ଜାଣି ରଖନ୍ତୁ ଯକୃତ ଖରାପ ହେବାର ଏହି ୪ଟି ଲକ୍ଷଣ, ଅଣଦେଖା କଲେ ଯାଇ ପାରେ ଜୀବନ

ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ଯକୃତ । ଯାହା ଶରୀରରେ ରକ୍ତରକୁ ସଫା କରିବାରେ ସାହାଯ୍ୟ କରିବା ସହ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ । ଏହା ସହ ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ମଧ୍ୟ ବାହାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ ଯକୃତ । ଶରୀରର ଏତେ ସବୁ କାମର ସଞ୍ଚାଳନ କରୁଥିବା ଯକୃତ ଖରାପ ହେଲେ ଲୋକେ ଏହାର ଲକ୍ଷଣକୁ ଜାଣି ପାରନ୍ତି ନାହିଁ । ଯାହାଦ୍ୱାରା ପରବର୍ତ୍ତି ମୂହୁର୍ତ୍ତରେ ସେମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ତେବେ ପୂର୍ବରୁ ଏହାର ଲକ୍ଷଣ ଜାଣି ଉପଚାର କରିବା ନିହାତି ଆବଶ୍ୟକ ।

୧. ଯଦି ଅପାଣଙ୍କ ଗୋଡ଼ ବା ହାତର ତଳ ଭାଗରେ ନୀଳ ରଙ୍ଗର ଗାର ଦେଖୁଛନ୍ତି, ତେବେ ତୁରନ୍ତ ଯାଇ ଯକୃତର ପରୀକ୍ଷା କରାଇ ନିଅନ୍ତୁ । ଶରୀରରେ ଆଏଷ୍ଟ୍ରୋଜେନ୍‌ର ମାତ୍ରା ବଢ଼ିବା ଦ୍ୱାରା ଏଭଳି ରେଖା ଦେଖିବାକୁ ମିଳିଥାଏ । କିଛି ଲୋକ ଏହାକୁ ସାଧାରଣ ଭାବି ଅଣଦେଖା କରି ଦିଅନ୍ତି ।

nari.punjabkesari.in

୨. ଚର୍ମ କୁଣ୍ଡାଇ ହେବା ଏକ ସାଧାରଣ ସମସ୍ୟା । କିନ୍ତୁ ବେଳେ ବେଳେ ଏହା ଗମ୍ଭୀର ରୋଗର ଲକ୍ଷଣ ହୋଇଥାଏ । ଯକୃତ ଖରାପ ହେବା ଦ୍ୱାରା ରକ୍ତ ସଫା ହୋଇ ପାରେ ନାହିଁ । ଯାହାଦ୍ୱାରା ଚର୍ମ କୁଣ୍ଡାଇ ହେବାର ସମସ୍ୟା ଦେଖାଯାଇଥାଏ ।

nari.punjabkesari.in

୩. ଯଦି ଆପଣଙ୍କ ପାଟିରୁୁ ଦାନ୍ତ ଘଷିବା ପରେ ମଧ୍ୟ ଦୁର୍ଗନ୍ଧ ବାହାରୁଛି, ତେବେ ତାକୁ ଅଣଦେଖା କରନ୍ତୁ ନାହିଁ । ଏହା ଯକୃତ ଖରାପ ହେବାର ଲକ୍ଷଣ ମଧ୍ୟ ହୋଇପାରେ । ତୁରନ୍ତ ଯାଇ ପରୀକ୍ଷା କରାଇ ନିଅନ୍ତୁ ।

୪. ହଠାତ୍‌ ମୁହଁରେ କଳା ରଙ୍ଗର ଦାଗ ଆସିଯିବା ମଧ୍ୟ ଯକୃତ ଖରାପ ହେବାର ଲକ୍ଷଣ ହୋଇଥାଏ । ଏହାକୁ ଚର୍ମଜନିତ ରୋଗ ସହ ନ ଯୋଡ଼ି ଯକୃତର ପରୀକ୍ଷା କରାଇ ନେବା ଜରୁରୀ ।

nari.punjabkesari.in
ସମ୍ବନ୍ଧିତ ଖବର