ସାଧାରଣତଃ ମେଥିରେ ଅନେକ ନ୍ୟୁଟ୍ରିଏଣ୍ଟସ ରହିଥାଏ। ଏହାକୁ ରାତିରେ ଭିଜାଇ ଚୋବାଇ ଚୋବାଇ ଖାଇବା ଦ୍ୱାରା ଏବଂ ଏହାର ପାଣି ପିଇବା ଦ୍ୱାରା ମଧ୍ୟ ବ୍ୟକ୍ତିର ଅନେକ ସ୍ୱାସ୍ଥ୍ୟଗତ ସମସ୍ୟାର ସମାଧାନ ହୋଇଥାଏ। ଏଥିସହିତ ଏହା ମଧ୍ୟ ଆମକୁ ଗୁଡ଼ିଏ ରୋଗ କବଳରୁ ବଞ୍ଚାଇଥାଏ।
ଉତ୍ତରାଖଣ୍ଡ ଅୟୁର୍ବେଦିକ୍ ବିଶ୍ୱବିଦ୍ୟାଳୟର ଡାକ୍ତର ଅବଧେଶ୍ ମିଶ୍ରଙ୍କ ଅନୁଯାୟୀ ମେଥି ବ୍ୟକ୍ତିର ଭୋକକୁ ବଢ଼ାଇଥାଏ। ଏଥିସହିତ ଏହାକୁ ପ୍ରତ୍ୟେକ ଦିନ ଖାଇବା ଯୋଗୁଁ ମଧ୍ୟ ବ୍ୟକ୍ତିିର ପିତ୍ତ,ବାତ, କଫ ଏବଂ ଥଣ୍ଡାଜନିତ ସମସ୍ୟା ଆଦି ଦୂର ହୋଇଥାଏ।
ମେଥିରେ ଅଛି ଏହି ସବୁ ନ୍ୟୁଟ୍ରିଏଣ୍ଟସ୍: ସାଧାରଣତଃ ଆଇରନ୍, କ୍ୟାଲ୍ସିୟମ୍, ମ୍ୟାଗ୍ନେସିୟମ୍, ପଟାସିୟମ୍, ସୋଡ଼ିୟମ୍, ଜିଂକ୍, ଫସ୍ଫରସ୍, ଫଲିକ୍ ଏସିଡ୍ ଭଳି ମିନରାଲ୍ସ ବ୍ୟତୀତ ଭିଟାମିନ୍ ଏ,ବି,ସି ରହିଥାଏ ମେଥିରେ। ଏହାବ୍ୟତୀତ ଏଥିରେ ମଧ୍ୟ ଭରପୂର ମାତ୍ରାରେ ଫାଇବର୍ସ, ପ୍ରୋଟିନ୍, ସ୍ଟାର୍ଚ, ସୁଗାର୍ ଫସ୍ଫୋରିକ୍ ଏସିଡ ଭଳି ନ୍ୟୁଟ୍ରିଏଣ୍ଟ ବି ରହିଥାଏ।
ଆସନ୍ତୁ ଜାଣିବା ଏହାର ୧୦ଟି ଫାଇଦା ବିଷୟରେ :
୧-ବ୍ୟକ୍ତିର ଦୁର୍ବଳତା ଦୂର କରାଇଥାଏ ମେଥି: ପ୍ରତ୍ୟେକ ଦିନ ମେଥି ଖାଇବା ଦ୍ୱାରା ବ୍ୟକ୍ତିକୁ ସନ୍ତାନହୀନତା ଭଳି ସମସ୍ୟା ହୋଇ ନ ଥାଏ। ଏହାଦ୍ୱାରା ସ୍ପର୍ମ କାଉଣ୍ଟ୍ ଏବଂ କ୍ୱାଲିଟି ମଧ୍ୟ ଉନ୍ନତମାନର ହୋଇଥାଏ।
୨-କିଡ୍ନିକୁ ସୁସ୍ଥ ରଖେ : ମେଥିଦାନା ଶରୀରରୁ ବିଷାକ୍ତ ଦ୍ରବ୍ୟ ବାହାର କରି କିଡନିକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।
୩-ଗ୍ୟାସ୍ଷ୍ଟ୍ରିକ୍ ସମସ୍ୟାକୁ ଦୂରାଇଥାଏ : ମେଥି ଖାଇବା ଦ୍ୱାରା ବ୍ୟକ୍ତିି ଗ୍ୟାସ୍ଷ୍ଟ୍ରିକ୍ ସମସ୍ୟାରୁ ମୁକୁଳିଥାଏ। ଯାହାକି ବ୍ୟକ୍ତିକୁ ଛାତି ପୋଡ଼ାଜଳା ଏବଂ ଏସିଡିଟି ଠାରୁ ମୁକ୍ତ କରିଥାଏ।
୪-ରକ୍ତ ଶର୍କରା ସ୍ତରରୁ ନିୟନ୍ତ୍ରଣରେ ରଖିଥାଏ: ମେଥିଦାନାରେ ଭରିରହିଥିବା ସାଲ୍ୟୁବଲ୍ ଫାଇବର୍ସ ବ୍ଲଡ୍ ସୁୁଗାରକୁ ନିୟନ୍ତ୍ରଣ ରଖି ଡାଇବେଟିସ୍ର ସମସ୍ୟାଠାରୁ ବ୍ୟକ୍ତିକୁ ରକ୍ଷା କରିଥାଏ।
୫-ହୃତ୍ଘାତ ଜନିତ ସମସ୍ୟା ଠାରୁ ବଞ୍ଚାଇଥାଏ: ଏଥିସହିତ ମେଥିରେ ରହିଥିବା ଗେଲାକ୍ଟୋମେନନ୍ ଏବଂ ପୋଟାସିୟମ୍ ବ୍ୟକ୍ତିର ବ୍ଲଡ୍ପ୍ରେସର୍ର ଲେବୁଲ୍କୁ ନିୟନ୍ତ୍ରଣ ରଖିଥାଏ ଏବଂ ହୃତ୍ଘାତ ହେବାରୁ ବଞ୍ଚାଇବାରେ ମଧ୍ୟ ସାହଯ୍ୟ କରେ।
୬-ହଜମ କ୍ରିୟାରେ ସହାୟକ ହୋଇଥାଏ: ତେବେ ଭିଜା ଯାଇଥିବା ମେଥିକୁ ଖାଇବା ଯୋଗୁଁ ବ୍ୟକ୍ତିର ହଜମ ପ୍ରକ୍ରିୟାଟି ସହଜ ହୋଇଥାଏ।
୭-ସୁସ୍ଥ ତ୍ୱଚା ଦେଇଥାଏ: ଏତଦ୍ବ୍ୟତୀତ ମେଥିଦାନା ଶରୀରରୁ ବିଷାକ୍ତ ପଦାର୍ଥ ବାହାରକୁ ବାହର କରି ତ୍ୱଚାକୁ ସୁସ୍ଥ ରଖିଥାଏ। ଯାହାଦ୍ୱାରା ବ୍ରଣ ଓ ଦାଗ ଇତ୍ୟାଦି ସମସ୍ୟା ଆଦିରୁ ବ୍ୟକ୍ତିକୁ ମୁକ୍ତି ମିଳିଥାଏ।
୮-କଳା ଓ ଘନ କେଶ ଦେଇଥାଏ :ଏଥିସହିତ ପ୍ରତ୍ୟେକ ଦିନ ଭିିଜା ଯାଇଥିବା ମେଥିକୁ ଖାଇବା ଯୋଗୁଁ ବ୍ୟକ୍ତିର କେଶ ଶୀଘ୍ର ଧଳା ହୁଏନି ବରଂ ଘନ ଓ କଳା ହୋଇଥାଏ। ଏହାସହିତ କେଶ ଝଡ଼ିବା ମଧ୍ୟ ବନ୍ଦ ହୋଇଥାଏ।
୯-ପାଇଲ୍ସ ଜନିତ ସମସ୍ୟାରୁ ବଞ୍ଚାଇଥାଏ : ମେଥି ବ୍ୟକ୍ତିର ହଜମ କ୍ରିୟାକୁ ସକ୍ରିୟ କରିବା ସଂଗେସଂଗେ କବ୍ଜ ଏବଂ ଏସିଡିଟି ସମସ୍ୟାକୁ ଦୂର କରିଥାଏ। ଏହା ପାଇଲ୍ସ ଜନିତ ସମସ୍ୟାଠାରୁ ଦୂରାଇଥାଏ।
୧୦- ପରିଶ୍ରା ଜନିତ ସମସ୍ୟାଠାରୁ ମଧ୍ୟ ମୁକ୍ତି ଦେଇଥାଏ : ମେଥିଦାନାର ସେବନ ଯୋଗୁଁ ବ୍ୟକ୍ତିକୁ ବହୁତ ଥର ପରିସ୍ରା ଲାଗିବା ବା ପରିସ୍ରା ସଂକ୍ରମଣ ଭଳି ସମସ୍ୟା ଠାରୁ ମଧ୍ୟ ମୁକ୍ତି ମିଳିଥାଏ।