ବର୍ଷା ଦିନେ ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ, ହୋଇପାରନ୍ତି ଅସୁସ୍ଥ!

ନୂଆଦିଲ୍ଲୀ: ବିଳମ୍ବ ହେଉ ପଛେ, ମୌସୁମୀ ଆସି ହିଁ ଗଲା। ଚାରିଆଡ଼େ ଖାଲି ବର୍ଷା, ପବନ ଓ ସନ୍ତସନ୍ତିଆ ପାଗ। ବର୍ଷା ଦିନିଆ ପବନ ଦେହ ପାଇଁ ଖୁବ୍‌ ଭଲ ହୋଇଥାଏ। ବର୍ଷା ହୋଇ ବାୟୁମଣ୍ଡଳର ଧୂଳିକଣା ଧୋଇ ହୋଇ ଯାଇଥିବା ହେତୁ ଆମକୁ ସ୍ୱଚ୍ଛ ପବନ ମିଳିଥାଏ। ହେଲେ ବର୍ଷା ଦିନ ସବୁ ଦିଗରୁ ମଙ୍ଗଳମୟ ନୁହେଁ। ଏହି ଋତୁରେ ଶରୀର ଅସୁସ୍ଥ ହେବାର ଅନେକଗୁଡ଼ିଏ କାରଣ ରହିଛି। ତେବେ, ଚାଲନ୍ତୁ ଜାଣିବା କ’ଣ ସବୁ ଏହି ଦିନେ ନଖାଇବା ଦ୍ୱାରା ଆମେ ଆମ ସ୍ୱାସ୍ଥ୍ୟକୁ ନିୟନ୍ତ୍ରଣରେ ରଖିପାରିବା।

ବର୍ଷା ଦିନିଆ ରାସ୍ତାକଡ଼ ଖାଦ୍ୟ ଖାଆନ୍ତୁ ନାହିଁ। ବିଶେଷ କରି ରାସ୍ତା କଡ଼ରେ ମିଳୁଥିବା ଦୋକାନମାନଙ୍କରେ ତେଲଭାଜି ଖାଇବା ଦ୍ୱାରା ଶରୀର ଅସୁସ୍ଥ ହେବାର ବହୁ ସମ୍ଭାବନା ରହିଛି।

Kachori or Kachauri or Kachodi or Katchuri is a spicy snack popular in various parts of North India.

ବର୍ଷା ଦିନିଆ ବନ୍ଧା କୋବି ଆଦୌ ଖାଆନ୍ତୁ ନାହିଁ। ବନ୍ଧା କୋବିର ପତ୍ରରେ ବହୁ କୁନି କୁନି ପୋକ ସବୁ ଲାଗି କରି ରହିଥାନ୍ତି। ଏହା ପେଟକୁ ଗଲେ ଖାଦ୍ୟକୁ ବିଷାକ୍ତ କରିପକାନ୍ତି।

ବର୍ଷା ଦିନେ ଅତିରିକ୍ତ ଖଟା କିମ୍ବା ଆଚାର ଖାଇବା ଆଦୌ ଦେହ ପକ୍ଷେ ସୁସ୍ଥକର ନୁହେଁ। ଏସବୁ ଖାଦ୍ୟ ରୁ ନିଜକୁ ଦୂରେଇ ରଖିଲେ ଭଲ।

କୌଣସି ବି ପରିବା କିମ୍ବା ଫଳ କାଟିକି ରଖି ପରବର୍ତ୍ତୀ ମୁହୂର୍ତ୍ତରେ ଖାଆନ୍ତୁ ନାହିଁ। କଟା ଫଳ କିମ୍ବା ପରିବା ବର୍ଷା ଦିନେ କିଛି କ୍ଷଣ ବାହାରେ ରହିବା ପରେ ବିଷାକ୍ତ ହୋଇଯାଏ।

ସମ୍ବନ୍ଧିତ ଖବର