିବାହ କରିବେ ବୋଲି କହିଥିଲା। କୌଶଳ କ୍ରମେ ଗର୍ଭପାତ କରାଇଥିବା ନେଇ ୨୧ ବର୍ଷୀୟ ପୀଡିତା ମଇଦଲପୁର ଫାଣ୍ଡିରେ ଗତ ଡିସେମ୍ବର ୮ରେ ଏତଲା ଦେଇଥିଲେ।

ପୀଡିତାଙ୍କ ଅଭିଯୋଗ ଅନୁସାରେ ଜିଲ୍ଲାପରିଷଦ ସଭ୍ୟ ଧନପତି ହରିଜନ ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିଲା। ୪ ମାସର ଗର୍ଭବତୀ ହୋଇଥିବାର ଜାଣିପାରିଲା ପରେ ସେ ଏ ସଂକ୍ରାନ୍ତରେ ଧନପତିକୁ କହିଥିଲେ। ଧନପତି କହିଥିଲେ, ଗର୍ଭପାତ କରିଲେ ହିଁ ସେ ତାଙ୍କୁ ବିବାହ କରିବେ। ଏ ଘଟଣା ସଂକ୍ରାନ୍ତରେ ନିଜ ଘରେ କହିଥିଲେ। ପରିବାର ଲୋକେ ଗାଁ ରେ ପଞ୍ଚାୟତ ଡକାଇ ଧନପତିକୁ ଡକାଇଥିଲେ। ସମାଜର ବୈଠକରେ ଧନପତି ଯୋଗଦେଇଥିଲେ। ସମାଜର ନିଷ୍ପତି ପରେ ସେ ପୀଡିତାଙ୍କୁ ତାଙ୍କ ବଡମା ଘରେ ନେଇ ରଖିଲେ। ସେଠାରେ ସେ ଜୋର ଜବରଦସ୍ତ କରି ଔଷଧ ଖୁଆଇଥିଲେ। ସେ ଔଷଧ ଖାଇବା ପରେ ବେହସ ହୋଇପଡିଗଲେ। ସେଠାରୁ ସେ ତାଙ୍କ ବାପା ଘରେ ନେଇ ଛାଡି ଚାଲିଗଲେ। ସେହି ଔଷଧ ପ୍ରଭାବ ରେ ପାପଡାହାଣ୍ଡି ମେଡିକାଲ ରେ ଗର୍ଭପାତ ହୋଇଥିଲା। ଏ ସଂକ୍ରାନ୍ତରେ ଗତ ଡିସେମ୍ବର ୭ରେ ପୁଣି ପଞ୍ଚାୟତ ବସିଥିଲା। ତଥାପି ସେ ସେହି ପଞ୍ଚାୟତ କୁ ଆସିଲେ ନାହିଁ। ଗତ ଡିସେମ୍ବର ୮ ରେ ଏ ନେଇ ମଇଦଲପୁର ଫାଣ୍ଡି ଓ ନବରଙ୍ଗପୁର ଥାନା ରେ ଏତଲା ଦେଇଥିଲେ ।

ଏ ନେଇ ପାପଡାହାଣ୍ଡି ଥାନା ରେ ଗତ ଡିସେମ୍ବର ୯ ରେ କେସ ନଂ ୧୮୩/୧୭ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି। ୧୪ ତାରିଖ ଦିନ ପାପଡାହାଣ୍ଡି ବ୍ଲକ ମଇଦଲପୁର ଠାରେ ବିଜେଡି ପକ୍ଷରୁ ରାସ୍ତା ରୋକ ହୋଇଥିଲା। ତଥାପି ଆଜି ପର୍ଯ୍ୟନ୍ତ ଜିଲ୍ଲା ପରିଷଦ ସଭ୍ୟ ଧନପତି ହରିଜନ ଗିରଫ ହୋଇନଥବାର ଅଭିଯୋଗ କରି ଶନିବାର ପୀଡିତାଙ୍କ ସହ ବିଜେଡି ର ଏକ ପ୍ରତିନିଧି ଦଳ ନବରଙ୍ଗପୁର ଏସସି ମୁକେଶ କୁମାର ଭାମୋଙ୍କୁ ସାକ୍ଷାତ କରିଥିଲେ। ଏସପି ଏ ନେଇ ତଦନ୍ତ ଜାରି ରହିଛି ଖୁବ୍‌ ଶିଘ୍ର ଗିରଫ କରାଯିବ ବୋଲି କହିଥିବାର ପିଡିତା କହିଛନ୍ତି। ଉଭୟ ହରିଜନ ସମ୍ପ୍ରଦାୟର ଓ ଦୁର ସମ୍ପର୍କୀୟ ହେବେ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର