ଦିନକୁ ଗୋଟେ ଅଣ୍ଡା ଖାଇ ହୃଦୟକୁ ରଖନ୍ତୁ ସୁସ୍ଥ, ଜାଣନ୍ତୁ ଏହାର ଅନେକ ଫାଇଦା

ଯଦି ଆପଣ ହୃଦ୍‌ଘାତରୁ ନିଜକୁ ରକ୍ଷା କରିବାକୁ ଚାହୁଁଛନ୍ତି, ତେବେ ପ୍ରତିଦିନ ଗୋଟେ ଲେଖାଏ ଅଣ୍ଡା ଖାଇବା ଆରମ୍ଭ କରନ୍ତୁ । କିଛି ଦିନ ତଳେ କରାଯାଇଥିବା ଏକ ଗବେଷଣାରୁ ସ୍ପଷ୍ଟ ହୋଇଛି ଯେ, ସପ୍ତାହକୁ ୧୨ଟି ଅଣ୍ଡା ଖାଇଲେ, ପ୍ରି-ଡାଏବେଟିଜ୍‌ ବା ଟାଇପ୍‌-୨ ଡାଏବେଟିଜ୍‌ ରୋଗୀଙ୍କ ମଧ୍ୟରେ ହୃଦ୍‌ଘାତ ହେବାର ଆଶଙ୍କା କମ ହୋଇ ଯାଇଥାଏ । ତେବେ ହୃଦୟ ସହ ଅଣ୍ଡା ଶରୀରର ଅନ୍ୟ କେଉଁ ସବୁ ସମସ୍ୟାକୁ ଦୂର କରିଥାଏ, ଆସନ୍ତୁ ଜାଣିବା…

୧. ଅଣ୍ଡାରେ ପ୍ରୋଟିନ୍‌ ଏବଂ ୯ଟି ଅନ୍ୟ ଆମିନୋ ଏସିଡ୍‌ ରହିଥାଏ । ଯାହା ମସ୍ତିସ୍କକୁ ସୁସ୍ଥ ରଖିଥାଏ । ଦିନକୁ ଗୋଟେ ବା ଦୁଇଟି ଅଣ୍ଡା ଖାଇବା ଦ୍ୱାରା ଆଖିକୁ ସ୍ପଷ୍ଟ ଭାବେ ଦେଖାଯିବା ସହ ଦୃଷ୍ଟିଶକ୍ତି ସୁଧୁରିବା ଆରମ୍ଭ ହୋଇଥାଏ ।

Image result for eating egg
Bon6 Appetit

୨. ଅଣ୍ଡାରେ ଭିଟାମିନ୍‌ ଡି ଏବଂ ପ୍ରୋଟିନ୍‌ ଭରପୂର ମାତ୍ରାରେ ରହିଥାଏ । ଯେଉଁ ଲୋକମାନଙ୍କୁ ଶରୀରରେ ଯନ୍ତ୍ରଣା ଅନୁଭବ ହେଉଛି, ସେମାନଙ୍କୁ ପ୍ରତିଦିନ ଗୋଟେ ଅଣ୍ଡା ଖାଇବା ନିହାତି ଆବଶ୍ୟକ । ଯାହାଦ୍ୱାରା ଯନ୍ତ୍ରଣା କମ୍‌ ହେବା ସହ ହାଡ଼ ଶକ୍ତ ହୋଇଥାଏ ।

୩. ଯଦି ଆପଣଙ୍କ ଶରୀରରେ ଆଇରନର ଅଭାବ ରହିଛି । ତେବେ ଅଣ୍ଡାର କେଶର ଖାଇବା ଆରମ୍ଭ କରନ୍ତୁ । ଏଥିରେ ସବୁଠାରୁ ଅଧିକ ପରିମାଣର ଆଇରନ ରହିଥାଏ ।

ସମ୍ବନ୍ଧିତ ଖବର