ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ିଲେ ପର୍ଯ୍ୟଟକ, ହସ୍ପିଟାଲରେ ମୁତ୍ୟୁ

ପୁରୀ: ପୁରୀ ସମୁଦ୍ରରେ ଗାଧୋଇବା ବେଳେ ବୁଧବାର ଜଣେ ପର୍ଯ୍ୟଟକ ବୁଡ଼ି ଯାଇଛନ୍ତି। ନିକଟରେ ଥିବା ପର୍ଯ୍ୟଟକମାନେ ପାଣିରୁ ଉଦ୍ଧାର କରିବା ବେଳକୁ ପର୍ଯ୍ୟଟଙ୍କର ଅବସ୍ଥା ଗୁରୁତର ହୋଇଯାଇଥିଲା। ମିଳିଥିବା ସୂଚନା ଅନୁସାରେ ପଶ୍ଚମବଙ୍ଗ ବର୍ଦ୍ଧମାନ ଅଞ୍ଚଳର ଦୀପକ କୁମାର ଦାସ ନାମରେ ଜଣେ ଯୁବକ ଅନ୍ୟ ୨ଜଣ ସାଥୀଙ୍କ ସହିତ ପୁରୀ ବୁଲିବାକୁ ବୁଧବାର ପହଞ୍ଚିଥିଲେ।

ପଞ୍ଜାବର ଏକ ଫେକ୍ଟ୍ରିରେ କାମ କରୁଥିବା ଦୀପକ ନିକଟରେ ନିଜ ଘର ବର୍ଦ୍ଧମାନ ଆସିଥିଲେ। ମଙ୍ଗଳବାର ସେ ସାଙ୍ଗମାନଙ୍କ ସହିତ ଘରୁ ବାହାରି ବୁଧବାର ସକାଳୁ ପୁରୀରେ ପହଞ୍ଚିଥିଲେ। ସେ ପିଙ୍କ ହାଉସ୍‌ ନିକଟରେ ଗାଧୋଉଥିବା ବେଳେ ଗଭୀର ସମୁଦ୍ର ଭିତରକୁ ପଶି ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ। ସେଠାରେ ଦୀପକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସୂଚନା ପାଇ ସମୁଦ୍ର କୂଳ ଥାନା ପୁଲିସ ପହଞ୍ଚିଛି।

ସମ୍ବନ୍ଧିତ ଖବର