ଏହି ୪ଟି ଲକ୍ଷଣ ଦେଖା ଗଲେ ପାଚନକ୍ରିୟା ଖରାପ ବୋଲି ଜାଣି ନିଅନ୍ତୁ
ପାଚନ ତନ୍ତ୍ର ସୁସ୍ଥ ରହିଲେ ଶରୀର ସୁସ୍ଥ ରହିଥାଏ । ଆମେ ପ୍ରତିଦିନ ଖାଉଥିବା ଖାଦ୍ୟ ଶରୀରକୁ ଯାଇ ଭଲ ଭାବରେ ହଜମ ହେବା ପରେ ହିଁ ଶରୀର ସୁସ୍ଥ ରହିବା ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ । ପାଚନକ୍ରିୟା ଖରାପ ହେବା ଦ୍ୱାରା ଆପଣଙ୍କ ଖାଦ୍ୟ ଠିକ୍ ଭାବରେ ହଜମ ନ ହେବା ସହ ଶରୀରକୁ ପୋଷଣ ମିଳି ନ ଥାଏ । ପାଚନକ୍ରିୟାରେ ସମସ୍ୟା ଦେଖାଗଲେ ଶରୀରରେ ଅନେକ ରୋଗ ସୃଷ୍ଟି ହୋଇଥାଏ । ଏଭଳି ପରିସ୍ଥିତିରେ ପାଚନକ୍ରିୟା ଖରାପ ହେବାର ୫ଟି ଲକ୍ଷଣକୁ ଚିହ୍ନି ଠିକ୍ ସମୟରେ ତାହାର ଚିକିତ୍ସା କରିବା ନିହାତି ଜରୁରୀ । ଆସନ୍ତୁ ଜାଣିବା କେଉଁ ସବୁ ଲକ୍ଷଣ ଦେଖା ଗଲେ ଆପଣଙ୍କ ପାଚନକ୍ରିୟା ଖରାପ ବୋଲି ଆପଣ ଜାଣିବେ।
Sambad is now on WhatsApp
Join and get latest news updates delivered to you via WhatsApp
୧.ପାଚନକ୍ରିୟା ଠିକ୍ ନ ରହିଲେ ଶରୀରରୁ ଗନ୍ଧ ବାହାରି ଥାଏ, ଯାହାକୁ ଆପଣ ବିଭିନ୍ନ ପ୍ରକାରର ଅତର ଲଗାଇ ଦୂର କରିବାକୁ ଚେଷ୍ଟା କରିଥାନ୍ତି । କିନ୍ତୁ ଅଧିକ ଝାଳ ବୋହିବା ଏବଂ ପାଦରୁ ଗନ୍ଧ ଆସିବାରୁ ଆପଣଙ୍କ ପାଚନକ୍ରିୟା ଖରାପ ଅଛି ବୋଲି ଜାଣି ରଖନ୍ତୁ । ଶରୀରରୁ ବିଷାକ୍ତ ଜିନିଷ ସବୁ ନ ବାହାରି ରକ୍ତ ମାଧ୍ୟମରେ ଶରୀରର ଶିରା ପ୍ରଶିରାରେ ଖେଳି ଯାଇଥାଏ, ଯାହା ଦ୍ୱାରା ଶରୀରରୁ ଗନ୍ଧ ଆସିଥାଏ ।
୨.ଦୀର୍ଘ ସମୟ ପର୍ଯ୍ୟନ୍ତ ଶରୀରର ପାଚନକ୍ରିୟା ଖରାପ ରହିବା ଦ୍ୱାରା ତ୍ୱଚା ଜନିତ ସମସ୍ୟା ଦେଖା ଯାଇଥାଏ । ପାଚନକ୍ରିୟା ଖରାପ ହେବା ଦ୍ୱାରା ଆପଣ ମୁହଁରେ ଦାଗ ଆସିବା ସହ ଏକ୍ଜିମା ହୋଇ ଯାଇଥାଏ । ଏଭଳି ଲକ୍ଷଣ ଦେଖିଲେ ତୁରନ୍ତ ଯାଇ ଡ଼ାକ୍ତରଙ୍କୁ ପରାମର୍ଶ କରାନ୍ତୁ ।
୩.ପାଚନକ୍ରିୟା ଖରାପ ହେବା ଦ୍ୱାରା ପାଟିରୁ ଦୁର୍ଗନ୍ଧ ମଧ୍ୟ ଆସିଥାଏ । ଦିନକୁ ଦୁଇ ଥର ଦାନ୍ତ ଘଷିବା ପରେ ମଧ୍ୟ ପାଟିରୁ ଦୁର୍ଗନ୍ଧ ବାହାରିଥାଏ । ଯଦି ଆପଣଙ୍କ ପାଖରେ ଏଭଳି ସମସ୍ୟା ଦେଖା ଦେଉଛି ତେବେ ତୁରନ୍ତ ଡ଼ାକ୍ତରଙ୍କ ପାଖକୁ ଯାଇ ପରୀକ୍ଷା କରାଇ ନିଅନ୍ତୁ ।
୪.ପାଚନକ୍ରିୟା ଖରାପ ହେବା ଦ୍ୱାରା କେଶ ଝଡ଼ିବା ଭଳି ସମସ୍ୟା ଦେଖା ଦେଇଥାଏ । ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । କିନ୍ତୁ ଏହା ସତ । ଏହାର କାରଣ ହେଉଛି ପାଚନକ୍ରିୟା ଖରାପ ହେବାରୁ ଖାଦ୍ୟ ଭଲ ଭାବରେ ହଜମ ହୋଇ ପାରି ନଥାଏ । ଯାହାଦ୍ୱାରା ଖାଦ୍ୟର ପୋଷଣ କେଶ ପାଇ ପାରିନଥାଏ । ଯାହାଫଳରେ କେଶ ଝଡ଼ିବା,ପତଳା ହେବା ଏବଂ ଧଳା ହେବା ଭଳି ସମସ୍ୟା ଦେଖା ଯାଇଥାଏ ।