ଓଜନ କମ କରିବା ସହ ରକ୍ତ ସଫା କରିଥାଏ ପୋଟଳ, ଜାଣନ୍ତୁ ଏହାର ଫାଇଦା ସଂପର୍କରେ…

ପରିବା ଭିତରେ ପୋଟଳ ପ୍ରାୟ ସମସ୍ତଙ୍କର ପସନ୍ଦ । କିଛି ଲୋକ କିନ୍ତୁ ପୋଟଳ ଖାଇବାକୁ ପସନ୍ଦ କରି ନଥାନ୍ତି । କିନ୍ତୁ ଆଜି ପୋଟଳର ଫାଇଦା ସଂପର୍କରେ ଜାଣିବା ପରେ ନଖାଉଥିବା ଲୋକ ମଧ୍ୟ ଏହାକୁ ଖାଇବା ଆରମ୍ଭ କରିଦେବ । ଆସନ୍ତୁ ଜାଣିବା ଏହାର ଫାଇଦା ବିଷୟରେ……

୧. ଯଦି ଆପଣ ନିଜର ଓଜନ କମ କରିବାକୁ ଚାହୁଁଛନ୍ତି, ତେବେ ଏହାକୁ ନିଜ ଡାଏଟରେ ସାମିଲ କରନ୍ତୁ । କମ କ୍ୟାଲୋରୀ ଏବଂ ଅଧିକ ଫାଇବର ଥିବା ହେତୁ ଏହା ଫ୍ୟାଟ୍‌ କମ କରିବା ସହ ଭୋକକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ଯାହା ଆପଣଙ୍କ ଓଜନ କମ କରାଇବାରେ ସାହାଯ୍ୟ କରିଥାଏ ।

nari.punjabkesari.in

୨. ପୋଟଳ ରକ୍ତ ସଫା କରିବାରେ ସାହାଯ୍ୟ କରିଥାଏ । ଯାହାଦ୍ୱାରା ଆପଣଙ୍କ ପାଖରେ ଶାରୀରିକ ଏବଂ ତ୍ୱଚାଜନିତ କୌଣସି ସମସ୍ୟା ଦେଖା ଯାଇ ନଥାଏ ।

 

୩. ପାଗ ବଦଳୁଥିବା ହେତୁ ଲୋକମାନେ ସହଜରେ ଥଣ୍ଡା ଜ୍ୱରର ଶିକାର ହୋଇଥାନ୍ତି । ସେଥିପାଇଁ ଏ ସମୟରେ ପୋଟଳର ସେବନ କରିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହ ଆପଣ ଠିକ ରହିଥାନ୍ତି ।

୪. ଏହାର ସେବନ କରିବା ଦ୍ୱାରା ଶରୀରରେ ଶର୍କରା ସ୍ତର ନିୟନ୍ତ୍ରଣରେ ରହିଥାଏ । ଏବଂ କୋଲେଷ୍ଟ୍ରଲ ବଢ଼ି ନଥାଏ । ଏହା ସହ ହୃଦଜନିତ ସମସ୍ୟା ହେବାର ଆଶଙ୍କା ମଧ୍ୟ କମ ହୋଇ ଯାଇଥାଏ ।

ସମ୍ବନ୍ଧିତ ଖବର