ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣ ନିଜର କାମ ପ୍ରତି ସକ୍ରିୟ ରହିବେ। ଅନ୍ୟମାନଙ୍କ ସମ୍ମୁଖରେ ନିଜର କଥାକୁ ଠିକ୍‌ ଭାବରେ ରଖିପାରେିବ। ଆୟ ବୃଦ୍ଧିର ନୂଆ ରାସ୍ତା ଖୋଲିବ। କୋର୍ଟ-କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ଭଦ୍ରକାଳୀ।

 

ବୃଷ: ଆପଣଙ୍କ ମନ ଆଧ୍ୟାତି୍ମକରେ ଅଧିକ ଲାଗି ରହିବ। କଣସି ଶୁଭ ସୂଚନା ପାଇବେ। ସହଜରେ ନିଜର କାମ ପୂରା କରିପାରିବେ। ବ୍ୟବସାୟୀଙ୍କ ପାଇଁ ଦିନଟି ଲାଭଦାୟକ ହେବ। ପ୍ରେମ ପ୍ରସଙ୍ଗ ଲାଗି ନୂଆ ସମ୍ଭାବନା ରହିଛି। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଅମ୍ବିକା।

 


ମିଥୁନ: କ୍ୟାରିଅର ଗଢ଼ିବା ଲାଗି ସୁନ୍ଦର ପ୍ରସ୍ତାବ ପାଇବେ। ମିତ୍ରଙ୍କ ସହଯୋଗ ପାଇ ଶତ୍ରୁଙ୍କୁ ଦମନ କରିବେ। ମହିଳାମାନେ ଘର ଓ ଅଫିସ୍‌ କାମ ସୁଚାରୁରୂପେ କରିବେ। ପୁରୁଣା କଥା ଦାମ୍ପତ୍ୟ ଜୀବନକୁ ମଧୁର କରିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

 


କର୍କଟ: ପୂରା ଦିନ ଖୁସି ମନରେ ରହିବେ। ସମ୍ମାନିତ ଲୋକଙ୍କ ସହିତ ମିଶିବେ। ବ୍ୟବସାୟ ପାଇଁ ନୂଆ ପ୍ରସ୍ତାବ ପାଇବେ। ଅଫିସ୍‌ରେ ନୂଆ ପରିଯୋଜନାର କାମ କରିପାରନ୍ତି। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ଶୁଭରଙ୍ଗ: ନୀଳ। ଆରାଧନା: ବାବା କପିଳାସ।

 


ସିଂହ: ଜୀବନରେ ମଉଜ ମଜଲିସ ଲାଗି ଭଲ ଅବସର ପାଇବେ। ବ୍ୟବସାୟରେ ନୂଆ କୌଶଳ ପ୍ରୟୋଗ କରିବେ, ଯାହା ଦ୍ଵାରା ଭବିଷ୍ୟତରେ ଲାଭ ମିଳିବ। ନୂଆ ଚାକିରି ପାଇଁ ଭଲ ସମୟ। ଉଧାର ଦେଇଥିବା ପଇସା ଫେରିପାଇବେ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ବିରଜା। କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରିବେ।

 

କନ୍ୟା: କାମରେ ଆପଣଙ୍କର ଆତ୍ମବିଶ୍ୱାସର ଝଲକ ଦେଖାଦେବ। କଷ୍ଟ ପ୍ରଶ୍ନର ସମାଧାନ ବାହାର କରିନେବେ। କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରିବେ। ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ସମ୍ବନ୍ଧରେ ଶୁଭ ଖବର ମିଳିବ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ବଗଳାମୁଖୀ।

 

 

ତୁଳା: ଦିନଟି ଆପଣଙ୍କ ଲାଗି ଖୁସି ନେଇ ଆସିବ। କ୍ୟାରିଅର ଓ ଚାକିରିରେ ସଫଳତା ମିଳିବ। ଅଚାନକ ଧନଲାଭ ହେବ। ରାଜନୈତିକ ମହତ୍ଵାକାଂକ୍ଷା ପୂରା ହେବ। ବୈବାହିକ ଜୀବନରେ ମଜଭୁତ ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

 

 

ବିଛା: ପୂଜାପାଠରେ ଅଧିକ ସମୟ ବିତିବ। ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବାକୁ ପ୍ରୟାସ କରିବେ। ନୂଆ ଚୁକ୍ତି ଓ ଅନୁବନ୍ଧନ ପାଇଁ ସମୟ ଶୁଭ। ପରିବାର ଲୋକଙ୍କ ଠାରୁ ଖୁସି ମିଳିପାରେ। ରାଜ୍ୟ ବାହାରେ ଚାକିରି ମିଳିବାର ଯୋଗ ରହିଛି। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ଭୈରବୀ।

 

ଧନୁ: କଷ୍ଟ ମନେ ହେଉଥିବା କାମ ମିଠା କଥା କହି କରାଇନେବେ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ। ଅଫିସ୍‌ରେ ଆପଣଙ୍କୁ ଯୋଗ୍ୟ ପ୍ରମାଣିତ କରିବାରେ ସଫଳ ହେବେ। ବୈବାହିକ ଜୀବନରେ ମନର ଆବେଗ ସମାପ୍ତ ହେବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ପାଟଣେଶ୍ୱରୀ।

 

ମକର: ଆପଣଙ୍କ ମନ କିଛି କହିବ ଓ ହୃଦୟ ଆଉ କିଛି କହିବ। ବିଦେଶରୁ ଭଲ ଖବର ପାଇବେ। ନେତା ଓ ଉଚ୍ଚପଦସ୍ଥ ଅଧିକାରୀଙ୍କ ସଙ୍ଗରେ ଅଧିକ ସମୟ କଟିବ। ବେପାରରେ କିଛି ସୁଧାର ଆଣିବେ। ପ୍ରେମ ସମ୍ବନ୍ଧ ଭଲ ରହିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ବାବା ଲିଙ୍ଗରାଜ।

 

କୁମ୍ଭ: ଆପଣଙ୍କ ନିର୍ଭୀକ ବ୍ୟକ୍ତିତ୍ଵ ଅନ୍ୟମାନଙ୍କୁ ଆକର୍ଷିତ କରିବ। କାରବାରରେ ଲାଭ ହେବ। ସମ୍ମାନିତ ଲୋକଙ୍କ ସମ୍ମାନ ପାଇବେ। ଘର କିଣିବା ବା ଘର ନିର୍ମାଣ ପାଇଁ ଯୋଜନା କରିବେ। ଦାମ୍ପତ୍ୟ ଜୀବନରେ ସୁଖ ମିଳିବ। ଶୁଭରଙ୍ଗ:ଆକାଶିନୀଳ। ଆରାଧନା: ମାଆ ମଙ୍ଗଳା।

 


ମୀନ: ପୂରା ଦିନ ସ୍ଫୂର୍ତ୍ତିଶୀଳ ରହିବେ। କ୍ୟାରିଅରର ଠିକ୍‌ ଦିଶାରେ ଅଗ୍ରସର ହେବେ। ଆର୍ଥିକ ଲାଭ ହେବ। ଲାଗିରହିଥିବା ସମସ୍ୟାର ସମାଧାନ ହୋଇଯିବ। ସଙ୍ଗୀତ ଶୁଣିବାକୁ ମନ କହିବ। ମହିଳାମାନେ ଖୁସିର ସହିତ ଜିନିଷପତ୍ର କିଣିବେ। ଶୁଭରଙ୍ଗ: ସବୁଜ। ଆରାଧନା: ସୂର୍ଯ୍ୟଦେବ।

ସମ୍ବନ୍ଧିତ ଖବର