ଖରାଦିନେ ଏହି ସବୁ ଜିନିଷ ଖାଇଲେ ଶରୀରରେ ଏହାର ଭଲ ପ୍ରଭାବ ପଡ଼ିବା ଅପେକ୍ଷା ଖରାପ ପ୍ରଭାବ ପଡ଼ିଥାଏ

ଖରାଦିନେ ସାଧାରଣତଃ ଲୋକମାନେ କଠିନ ପଦାର୍ଥକୁ ଛାଡ଼ି ତରଳ ପଦାର୍ଥକୁ ଖାଇବାକୁ ପସନ୍ଦ କରିଥାନ୍ତି । ଖରା ବଢ଼ିବା ସହ ଶରୀରରେ ଅନେକ ପରିବର୍ତ୍ତନ ଆସିଥାଏ । ଏହି ସମୟରେ ଯଦି ଆପଣ ଠିକ୍‌ ଖାଦ୍ୟ ନ ଖାଉଛନ୍ତି ତେବେ ଅସୁବିଧାରେ ପଡ଼ିବାର ସମ୍ଭାବନା ବଢ଼ି ଯାଇଥାଏ । ବେଳେ ବେଳେ ଲୋକମାନେ ଖରାଦିନେ ନିଜ ଅଜାଣତରେ ଏମିତି ଖାଦ୍ୟ ଖାଇଥାନ୍ତି ଯେଉଁଥିରେ କାର୍ବୋହାଇଡ଼୍ରେଟ୍‌ ଏବଂ ପ୍ରୋଟିନର ମାତ୍ରା ଅଧିକ ରହିଥାଏ । ଯାହାଦ୍ୱାରା ଶରୀରର ତାପମାତ୍ରା ବଢ଼ିବାକୁ ଲାଗିଥାଏ । ତେବେ ଏମିତି ଅନେକ ଜିନିଷ ରହିଛି, ଯାହାକୁ ଆମେ ଖରାଦିନେ ନିଜ ଅଜାଣତରେ ଖାଉଥିବା ବେଳେ ତାହା ଆମ ଶରୀର ଉପରେ ଭଲ ଅପେକ୍ଷା ଖରାପ ପ୍ରଭାବ ପକାଇଥାଏ । ଆସନ୍ତୁ ଜାଣିବା ସେ ସବୁ ବିଷୟରେ….
୧. ଅଦା : ଅଦା ଶରୀରକୁ ପ୍ରାକୃତିକ ଭାବରେ ଗରମ ରଖିଥାଏ । ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ଶରୀର ଗରମ ହେବାକୁ ଲାଗିଥାଏ । ଅଦା ଶରୀର ପାଇଁ ଭଲ ହୋଇଥିଲେ ମଧ୍ୟ ଖରାଦିନେ ଏହାକୁ ଅଧିକ ମାତ୍ରରେ ଖାଇବା ଦ୍ୱାରା ଶରୀର ଉପରେ ଏହାର କୁ-ପ୍ରଭାବ ପଡ଼ିଥାଏ ।

Selfhacked

୨. ପିଆଜ : ତରକାରୀର ସ୍ୱାଦ ବଢ଼ାଇବା ପାଇଁ ଆପଣମାନେ ପିଆଜକୁ ବ୍ୟବହାର କରୁଥିବେ ନିଶ୍ଚୟ । କିନ୍ତୁ ଖରାଦିନେ ଏହାକୁ କମ ମାତ୍ରରେ ଖାଇବା ଦରକାର । କାରଣ ଏହା ଶରୀରର ତାପମାତ୍ରାକୁ ବଢ଼ାଇଥାଏ । ଯାହା ଦ୍ୱାରା ହର୍‌ମୋନରେ ଅସନ୍ତୁଳନ ଦେଖା ଦେଇଥାଏ ।
୩. ରସୁଣ : ରସୁଣର ଓଷଧୀୟ ଗୁଣ ବିଷୟରେ ଆମେ ଆପଣଙ୍କୁ ଅନେକ ଥର କହି ଆସିଛୁ । ଖାଇବାର ସ୍ୱାଦ ବଢ଼ାଇବା ସହ ଅନେକ ଶାରୀରିକ ସମସ୍ୟା ଦୂର କରିବା ପାଇଁ ଏହାକୁ ବ୍ୟବହାର କରାଯାଇଥାଏ । କିନ୍ତୁ ଖରାଦିନେ ଆବଶ୍ୟକତାଠାରୁ ଅଧିକ ପରିମାଣରେ ଏହାକୁ ଖାଇବା ଦ୍ୱାରା ଭଲ ଅପେକ୍ଷା ଏହାର ଖରାପ ପ୍ରଭାବ ଶରୀର ଉପରେ ପଡ଼ିଥାଏ ।

Hovid Online Store

୪. ଚା’ବା କଫି : କିଛି ଲୋକ ଏମିତି ଅଛନ୍ତି ଯେଉଁମାନେ ଋତୁ ୁପରେ ଧ୍ୟାନ ନ ଦେଇ ଅଧିକ ଚା’ ପିଇଥାନ୍ତି । କିନ୍ତୁ ଖରାଦିନେ ଏହାକୁ ପିଇବା ଦ୍ୱାରା ଏହା ଶରୀରକୁ ଗରମ କରିବା ସହ ଅନେକ ପ୍ରକାର ରୋଗ ସୃଷ୍ଟି କରିଥାଏ । ଚା’ବା କଫି ଛାଡ଼ି ଆପଣ କୋଲ୍‌ଡ଼ କଫି ପିଇ ପାରିବେ ।

ସମ୍ବନ୍ଧିତ ଖବର