କେଶ ରଙ୍ଗ କରିବା ଦ୍ୱାରା ଶରୀର ଉପରେ ଏହି ସବୁ ଖରାପ ପ୍ରଭାବ ପଡ଼ିଥାଏ

ଆଜିକାଲି କେଶକୁ ରଙ୍ଗ କରିବା ଏକ ସାଧାରଣ କଥା ହୋଇଗଲାଣି । ଝିଅ ହୁଅନ୍ତୁ ବା ପୁଅ ସମସ୍ତେ ନିଜ ନିଜ କେଶକୁ ଭିନ୍ନ ଭିନ୍ନ ରଙ୍ଗ କରିବାକୁ ପସନ୍ଦ କରୁଛନ୍ତି । କିଛି ଲୋକ ପାଚି ଯାଇଥିବା କେଶକୁ କଳା କରିବା ପାଇଁ ରଙ୍ଗ କରିଥାଆନ୍ତି ତ କିଛି ଷ୍ଟାଇଲିସ ଦେଖାଯିବା ପାଇଁ କେଶକୁ ରଙ୍ଗ କରି ଥାଆନ୍ତି । କେଶ ରଙ୍ଗ କରିବା ଦ୍ୱାରା ଲୋକମାନେ ଭଲ ଦେଖାଯାଇଥାଆନ୍ତି । କିନ୍ତୁ ଏହାର ଶରୀର ଉପରେ କ’ଣ ଖରାପ ପ୍ରଭାବ ରହିଛି ତାହା ବୋଧ ହୁଏ ରଙ୍ଗ କରୁଥିବା ଲୋକଙ୍କୁ ଜଣା ନ ଥିବ । ତେବେ ଆସନ୍ତୁ ଜାଣିବା ରଙ୍ଗ କରିବା ଦ୍ୱାରା ଶରୀର ଉପରେ କ’ଣ ଖରାପ ପ୍ରଭାବ ପଡ଼ିଥାଏ ।
୧. କେଶରେ ଥିବା ରଙ୍ଗରେ ଅଧିକ ହାନିକାରକ କେମିକାଲ ଥିବାରୁ ବେଳେ ବେଳେ ନିଶ୍ୱାସ ନେବାରେ ଅସୁବିଧା ହୋଇଥାଏ । ଯେଉଁ ଲୋକମାନଙ୍କୁ ଶ୍ୱାସ ରୋଗ ରହିଥିବ ସେମାନେ କେଶ ରଙ୍ଗ କରିବା ପୂର୍ବରୁ ଡ଼ାକ୍ତରଙ୍କୁ ପରାମର୍ଶ କରିବା ନିତାନ୍ତ ଆବଶ୍ୟକ ।
୨. କେଶକୁ ରଙ୍ଗ କରିବା ପାଇଁ ବ୍ୟବହାର କରାଯାଉଥିବା ପଦାର୍ଥରେ କ୍ୟାନସର ସୃଷ୍ଟିକାରୀ କେମିକାଲ ରହିଥାଏ । ଯଦି ଆପଣ କେଶ ରଙ୍ଗ କରୁଛନ୍ତି, ତେବେ ତାହା ଶରୀର ମଧ୍ୟକୁ ଯାଇ କ୍ୟାନ୍‌ସର ସୃଷ୍ଟି କରିଥାଏ ।

http://nari.punjabkesari.in

୩. ବେଳେ ବେଳେ ରଙ୍ଗ କରିବା ଦ୍ୱାରା ମୁହଁରେ ଦାଗ ହୋଇ ଯାଇଥାଏ । ଯଦି ଆପଣଙ୍କ ସହ ମଧ୍ୟ ଏପରି କିଛି ଘଟୁଛି ତେବେ ତୁରନ୍ତ ଡ଼ାକ୍ତରଙ୍କୁ ପରାମର୍ଶ କରନ୍ତୁ ।
୪.ବେଳେ ବେଳେ କେଶକୁ ରଙ୍ଗ କରି ସାରିବା ପରେ ଶରୀରରେ ପୋଡ଼ା ଜଳା ହେବା ସହ ଚର୍ମ କୁଣ୍ଡେଇ ହେବାକୁ ଲାଗିଥାଏ । ଏହାର କାରଣ ହେଉଛି କେଶକୁ ରଙ୍ଗ କରିବା ପାଇଁ ବ୍ୟବହାର ହେଉଥିବା ରଙ୍ଗରେ ପାରାଫାୟାଲୋଏଡ଼ ରହିଥାଏ, ଯାହାକି ଏପରି ହେବାର ମୁଖ୍ୟ କାରଣ ହୋଇଥାଏ ।

nari.punjabkesari.in

୫.ଯଦି କେବେ କେଶ ରଙ୍ଗ କରିବା ସମୟରେ ତାହା ଅଖିକୁ ଚାଲି ଯାଏ, ତେବେ ଅଖି ଫୁଲି ଯିବା ସହ ନାଲି ପଡ଼ିଯାଏ ଏବଂ ଆଖିରୁ ପାଣି ବାହାରିବାକୁ ଲାଗିଥାଏ ।

ସମ୍ବନ୍ଧିତ ଖବର