ଠିକ ଭାବରେ ନ ଶୋଇବା ଦ୍ୱାରା ଉପୁଜିଥାଏ ଏ ସବୁ ଶାରୀରିକ ସମସ୍ୟା, ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ପରିବର୍ତ୍ତତ ଜୀବନଶୈଳୀ, କାମର ଚାପ, ଅଧିକ ସମୟ ଧରି ମୋବାଇଲ ଓ ଲାପ୍‌ଟପ୍‌ ବ୍ୟବହାର କରିବା ଦ୍ୱାରା ଠିକ୍‌ ଭାବରେ ରାତିରେ ନିଦ ଆସି ନଥାଏ । ଯାହାଦ୍ୱାରା ସାରା ଦିନ ଆପଣ ଥକିବା ଭଳି ଅନୁଭବ କରନ୍ତି । କାମ କରିବାକୁ ଇଚ୍ଛା ନ ହେବା ସହ ଅନେକ ସମୟରେ ନିଦ ମଧ୍ୟ ଆସିଥାଏ । ତେବେ କିଛି ଲୋକ ଏହାକୁ ସାଧାରଣ ବୋଲି ଭାବି ଅଣଦେଖା କରି ଦେଇଥାନ୍ତି । କିନ୍ତୁ ରାତିରେ ଠିକ୍‌ ଭାବରେ ନ ଶୋଇବା ଦ୍ୱାରା ଧିରେ ଧିରେ ଆପଣଙ୍କ ଶରୀରରେ ଅନେକ ପ୍ରକାରର ସମସ୍ୟା ଦେଖାଯିବାକୁ ଲାଗିଥାଏ । ଆସନ୍ତୁ ଜାଣିବା ସେ ବିଷୟରେ….

୧. କେବଳ ଫୋନ ନୁହେଁ, ନିଜ ମସ୍ତିଷ୍କକୁ ମଧ୍ୟ ଚାର୍ଜ କରିବା ଜରୁରୀ । ଭଲ ଭାବରେ ଶୋଇବା ଦ୍ୱାରା ଆପଣଙ୍କ ମସ୍ତିଷ୍କ ଆଗାମୀ ଦିନର କାମ କରିବା ପାଇଁ ପ୍ରସ୍ତୁତ ହୋଇଥାଏ । କିନ୍ତୁ ଠିକ୍‌ ଭାବରେ ନ ଶୋଇବା ଦ୍ୱାରା ମସ୍ତିଷ୍କ ଠିକ୍‌ ଭାବରେ ସକ୍ରିୟ ହୋଇ ପାରି ନ ଥାଏ । ଯାହାଦ୍ୱାରା ମାନସିକ ସମସ୍ୟା ଓ ସ୍ମରଣଶକ୍ତି ଦୁର୍ବଳ ହେବା ଭଳି ସମସ୍ୟା ଦେଖା ଯାଇଥାଏ ।

nari.punjabkesari.in

୨. ଶୋଇବା ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ହରମୋନ ବାହାରିଥାଏ । ଯାହା ଭୋକ, ମେଟାବଲିଜିମ୍‌ ଏବଂ ଉର୍ଜାର ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । କିନ୍ତୁ ଠିକ୍‌ ଭାବରେ ନ ଶୋଇବା ଦ୍ୱାରା ହରମୋନର ସନ୍ତୁଳନ ବିଗିଡ଼ି ଯାଇଥାଏ । ଯାହାଦ୍ୱାରା ପେଟ ବିନ୍ଧା ହେବା, ମୋଟାପଣ ଏବଂ ଥକାପଣ ଭଳି ସମସ୍ୟା ଦେଖା ଯାଇଥାଏ ।

୩. ଠିକ୍‌ ଭାବରେ ନ ଶୋଇବା ଦ୍ୱାରା ମିଠା ଜାତୀୟ ଖାଦ୍ୟ ଏବଂ ଜଙ୍କ ଫୁଡ୍‌ ଖାଇବାର ଇଚ୍ଛା ବଢ଼ି ଯାଇଥାଏ । ଯାହାଦ୍ୱାରା ଉଚ୍ଚ ରକ୍ତଚାପ ଏବଂ ମଧୁମେହ ରୋଗ ହେବା ଭଳି ସମସ୍ୟା ଦେଖା ଯାଇଥାଏ ।

nari.punjabkesari.in

୪. ଠିକ୍‌ ଭାବରେ ନ ଶୋଇବା ଦ୍ୱାରା ସ୍ତନ କର୍କଟ ରୋଗ ହେବାର ଆଶଙ୍କା ବଢ଼ି ଯାଇଥାଏ ।

ଏ ସବୁ ସମସ୍ୟାରୁ ନିଜକୁ ଦୂରରେ ରଖିବା ପାଇଁ ହେଲେ ଦିନକୁ ୮-୯ଘଣ୍ଟା ଶୋଇବା ପାଇଁ ଚେଷ୍ଟା କରନ୍ତୁ ।

ସମ୍ବନ୍ଧିତ ଖବର