ଜାଣନ୍ତୁ ମୂଳା କେଉଁ ରୋଗର ଉପଚାର କରିବାରେ ସକ୍ଷମ

ଏବେ ସମାଜରେ ବହୁ ଲୋକ ରକ୍ତଚାପ ରୋଗରେ ପୀଡ଼ିତ।ସେମାନେ ଏଥିପାଇଁ ବିଭିନ୍ନ ପ୍ରକାରର ଔଷଧ ସେବନ କରିଥା’ନ୍ତି।କେତେକ ରକ୍ତଚାପ ରୋଗୀଙ୍କର ମୁଣ୍ଡ ବୁଲାଇଥାଏ ଏବଂ ଅଚାନକ ତାଙ୍କୁ କିଛି ଦେଖାଯାଏ ନାହିଁ।ଏଭଳି ଅବସ୍ଥା ଉପୁଜିଥିଲେ ସାଧାରଣତଃ ପୀଡ଼ିତ ବ୍ୟକ୍ତି ଚିକିତ୍ସକଙ୍କ ପରାମର୍ଶ ନେଇଥାଆନ୍ତି ବା କୌଣସି ପେନ୍‌କିଲର୍‌ ବଟିକା ସେବନ କରିଥା’ନ୍ତି।କିନ୍ତୁ ଏହାକୁ ନେଇ ଆଦୌ ଚିନ୍ତିତ ହେବା ଉଚିତ ନୁହେଁ।

ମନେରଖନ୍ତୁ ଏକ ପରିବାର ପତ୍ରକୁ ଆପଣ ନିଜ ଭୋଜନର ଏକ ଅଙ୍ଗ କରିଲେ,ସେହି ଅବସ୍ଥା ଛୁମନ୍ତର ହୋଇଯିବ।ଏହା ହେଲା ମୂଳା ଶାଗ। ସାଧାରଣତଃ ମୂଳାକୁ ଆମେ ସାଲାଡ଼୍‍ ରୂପେ ଖାଇଥାଉ। ବେଳେବେଳେ ବିଭିନ୍ନ ପ୍ରକାରର ତରକାରୀରେ ବି ଏହାର ଉପଯୋଗ କରିଥାଉ।ମୂଳାରେ ପ୍ରଚୁର ପରିମାଣରେ କାଲ୍‌ସିୟମ୍‌ ,ଫୋଲିକ୍‌ ଏସିଡ଼୍‍,ଭିଟାମିନ୍‌ ସି ଆଦି ପୌଷ୍ଟିକ ତତ୍ତ୍ୱ ରହିଛି। ଏହା ଶରୀରରେ କେତେକ ରୋଗର ଉପଚାର କରିବାରେ ସକ୍ଷମ ହୋଇଥାଏ।

photo-youtube

ମୂଳାରେ ସୋଡ଼ିଅମ୍‌ ଥିବା କାରଣରୁ ଏହା ଶରୀରରେ ଲୁଣର ମାତ୍ରା କମ୍‌ ଥିଲେ,ତା’ର ଭରଣା କରିଥାଏ।ଏହି କାରଣରୁ ରକ୍ତଚାପ ପୀଡ଼ିତଙ୍କ ପାଇଁ ମୂଳା ଅତ୍ୟନ୍ତ ହିତକାରକ।ଏତଦ୍‌ବ୍ୟତୀତ ଏଥିରେ ଥିବା ଆନ୍ଥେକାଇଜିନ୍‌ ମଧ୍ୟ ହୃଦୟ ପାଇଁ ଲାଭଦାୟକ।
ମୂଳାରେ ପ୍ରଚୁର ମାତ୍ରାରେ ଫାଇବର୍‌ ରହିଛି।ଏହା ଖାଇଲେ କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ବି ମୁକ୍ତି ମିଳିଥାଏ। ମୂଳାର ରସକୁ ପାଣି ଓ ମିଶ୍ରି ସହିତ ମିଶାଇ ପିଇଲେ ପୋଲିଓ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ। ଖାଲି ସେତିକି ନୁହେଁ ନିୟମିତଭାବେ ମୂଳା ଖାଇଲେ କେଶ ଝଡ଼ିବାର ସମସ୍ୟା ମଧ୍ୟ କମ୍‌ ହୋଇଥାଏ।

ଯଦି ଶରୀରରେ ବିଷାକ୍ତ ପଦାର୍ଥ କ୍ଷତି କରୁଥାଏ,ତେବେ ତାହାର ଅମୋଘ ଔଷଧ ହେଉଛି ମୂଳା। ରକ୍ତକୁ ବିଶୁଦ୍ଧ କରିବା ଦିଗରେ ବି ମୂଳା ସହାୟକ ହୋଇଥାଏ। ନିୟମିତ ମୂଳା ଖାଇଲେ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ବୃଦ୍ଧି ପାଇଥାଏ।

ସମ୍ବନ୍ଧିତ ଖବର