୧୫ଦିନକୁ ଥରେ ଏଭଳି ଭାବରେ ନିଜ କିଡ୍‌ନୀକୁ କରନ୍ତୁ ସଫା

0

କିଡ୍‌ନୀ ହେଉଛି ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଏହା ଶରୀରର ରକ୍ତକୁ ସଫା କରି ଆବର୍ଜନାକୁ ଶରୀରରୁ ବାହାରକୁ ବାହାର କରିଥାଏ । ଏହା ସହ ଶରୀରରେ ରକ୍ତଚାପକୁ ନିୟନ୍ତ୍ରଣ କରିବା, ସୋଡିୟମ ଏବଂ ପୋଟାସିୟମକୁ ନିୟନ୍ତ୍ରଣ କରିବା ଏବଂ ରକ୍ତରେ ଏସିଡ୍‌ର ମାତ୍ରାକୁ କମ କରିବାରେ ସାହାଯ୍ୟ କରିଥାଏ କିଡ୍‌ନୀ । କିନ୍ତୁ ଭୁଲ ସମୟରେ ଏବଂ ଭୁଲ ଖାଦ୍ୟ ଖାଇବା ଦ୍ୱାରା କିଡ୍‌ନୀଜନିତ ସମସ୍ୟା ଆରମ୍ଭ ହୋଇ ଯାଇଥାଏ । ଏ ସମସ୍ୟାରୁ ନିଜକୁ ଦୂରରେ ରଖିବା ପାଇଁ ହେଲେ ପ୍ରତି ୧୫ଦିନରେ ଥରେ ଏସବୁ ଜିନିଷ ଖାଇବା ଦରକାର ।

୧. ତରଭୂଜର ମଞ୍ଜିରୁ ତିଆରି କରାଯାଇଥିବା ଖାଦ୍ୟ କିଡ୍‌ନୀକୁ ସଫା କରିବାରେ ସାହାଯ୍ୟ କରିଥାଏ । ତରଭୂଜ ମଞ୍ଜିରେ ମ୍ୟାଗ୍ନେସିୟମ୍‌, ମିନେରାଲ୍ସ, ଭିଟାମିନ୍‌ ଏବଂ ଜିଙ୍କର ମାତ୍ରା ଅଧିକ ରହିଥାଏ । ଯେଉଁ ଲୋକମାନଙ୍କର ଥକାପଣ ଅନୁଭବ ହେବା ବା ରକ୍ତର ଅଭାବ ହେବା ଭଳି ସମସ୍ୟା ରହିଛି, ସେମାନେ ନିଜ ପ୍ରତିଦିନର ଡାଏଟ୍‌ରେ ତରଭୂଜର ମଞ୍ଜିକୁ ସାମିଲ କରି ପାରିବେ ।

nari.punjabkesari.in

୨. ମୂଳା ପତ୍ର କିଡ୍‌ନୀକୁ ସଫା କରିବାରେ ସାହାଯ୍ୟ କରିଥାଏ । ସେଥିପାଇଁ ପ୍ରତି ୧୫ଦିନରେ ଥରେ ମୂଳା ପତ୍ର ଖାଇବାକୁ ଚେଷ୍ଟା କରନ୍ତୁ ।

୩. ଦରକାରଠାରୁ କମ୍‌ ବା ଅଧିକ ପାଣି ପିଇବା ଦ୍ୱାରା କିଡ୍‌ନୀ ଉପରେ ଏହାର ପ୍ରଭାବ ପଡ଼ିଥାଏ । ସେଥିପାଇଁ ଠିକ୍‌ ଭାବରେ ପାଣି ପିଇ କିଡ୍‌ନୀକୁ ସୁସ୍ଥ ରଖିବାକୁ ଚେଷ୍ଟା କରନ୍ତୁ ।

୪. ତାଜା ଫଳ ଖାଇବା ଦ୍ୱାରା ମଧ୍ୟ କିଡ୍‌ନୀ ସୁସ୍ଥ ରହିଥାଏ । ଫଳରେ ପୋଟାସିୟମର ମାତ୍ରା ଅଧିକ ପରିମାଣରେ ରହିଥାଏ । ଯାହା କିଡ୍‌ନୀକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।

nari.punjabkesari.in

ସମ୍ବନ୍ଧିତ ଖବର

Leave A Reply

Your email address will not be published.