ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବା ପାଇଁ ଆପଣାନ୍ତୁ ଏହି ୪ଟି ଉପାୟ

ଶରୀରରେ ରକ୍ତ ଶର୍କରା (ବ୍ଲଡ଼୍‍ ସୁଗାର)ମାତ୍ରାକୁ ନିୟନ୍ତ୍ରଣରେ ରଖିବା ଏକ କଷ୍ଟସାଧ୍ୟ ବ୍ୟାପାର । ଆଜିକାଲିକାର ବ୍ୟସ୍ତ ବହୁଳ ଜୀବନ ଓ ଅନିୟନ୍ତ୍ରିତ ଜୀବନଶୈଳୀରେ ଖାଦ୍ୟ ଖାଇବାର ପରିମାଣ ଏବଂ ବାହାର ଖାଦ୍ୟ ଖାଇବା ଉପରେ ନିୟନ୍ତ୍ରଣ ରଖି ନ ପାରିବା କାରଣରୁ ଅନେକ ଲୋକଙ୍କ ଶରୀରରେ ରକ୍ତ ଶର୍କରା ଜନିତ ରୋଗ ଦେଖା ଯାଇଥାଏ । ଶରୀରରେ ବ୍ଲଡ଼୍‍ ସୁଗାରକୁ ନିୟନ୍ତ୍ରଣ କରିବା ପାଇଁ ଲୋକମାନଙ୍କୁ ସବୁଦିନ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଦରକାର । ବେଳେ ବେଳେ କିଛି ଲୋକ, କେଉଁ ଖାଦ୍ୟ ଖାଇବା ଦରକାର, କେଉଁ ଖାଦ୍ୟ ନୁହେଁ; ସେ ବିଷୟରେ ଜାଣି ପାରନ୍ତି ନାହିଁ । ଯାହା ନିଜ ଅଜାଣତରେ ମଣିଷ ଶରୀରରେ ବ୍ଳଡ଼୍‍ ସୁଗାରର ମାତ୍ରାକୁ ବଢ଼ାଇଥାଏ । ତେବେ ଆସନ୍ତୁ ଜାଣିବା, କେଉଁ ପ୍ରକାରର ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ବ୍ଳଡ଼୍‍ ସୁଗାର ସ୍ତର ବଢ଼ିଥାଏ…

୧. କିଛି ଲୋକ ସକାଳୁ ଉଠି ଚିନି ଅଂଶ ଥିବା ଖାଦ୍ୟ, ଯେପରିକି ପାଉଁରୁଟି ଏବଂ ପେଷ୍ଟ୍ରୀ ଇତ୍ୟାଦି ଖାଇବାକୁ ଭଲ ପାଇଥାନ୍ତି । କିନ୍ତୁ ସବୁଦିନ ଏହି ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ବ୍ଲଡ଼୍‍ ସୁଗାରର ସ୍ତର ବଢ଼ିଥାଏ । କାରଣ ଏହି ପ୍ରକାରର ଖାଦ୍ୟରେ ଅଧିକ ପରିମାଣରେ କାର୍ବୋହାଇଡ୍ରେଟ୍‌ ରହିଥାଏ । ସେଥି ପାଇଁ ଏ ସବୁ ଖାଦ୍ୟ ନ ଖାଇ, ସକାଳୁ କିଛି ଫଳ ଖାଇବା ପାଇଁ ଚେଷ୍ଟା କରନ୍ତୁ ।

The Daily Meal

୨. ସବୁ ବେଳେ ଫଳ ରସ ପିିଇବା ଦ୍ୱାରା ମଧ୍ୟ ଶରୀରରେ ବ୍ଲଡ଼୍‍ ସୁଗାର ସ୍ତର ବଢ଼ିଥାଏ । ସେଥି ପାଇଁ ଫଳ ରସ ଅପେକ୍ଷା ଦହି, ଗାଜର, ବାଦାମ, ଲସି ଇତ୍ୟାଦି ପିଅନ୍ତୁ । ଏହିସବୁ ଜିନିଷକୁ ଖାଇବା ଦ୍ୱାରା ଶରୀରରେ ବ୍ଲଡ଼୍‍ ସୁଗାର ସ୍ତର ନିୟନ୍ତ୍ରଣ ରହିଥାଏ ।

Fitness Magazine

୩. ପ୍ରତି ଥର ଖାଇବା ସମୟରେ ସାଲାଡ଼ ଖାଆନ୍ତୁ । ସବୁଜ ପନି ପରିବା ଏବଂ ସାଲାଡ଼ ଖାଇବା ଦ୍ୱାରା ଶରୀରରେ ଥିବା ବ୍ଳଡ଼୍‍ ସୁଗାର ସ୍ତର ନିୟନ୍ତ୍ରଣରେ ରହିବା ସହ ଶରୀର ସୁସ୍ଥ ଏବଂ ସତେଜ ରହିଥାଏ ।

Heart-Healthy Recipes – American Heart Association

୪. ମଦ ପିଇବା ଦ୍ୱାରା ମଧ୍ୟ ଶରୀରରେ ବ୍ଲଡ଼୍‍ ସୁଗାର ସ୍ତର ବଢ଼ିଥାଏ । ପ୍ରତିଦିନ ମଦ ପିଉଥିଲେ ଜଣେ ଲୋକର ଓଜନ ବଢ଼ିବା ସହ ଡ଼ାଇବେଟିସ୍‌ ହେବାର ଆଶଂଙ୍କା ମଧ୍ୟ ଥାଏ । ସେଥିପାଇଁ ଶରୀରରେ ବ୍ଲଡ଼୍‍ ସୁଗାରର ସ୍ତର ନିୟନ୍ତ୍ରଣ ରଖିବା ପାଇଁ ଅଧିକ ନିଶା ସେବନ କରିବା ଅନୁଚିତ୍‌ ।

Wine – LoveToKnow
ସମ୍ବନ୍ଧିତ ଖବର