ହଜିଯାଇଥିବା ମନିପର୍ସ ଫେରାଇବା ମାମଲାରେ ୫୦ ପ୍ରତିଶତ ଲୋକ ସଚ୍ଚୋଟ ହୋଇଥାନ୍ତି : ସର୍ଭେ

ନୂଆଦିଲ୍ଲୀ: ଅର୍ଥନୀତିଜ୍ଞଙ୍କ ଦ୍ୱାରା କରାଯାଇଥିବା ଏକ ସର୍ଭେରୁ ଜଣାପଡିଛି ଯେ ହଜିଯାଇଥିବା ମନିପର୍ସ ଫେରାଇବା ମାମଲାରେ ୫୧ ପ୍ରତିଶତ ଲୋକ ସଚ୍ଚୋଟ | ଯେଉଁମାନଙ୍କ ପର୍ସରେ ଅଧିକ ଟଙ୍କା ଥାଏ ସେହିମାନଙ୍କ ପର୍ସକୁ ଅଧିକ ବ୍ୟକ୍ତି ଫେରାଇଦେଇଥାନ୍ତି | କିନ୍ତୁ ଯେଉଁମାନଙ୍କ ପର୍ସରେ କମ ଟଙ୍କା ଥାଏ ସେମାନଙ୍କ ପର୍ସକୁ ଅଧିକାଂଶ ଲୋକ ଫେରାଇନଥାନ୍ତି | ସର୍ଭେର ତଥ୍ୟ ମୁତାବକ ପର୍ସରେ ଯଦି କମ ଟଙ୍କା ଥାଏ ୪୦ ପ୍ରତିଶତ ଲୋକ ହିଁ ଏହାକୁ ଫେରାଇବାକୁ ଭାବିଥାନ୍ତି |

କିନ୍ତୁ ପର୍ସରେ ଅଧିକ ଟଙ୍କା ଥିଲେ ୫୧ ପ୍ରତିଶତ ଲୋକ ଫେରାଇବା କଥା ଚିନ୍ତା କରିଥାନ୍ତି | ତିନିଟି ବିଶ୍ୱବିଦ୍ୟାଳୟ ପକ୍ଷରୁ ୪୦ଟି ଦେଶର ୩୫୫ଟି ସହରରେ ଏହି ସର୍ଭେ କରାଯାଇଥିଲା | ଏହି ସର୍ଭେ ସମୟରେ ୧୭୩୦୩ଟି ପର୍ସକୁ ବିଭିନ୍ନ ସ୍ଥାନରେ ଫିଙ୍ଗାଯାଇଥିଲା | ପର୍ସରେ ଟଙ୍କା ସହ ଏଟିଏମ କାର୍ଡ ଘରର ଚାବି ମଧ୍ୟ ରଖାଯାଇଥିଲା |

ତେବେ ୪୦ଟି ଦେଶରୁ ୩୮ ଦେଶର ଲୋକଙ୍କ ମଧ୍ୟରୁ ୪୦ ପ୍ରତିଶତରୁ ୫୧ ପ୍ରତିଶତ ଲୋକ ପର୍ସ ଫେରାଇଥିଲେ | ବଡ କଥା ସ୍ୱିଜରଲାଣ୍ଡରେ ୭୫ ପ୍ରତିଶତ ଲୋକ ପର୍ସ ଫେରାଇଥିବାବେଳେ ଚୀନରେ ମାତ୍ର ୫ ପ୍ରତିଶତ ଲୋକ ପର୍ସ ଫେରାଇଥିଲେ |

ସମ୍ବନ୍ଧିତ ଖବର