ପ୍ରତିଦିନ ୨ଟି ସେଓ ଓ ଗୋଟେ କଦଳୀ ଖାଏ ଅଙ୍କିତା ଦାଶ

‘ମିଠା ମିଠା’ ଚଳଚ୍ଚିତ୍ର ଜରିଆରେ ଓଲିଉଡ୍‌ରେ ପାଦ ଦେଇଥିବା ଚୁଲବୁଲି ନାୟିକା ଅଙ୍କିତା ‘ମୋର ମନ ଖାଲି ତ‌େତ ଚାହେଁ’ ଚଳଚ୍ଚିତ୍ର ଓ ବିଭିନ୍ନ ମ୍ୟୁଜିକ ଭିଡିଓରେ ଅଭିନୟ କରି ଲୋକପ୍ରିୟତା ହାସଲ କରିପାରିଛନ୍ତି। ନିକଟରେ ତାଙ୍କ ତୃତୀୟ ଚଳଚ୍ଚିତ୍ର ମୁକ୍ତିଲାଭ କରିବା‌କୁ ଯାଉଛି। ସେ କୁହନ୍ତି, ଫିଟ୍‌ ରହିବା ପାଇଁ ଖାଦ୍ୟ ନିୟନ୍ତ୍ରଣ ଜରୁରି। ନିତିଦିନିଆ ଚର୍ବି ଓ କୋଲେଷ୍ଟୋରେଲ୍‌ଯୁକ୍ତ ଖାଦ୍ୟରୁ ଦୂରେଇ ରହି ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଖାଇବା ଉଚିତ୍‌। ଏହାସହ ପ୍ରତିଦିନ କିଛି ପନିପରିବା ମୁଁ ନିହାତି ଖାଏ। ଜଙ୍କ ଫୁଡ୍‌କୁ ମୁଁ ବିଲ୍‌କୁଲ ନା କରିଦେଇଛି। ପ୍ରତିଦିନ ମୁଁ ୧ ଘଣ୍ଟା ନିହାତି ଶାରୀରିକ ବ୍ୟାୟାମ କରେ। ପ୍ରତିଦିନ ନୃତ୍ୟ କରେ, ଫଳରେ ମୋ ଶାରୀରିକ କୋମନିୟତା, ଗଠନ ଠିକ୍‌ ରୁହେ। ଖାଦ୍ୟ ସାରଣୀରେ ମୋର ଫଳ ଓ ଫଳ ରସ ନିହାତି ରୁହେ। ପ୍ରତିଦିନ ମୁଁ ୨ଟି ସେଓ ଓ କଦଳୀ ଥାଏ। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ। ଜୁସ୍‌ ପିଏ, ଯାହାକି ମୋ ତ୍ବଚାକୁ ଉଜ୍ଜଳ ରଖେ। ପ୍ରତିଦିନ ଆମେ ପ୍ରଦୂଷଣ ଓ ଖରାରେ ବାହାରକୁ ବାହାରୁ ଥିବାରୁ ମୁହଁ ପାଇଁ ନିୟମିତ ଭାବେ କ୍ଲିଜିଂ, ଟୋନିଂ ଓ ମଶ୍ଚରାଇଜିଂ ନିହାତି ଆବଶ୍ୟକ। ଯେତେ କ୍ଲାନ୍ତ ଥିଲେ ବି ମୁଁ ନିୟମିତ ଏସବୁ କରିବାକୁ ଜମା ଭୁଲେ ନାହିଁ।

ସମ୍ବନ୍ଧିତ ଖବର