ସୁଗାର ଫ୍ରି ଲେଖାଯାଇଥିବା ସମସ୍ତ ଖାଦ୍ୟକୁ ବିଶ୍ୱାସ କରନ୍ତୁ ନାହିଁ, ଏପରି ଜାଣନ୍ତୁ ଖାଦ୍ୟଟି ବାସ୍ତବରେ ସୁଗାର ଫ୍ରି କି ନୁହେଁ

ଅଧିକାଂଶ ସମୟରେ ସୁଗାର ଫ୍ରି ଲେଖାଯାଇଥିବା ଖାଦ୍ୟ ସାମଗ୍ରୀ କିଣି ଆମେ ଠକାମୀର ଶିକାର ହୋଇଥାଆନ୍ତି। କାରଣ, ସୁଗାର ଫ୍ରି ନାଁରେ ବିଭିନ୍ନ କଂପାନୀଗୁଡିକ ଉପଭୋକ୍ତାଙ୍କୁ ବୋକା ବନେଇବାରେ ଲାଗିଛନ୍ତି। ତେଣୁ, ଆଜି ଆମେ ଆପଣଙ୍କୁ ଏନେଇ କିଛି ଟିପ୍ସ ଜଣାଇବୁ ଯାହାଦ୍ୱାରା ଆପଣ ଜାଣିପାରିବେ ଆପଣ କିଣିଥିବା ଜିନିଷଟି ସୁଗାର ଫ୍ରି କି ନୁହେଁ।

ଯେତେବେଳେ ଆପଣ କିଛି ଜିନିଷ କିଣୁଛନ୍ତି ତେବେ ପ୍ରଡକ୍ଟର ଲେବୁଲକୁ ଧ୍ୟାନର ସହ ପଢନ୍ତୁ। ଯଦି କିଣିଥିବା ସାମଗ୍ରୀଟିର କୌଣସି ବି ସ୍ଥାନରେ ସୁଗାର ବା ମିଠା ବୋଲି ଲେଖା ଯାଇଥିବାର ନଜର ଆସେ ତେବେ ବୁଝିଯିବେ କି ଉକ୍ତ ଜିନିଷଟି କେବେହେଲେ ସୁଗାର ଫ୍ରି ପ୍ରଡକ୍ଟ ନୁହେଁ।

କିଛି କଂପାନୀ ନିଜ ପ୍ରଡକ୍ଟ ଲେବୁଲରେ ଅର୍ଗାନିକ୍‌ ସୁଗାର ଶବ୍ଦର ପ୍ରାୟତଃ ବ୍ୟବହାର କରିଥାଆନ୍ତି। ତେବେ ଏହି ଶବ୍ଦ ଉପରେ ନିଶ୍ଚୟ ଧ୍ୟାନ ଦେବା ଜରୁରୀ ହୋଇଥାଏ। କାରଣ, ଉପଭୋକ୍ତାଙ୍କ ଧ୍ୟାନ ହଟାଇବା ପାଇଁ ଏଭଳି ଶବ୍ଦର ପ୍ରୟୋଗ କଂପାନୀଗୁଡିକ ସାଧାରଣତଃ କରିଥାଆନ୍ତି। କିନ୍ତୁ ବାସ୍ତବରେ ଏଭଳି ସାମଗ୍ରୀରେ ମିଠା ଅଂଶ ଥାଏ।

Apollo Pharmacy

 

କିଣିବା ସମୟରେ ପ୍ରଡକ୍ଟ ଲେବୁଲରେ ଥିବା ସର୍ବମୋଟ ସୁଗାର ସ୍କେଲକୁ ମୁଖ୍ୟତଃ ଚେକ୍‌ କରନ୍ତୁ । କାରଣ, କିଛି କଂପାନୀ ଏହି ପ୍ରଡକ୍ଟରେ ବ୍ୟବହାର କରିଥିବା ସୁଗାରର ମାତ୍ରାକୁ ଉଲ୍ଲେଖ କରିଥାଆନ୍ତି।

ଯଦି ଆପଣ କିଣିଥିବା ସାମଗ୍ରୀ ତଥା ପ୍ରଡକ୍ଟରେ ନାଚୁରାଲ୍‌ ସୁଗାର ସଂପର୍କରେ ଉଲ୍ଲେଖ ଥାଏ ତେବେ ଆପଣ ବୁଝିଯାଆନ୍ତୁ କି ନାଚୁରାଲ ସୁଗାର ମଧ୍ୟ ସାମାନ୍ୟ ସୁଗାର ଭଳି କ୍ଷତିକାରକ ହୋଇଥାଏ। ବିଭିନ୍ନ ଫଳ ରସରେ ତିଆରି ପ୍ରଡକ୍ଟରେ ଥିବା ନାଚୁରାଲ୍‌ ସୁଗାର ମଧ୍ୟ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହାନୀକାରକ ହୋଇଥାଏ।

ସମ୍ବନ୍ଧିତ ଖବର