ଦୈନଦିନ ଜୀବନରେ କରୁଥିବା ଏହି ଭୁଲ ପାଇଁ ହୋଇଥାଏ କର୍କଟ ରୋଗ…

ବିଭିନ୍ନ ପ୍ରକାରର କର୍କଟ ରୋଗ ଥିବା ବେଳେ ତାହାର କାରଣ ମଧ୍ୟ ଭିନ୍ନ ହୋଇଥାଏ । କିନ୍ତୁ ବେଳେ ବେଳେ ଲୋକେ ପ୍ରତିଦିନ କରୁଥିବା କାମ ପାଇଁ ଏତେ ବଡ଼ ରୋଗର ଶିକାର ହୋଇ ଯାଇଥାନ୍ତି । ଆଜି ଆମେ ସେ ବିଷୟରେ ଜଣାଇ ଆପଣଙ୍କୁ ସତର୍କ କରାଇବାକୁ ଯାଉଛୁ ।

୧. ସ୍ତନ କର୍କଟ ରୋଗର ଶିକାର ହେଉଥିବା ୯୯ପ୍ରତିଶତ ମହିଳାଙ୍କ ମଧ୍ୟରେ ପେରାବିନ୍ସ ରସାୟନ ମିଳିଥାଏ । ଏହି ରସାୟନ ବିଭିନ୍ନ ପ୍ରକାରର ବିୟୁଟି ପ୍ରଡକ୍ଟରେ ବ୍ୟବହାର କରାଯାଏ । ମହିଳାମାନେ ଅଧିକ ବିୟୁଟି ପ୍ରଡକ୍ଟ ବ୍ୟବହାର କରୁଥିବାରୁ ଏହି ରସାୟନ ରକ୍ତରେ ମିଶି ପରେ କର୍କଟ ରୋଗରେ ପରିଣତ ହୋଇଥାଏ ।

thequint.com

୨. ମେଲେନୋମା ଏକ ପ୍ରକାରର ଚର୍ମ କର୍କଟ ରୋଗ । ଯାହା ସୂର୍ଯ୍ୟର ପ୍ରଖର ୟୁଭି କିରଣ ସଂସ୍ପର୍ଶରେ ଆସିବା ଦ୍ୱାରା ହୋଇଥାଏ । ୯୫ପ୍ରତିଶତ ଚର୍ମ କର୍କଟ ରୋଗ ପ୍ରଖର ସୂର୍ଯ୍ୟ କିରଣ ପାଇଁ ହୋଇଥାଏ ।

thequint.com

୩. ୯-୫ପର୍ଯ୍ୟନ୍ତ କାମ କରୁଥିବା ମହିଳାଙ୍କ ଅପେକ୍ଷା ରାତି ସିପ୍ଟରେ କାମ କରୁଥିବା ମହିଳାମାନଙ୍କ ପାଖରେ ହୃଦ୍‌ଜନିତ ସମସ୍ୟା, କର୍କଟ ରୋଗ ଏବଂ ଷ୍ଟ୍ରୋକ ଭଳି ସମସ୍ୟା ଅଧିକ ଦେଖା ଯାଇଥାଏ ।

thequint.com

୪. ଡିଜେଲ ଚାଲିତ ଯାନରୁ ବାହାରୁଥିବା ଧୂଆଁର ସଂସ୍ପର୍ଶରେ ଆସିବା ଦ୍ୱାରା ଫୁସ୍‌ଫୁସ୍‌ କର୍କଟ ରୋଗ ହେବାର ଆଶଙ୍କା ବଢ଼ି ଯାଇଥାଏ ।

thequint.com
ସମ୍ବନ୍ଧିତ ଖବର